ଆମ୍ବପିଛୁଳା-ସୁଡ଼ସୁଡ଼ିଆ ବାଲିଘାଟରେ ୧୪୪ ଧାରା ଜାରି

କପ୍ତିପଦା,୨୭ା୬(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ବଡ଼ଖଲାଡ଼ି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ଖଲାଡ଼ି ମୌଜାର ଆମ୍ବପିଛୁଳା ଶୁଣ୍ଢଳ ବାଲିଘାଟରେ ଚୋରା ବାଲି ଚାଲାଣକୁ ରୋକିବା ପାଇଁ କପ୍ତିପଦା ଉପ ଜିଲାପାଳ ଭଗବାନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଜାରି କରାଯାଇଛି। ଖାତା ନଂ. ୨୮୭, ପ୍ଲଟ୍‌ ନଂ.୧୨୮୬ ସୋନ ନଦୀରେ ଥିବା ୬.୪୭୮୭ ହେକ୍ଟର ସ୍ଥାନରୁ ବେଆଇନ୍‌ ବାଲି ଚାଲାଣ ଚାଲିଥିବା ଅଭିଯୋଗ ହୋଇଥିଲା। ଏହାକୁ ରୋକିବା ପାଇଁ ଗୁରୁବାର ଡାକବାଜି ଯନ୍ତ୍ର ମାଧ୍ୟମରେ ଉକ୍ତ ସ୍ଥାନରୁ ବାଲିଚାଲାଣ ନ କରିବାକୁ ପ୍ରଚାର କରାଯାଇଥିଲା। ବେଆଇନ ଭାବରେ ଉକ୍ତ ସ୍ଥାନରେ ବାଲି ଚାଲାଣ କରାଗଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ନିଲାମ ନ ହେବା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ତହସିଲ ସୂତ୍ରରୁ ପ୍ରକାଶ। ତହସିଲଦାର ରାଧାରଞ୍ଜନ ଦାସ, ଅତିରିକ୍ତ ତହସିଲଦାର ଲକ୍ଷ୍ମୀଧର ନାୟକ, କପ୍ତିପଦା ଥାନା ଏଏସ୍‌୍ଆଇ ବି.କେ. ସାହାଣୀ, ରେକର୍ଡ଼ କିପର ଅତନୁ ଦେବଦର୍ଶନ ବେହେରା, ବଡ଼ଖଲାଡ଼ି ଆର୍‌.ଆଇ. ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri