ଲକ୍‌ଡାଉନ୍‌ ପରେ ନ୍ୟୁଜିଲାଣ୍ଡ୍‌ରେ ଖୋଲିବ ଫିଲ୍ମ ହଲ୍‌: ପ୍ରଥମେ ରିଲିଜ୍‌ ହେବ ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ

ମୁମ୍ବାଇ : କରୋନା ଭାଇରସ୍‌ ଯୋଗୁ ନ୍ୟୁଜିଲାଣ୍ଡ୍‌ରେ ଫିଲ୍ମ ହଲ୍‌ ବନ୍ଦ ରହିଥିଲା। ଏବେ ଏହି ଦେଶ ଧୀରେ ଧୀରେ କରୋନା ମୁକ୍ତ ହେବାରେ ଲାଗିଛି। ଏହି ସମୟରେ ନ୍ୟୁଜିଲାଣ୍ଡ୍‌ରୁ ଭାରତୀୟ ଫିଲ୍ମ ପାଇଁ ଖୁସି ଖବର ଆସିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ଗୋଲ୍‌ମାଲ ଏଗେନ୍‌’ ଲକ୍‌ଡାଉନ୍‌ ପରେ ନ୍ୟୁଜିଲାଣ୍ଡ୍‌ର ହଲ୍‌ରେ ରିଲିଜ ହେବ। ଯାହା ପ୍ରଥମ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ଏ ସମ୍ପର୍କରେ ଫିଲ୍ମ ପ୍ରସ୍ତୁତକର୍ତ୍ତା କମ୍ପାନୀ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛି। ଫିଲ୍ମ ‘ଗୋଲ୍‌ମାଲ ଏଗେନ୍‌’ ରୋହିତ୍‌ ସେଟ୍ଟୀଙ୍କ ଫ୍ରାଞ୍ଚାଇଜ୍‌ର ୪ର୍ଥ ଫିଲ୍ମ ଅଟେ। ଯାହାକି ୨୦୧୭ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ଅଜୟ ଦେବଗନ, ଅରଶଦ ଓ୍ବାର୍‌ସୀ, ଶ୍ରେୟସ୍‌ ତଲପଡେ, କୁଣାଳ ଖେମୁ, ତୁଷାର କପୁର, ପରିଣୀତି ଚୋପ୍ରା ଏବଂ ତବୁଙ୍କ ପରି ନାମୀଦାମୀ କଳାକାର ଅଭିନୟ କରିଥିଲେ। ରିଲିଜ୍‌ ହେବା ପରଠାରୁ ଆଜିପର୍ଯ୍ୟନ୍ତ ଏହି ଫିଲ୍ମ ସମଗ୍ର ବିଶ୍ୱରେ ୩ ଶହ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। କରୋନା ଭାଇରସ୍‌ରୁ ଟିକେ ନିସ୍ତାର ମିଳିବା ପରେ ନ୍ୟୁଜିଲାଣ୍ଡ୍‌ ଫିଲ୍ମ ହଲ୍‌ରେ ଏହା ପ୍ରଥମ ଫିଲ୍ମ ଭାବେ ରିଲିଜ୍‌ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri