ଶେରଗଡ଼ ବ୍ଲକର ସମସ୍ତ ପଞ୍ଚାୟତରେ ଖୋଲିଲା କୋଭିଡ୍‌ କେୟାର ହୋମ୍‌ : ପ୍ରତି ପଞ୍ଚାୟତରେ ରହିଛି ୧୦ଜଣଙ୍କ ପାଇଁ ବ୍ୟବସ୍ଥା

ଶେରଗଡ଼,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ଗଠିତ। କରୋନା ମୁକିବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ନିର୍ଦ୍ଦେଶନାମା ରହିଛି ତାକୁ ଶେରଗଡ଼ ବ୍ଲକରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ବ୍ଲକର ସମସ୍ତ ଗ୍ରାମପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ଆରମ୍ଭ କରାଯାଇଛି। ପ୍ରତି ପଞ୍ଚାୟତରେ ୧୦ଜଣ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ମହୁପଦର ଓ ଶେରଗଡ଼ ପଞ୍ଚାୟତ ଆମ୍ବୁଆବାଡ଼ି ଗ୍ରାମ ଛକରେ ଥିବା ଏକ ସରକାରୀ କୋଠାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଅନ୍ୟ ୨୦ଟି ପଞ୍ଚାୟତରେ ରାଜୀବସେବା କେନ୍ଦ୍ରଗୁଡ଼ିକରେ କେୟାର ହୋମ୍‌ ବ୍ୟବସ୍ଥା କରାଯାଇଛି। ପ୍ରତି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଜଣେ ଏଏନ୍‌ଏମ୍‌, ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ, ଜଣେ ଫାର୍ମାସିଷ୍ଟ ରହି କାର୍ଯ୍ୟ ତଦାରଖ କରିବେ। ଏହା ସମ୍ପୃକ୍ତ ପଞ୍ଚାୟତର ଗ୍ରାମ ସେବକ ବା ନୋଡାଲ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପରିଚାଳନା ହେବ। ପଞ୍ଚାୟତ ପାଣ୍ଠି ବା ସରକାରଙ୍କ ଦ୍ବାରା ଦିଆଯାଇଥିବା ୧୦ହଜାରରୁ ଏହି ଖର୍ଚ୍ଚ ଭରଣା କରାଯିବ। ପ୍ରତି ପଞ୍ଚାୟତର ସରପଞ୍ଚ ନିଜ ପଞ୍ଚାୟତକୁ ଫେରୁଥିବା ପ୍ରବାସୀଙ୍କୁ ଉପଯୁକ୍ତ ଯାଞ୍ଚ ପରେ କରୋନା ରୋଗୀଙ୍କୁ ଉକ୍ତ ପଞ୍ଚାୟତ କୋଭିଡ୍‌ କେୟାର ହୋମରେ ରଖିବେ। ଏହାକୁ ବଡିଓ ସୁରଞ୍ଜନ କୁମାର ସାହୁ ଶନିବାର ଦିନ ପରିଦର୍ଶନ କରିବା ସହ ପଞ୍ଚାୟତର ସରପଞ୍ଚ ଓ ଗ୍ରାମ ସେବକମାନଙ୍କ ସହ କଥାବାର୍ତ୍ତା ହୋଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri