Posted inଖେଳ

୨୦୨୭ ଏସିଆନ କପ୍‌ : ଭାରତ ସମେତ ୫ ଦେଶ ବିଡ୍‌ ଦାଖଲ କଲେ

ନୂଆଦିଲ୍ଲୀ,୧।୭(ପି.ଟି.): ୨୦୨୭ ଏସିଆନ୍‌ କପ୍‌ ଆୟୋଜନ ଅଧିକାର ପାଇଁ ଭାରତ ବିଡ୍‌ ଦାଖଲ କରିଛି। ଏହି ମେଗା ଇଭେଣ୍ଟର ୧୯ତମ ସଂସ୍କରଣ ଆୟୋଜନ ପାଇଁ ଭାରତ ସମେତ ମୋଟ୍‌ ୫ ଦେଶ ବିଡ୍‌ ଦାଖଲ କରିଛନ୍ତି ବୋଲି ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) କହିଛି। ବିଡ୍‌ ଦାଖଲ କରିଥିବା ଅନ୍ୟ ୪ ଦେଶ ହେଲେ ଇରାନ, କାତାର, ସୌଦି ଆରବ ଓ ଉଜ୍‌ବେକିସ୍ତାନ। ବିଡିଂ ପ୍ରକ୍ରୟାରେ ଆବଶ୍ୟକ ହେଉଥିବା ସବୁ ପ୍ରକାର ଦସ୍ତାବିଜ ଦାଖଲ ନେଇ ଏଏଫ୍‌ସି ଏବେ ପ୍ରତ୍ୟେକ ବିଡିଂ ମେମ୍ବର ଆସୋସିଏଶନ ସହିତ ମଳିତ ଭାବେ କାର୍ଯ୍ୟ କରିବ। ପରେ ଏଏଫ୍‌ସି ଆୟୋଜକ ଦେଶର ନାମ ଘୋଷଣା କରିବ।
ବିଡ୍‌ ଦାଖଲ କରିଥିବା ସବୁ ୫ଟି ଦେଶ ତଥା ମେମ୍ବର ଆସୋସିଏଶନଗୁଡିକୁ ଏଏଫ୍‌ସି ଅଧ୍ୟକ୍ଷ ଶେଖ୍‌ ସଲମାନ ବିନ୍‌ ଇବ୍ରାହିମ୍‌ ଅଲ ଖଲିଫା ଧନ୍ୟବାଦ ଜଣାଇଛନ୍ତି। ଏସିଆନ କପ୍‌ ଆୟୋଜନ ନେଇ ଏହି ଦେଶଗୁଡିକ ଉତ୍ସାହ ପ୍ରକଟ କରିବା ଖୁସିର ବିଷୟ ବୋଲି ସେ କହିଛନ୍ତି। ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ଏହି ଦେଶଗୁଡିକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ୧୯୫୬ରେ ଏହି ଟୁର୍ନାମେଣ୍ଟ ପ୍ରଥମଥର ପାଇଁ ଆୟୋଜନ ହୋଇଥିଲା। ଏହା ପରଠାରୁ ଏହି ୫ ଦେଶରୁ ୨ଟି ଦେଶ ପୂର୍ବରୁ ଏହି ଟୁର୍ନାମେଣ୍ଟ ଦୁଇଥର ସଫଳତାର ସହ ଆୟୋଜନ କରିସାରିଛନ୍ତି। ଏବେକାର ଚାମ୍ପିୟନ କାତାର ୧୯୮୮ ଓ ୨୦୧୧ରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ଇରାନ୍‌ ମଧ୍ୟ ପୂର୍ବରୁ ଦୁଇଥର ଏହି ଇଭେଣ୍ଟ ଆୟୋଜନ କରିଛି। ଇରାନ ୧୯୬୮ ଓ ୧୯୭୬ରେ ଇରାନ ଏସିଆନ କପ୍‌ ଆୟୋଜନ କରିଥିଲା ଓ ଘରୋଇ ପରିବେଶ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ପୂର୍ବରୁ ସୌଦି ଆରବ ଓ ଭାରତ ଏହି ପ୍ରତିଯୋଗିତାରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଭାରତକୁ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବାର ଅଧିକାର ମିଳିଛି। ସେହିପରି ଉଜ୍‌ବେକିସ୍ତାନ ଚଳିତ ବର୍ଷ ଏଏଫ୍‌ସି ୧୯ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ଆୟୋଜନ କରିବ। ପ୍ରଥମଥର ପାଇଁ ଭାରତ ଓ ଉଜ୍‌ବେକିସ୍ତାନ ଏହି ଟୁର୍ନାମେଣ୍ଟଗୁଡିକୁ ଆୟୋଜନ କରିବାକ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri