ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ

ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍‌ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ ରହିଛି। ଏଠାରେ ହୋଇଥିବା ଏକ ବଡ଼ ଧରଣର ଠକେଇ ସମ୍ପର୍କରେ ଜଣାପଡ଼ିଛି। ଏନେଇ ଜିରୋ ହେଜ୍‌ ନାମକ ଏକ ଓ୍ବେବସାଇଟ୍‌ରେ ତଥ୍ୟ ପ୍ରକାଶ ପାଇଛି। ଉହାନର କିଂଗୋଲ୍ଡ ଅଳଙ୍କାର ନିର୍ମାତା ଗତ ୫ ବର୍ଷ ମଧ୍ୟରେ ୧୪ଟି ଆର୍ଥିକ ସଂସ୍ଥାରେ ନକଲି ସୁନା ବନ୍ଧକ ରଖି ୨୧ ହଜାର ୧୪୮ କୋଟି ଟଙ୍କାର ଋଣ ନେଇଛି। ଏଥିପାଇଁ କିଂଗୋଲ୍ଡ ପକ୍ଷରୁ ୮୩ ଟନ୍‌ ଓଜନର ନକଲି ସୁନା ଇଟା ବନ୍ଧକ ରଖାଯାଇଥିବା ଅଭିଯୋଗ ହୋଇଛି। ଚାଇନାରେ ଗଚ୍ଛିତ ଥିବା ମୋଟ ସୁନାର ଏହା ୪ ପ୍ରତିଶତରୁ ଅଧିକ ବୋଲି ଅନୁମାନ କରାଯାଉଛି। କିଂଗୋଲ୍ଡ ଅଳଙ୍କାର ନେସଡେକ୍‌ ଷ୍ଟକ ଏକ୍ସ୍‌ଚେଞ୍ଜ୍‌ରେ ତାଲିକାଭୁକ୍ତ। ଏହାର ବାର୍ଷିକ କାରବାର ୬୦ କୋଟି ୪୧ ଲକ୍ଷ ଟଙ୍କାରୁ ଅଧିକ। ପୂର୍ବତନ ମିଲିଟାରି ଅଫିସର ଜିୟା ଝିହୋଙ୍ଗ୍‌ ଏହାର ମାଲିକ। ଏହା ୨୦୦୨ରେ ସ୍ଥାପିତ ହୋଇଥିଲା। ଫେବୃୟାରୀରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ଏବେ ୩୨ ହଜାର ୭୩ କୋଟି ଟଙ୍କା କିଂଗୋଲ୍ଡଠାରୁ ଆଦାୟ କରାଯିବ। ଏହି କାର୍ଯ୍ୟ ବୀମା କମ୍ପାନୀ ପିଆଇସିସି ପ୍ରପର୍ଟି ଆଣ୍ଡ୍‌ କାଜୁଆଲିଟି କୋପରେଟିଭ୍‌ ଲିମିଟେଡ୍‌ ଦ୍ୱାରା କରାଯିବ। ସୂଚନାଯୋଗ୍ୟ, ପୃଥିବୀରେ ଆମେରିକାରେ ସର୍ବାଧିକ ୮୧୩୪ ଟନ୍‌ ସୁନା ଗଚ୍ଛିତ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଥିବା ଜର୍ମାନୀ ପାଖରେ ୩୩୬୪ ଟନ୍‌ ସୁନା ରହିଛି। ସେହିପରି ତୃତୀୟ ସ୍ଥାନରେ ଥିବା ଇଟାଲୀ ପାଖରେ ୨୪୫୨ ଟନ୍‌ ସୁନା ରହିଛି। ଚାଇନା ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଚାଇନାରେ ୧୯୪୮.୩୦ ଟନ୍‌ ସୁନା ରହିଛି। ଭାରତ ତାଲିକାର ନବମ ସ୍ଥାନରେ ଅଛି। ଭାରତରେ ୬୪୨ ଟନ୍‌ ସୁନା ଗଚ୍ଛିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri