Posted inଖେଳ

‘ଲକ୍‌ଡାଉନ୍‌ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି’

ଇମ୍ପାଲ,୨।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ୨୦୨୧ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି ବୋଲି ଭାରତୀୟ ମହିଳା ଜୁନିୟର ଦଳ ଅଧିନାୟକିକା ସୁମନ ଦେବୀ ଥୋଉଡାମ୍‌ କହିଛନ୍ତି। ୨୦୨୦ ମହିଳ ଜୁନିୟର ଏସିଆକପ୍‌ ମାଧ୍ୟମରେ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ବିଶ୍ୱକପ୍‌ ଟିକେଟ ହାସଲ କରିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଥିଲା। ଏସିଆକପ୍‌ ଜାପାନର କାକାମିଗାହାରାରେ ଏପ୍ରିଲ ୬ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମହାମାରୀ କାରଣରୁ ଏହାକୁ ବାତିଲ କରାଯାଇଥିଲା।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆମେ ଜାତୀୟ କୋଚିଂ କ୍ୟାମ୍ପରେ ଜୁନିୟର ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିବା ପାଇଁ ଅଭ୍ୟାସ କରିଥିଲୁ। ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାରେ ୨୦୨୧ ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଥିଲୁ। ତେବେ ଏହି ମାହାମାରୀ ଯୋଗୁ ଆମ ପ୍ରସ୍ତୁତି ବନ୍ଦ ରହିଥିଲା ବୋଲି ସୁମନ କହିଛନ୍ତି। ଗତବର୍ଷ ଆମେ ଭଲ ପ୍ରଦର୍ଶନ କରିଥିଲୁ। ତେଣୁ ଏସିଆକପ୍‌ରେ ଭଲ ପ୍ରଦର୍ଶନ ନେଇ ଆମେ ନିଶ୍ଚିତ ଥିଲୁ। ଅନ୍ୟ ସାଥି ଖେଳାଳିମାନେ ଘରକୁ ଫେରିଯାଇଥିବା ବେଳେ ସୁମନ ଲକ୍‌ଡାଉନ୍‌ କାରଣରୁ ବେଙ୍ଗାଲୁରୁ ସାଇ ସେଣ୍ଟରରେ ରହି ସିନିୟର ଦଳ ସହିତ ଅଢେଇମାସ ରହିଥିଲେ। ମାର୍ଚ୍ଚ ୨୨ରେ ମୋର ଟିକେଟ ବୁକ୍‌ ହୋଇଥିଲେ ମଧ୍ୟ ଜନତା କର୍ଫ୍ୟୁ ପାଇଁ ଯାତ୍ରା କରିପାରି ନ ଥିଲି। ଶେଷରେ ସେ ଜୁନ୍‌ ୧୯ ତାରିଖରେ ଘରକୁ ଫେରିଥିଲେ ଓ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏବେ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି ବୋଲି ସୁମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri