ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର ସୁଶାନ୍ତଙ୍କ ହାତରୁ ଚାଲିଯାଇଥିଲା। ମାତ୍ର ବର୍ତ୍ତମାନ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବଲିଉଡରେ ଗଡଫାଦରଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ଏକ ଫ୍ୟାନ୍‌ ପେଜ୍‌ରେ ସୁଶାନ୍ତଙ୍କ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ସେ ଗଣମାଧ୍ୟମରେ କିଛି ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ସୁଶାନ୍ତଙ୍କୁ ପଚରାଯାଇଥିଲା, ‘ଆପଣ ଇଣ୍ଡଷ୍ଟ୍ରିରେ ସଫଳତା ଶୀର୍ଷରେ ପହଞ୍ଚିଛନ୍ତି। ତେବେ ଏଥିପାଇଁ ଗଡଫାଦରଙ୍କ ଆବଶ୍ୟକତା ରହିଛି କି ?’ ଏହାର ଉତ୍ତର ଦେଇ ସୁଶାନ୍ତ କହିଥିଲେ, ଭଗବାନ ଏବଂ ପିତା ଦୁଇଟି ଶବ୍ଦ ଦ୍ୱାରା ଗଠିତ, ଏହି ଦୁଇ ଜଣ ହିଁ ଆମ ପାଖେ ଅଛନ୍ତି।

ସୁଶାନ୍ତ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ପହଞ୍ଚିବା ପାଇଁ ଗଡଫାଦରଙ୍କ କୌଣସି ଆବଶ୍ୟକତା ନାହିଁ । ଯଦି ସେପରି ହୋଇଥାନ୍ତା ମୁଁ ସେଠାରେ ପହଞ୍ଚି ପାରି ନ ଥାନ୍ତି। ଭଗବାନ୍‌ ଅଛନ୍ତି ଓ ବାପା ମଧ୍ୟ ଅଛନ୍ତି, ଦୁଇ ଜଣଙ୍କୁ ମିଶାଇବା କାର୍ଯ୍ୟ ମଣିଷଙ୍କର। ତେବେ ମୋ ପାଖେ ଗଡ ବି ଅଛନ୍ତି ଫାଦର ବି ଅଛନ୍ତି। ଭିଡିଓରେ ତାହା ସୁଶାନ୍ତଙ୍କ ଘର ଭଳି ଦେଖାଯାଉଛି। କାରଣ ଏଥିରେ ତାଙ୍କ ପାଖରେ ପରିବାର ସଦସ୍ୟ ବସିଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟେଜିମ୍‌ ପ୍ରସଙ୍ଗରେ ବିତର୍କ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ, ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇଥିବା ପରି ମନେହୁଏ। ଅନେକ ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଷ୍ଟାର କିଡ୍ସ ଏବଂ କିଛି ନିର୍ମାତା-ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri