ଗୋ ମାଂସ ବୋଝେଇ କଣ୍ଟେନର ଜବତ: ୨ ଗିରଫ

ଗୋପାଳପୁର/ପାତ୍ରପୁର,୨୧ା୬(ଡି.ଏନ୍‌.ଏ.)- ଗୋ ମାଂସ ବୋଝେଇ ଏକ କଣ୍ଟେନରକୁ ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନେ ରବିବାର ସକାଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁରୁଷୋଥମ୍‌ପୁରମ୍‌ ନିକଟରେ ଅଟକାଇ ଥିଲେ। ପରେ ଏହାକୁ ଇଚ୍ଛାପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଚାଳକ ଓ ସହ ଚାଳକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
କଲିକତାରୁ ୨ଟି କଣ୍ଟେନରରେ ଗୋ ମାଂସ ଚେନ୍ନାଇ ଚାଲାଣ ହେଉଥିବା ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନଙ୍କ ନିକଟରେ ଶନିବାର ରାତିରେ ଖବର ପହଞ୍ଚତ୍ଥିଲା। ରବିବାର ଭୋର୍‌ରେ କର୍ମୀମାନେ ଜାତୀୟ ରାଜପଥ ନଂ.୧୬ ହଳଦିଆପଦର ନିକଟରେ ଜଗି ରହିଥିଲେ। ଏକ କଣ୍ଟେନର (ନଂ.ଟିଏନ୍‌୩୬ଏପି-୭୪୦୧) ସେହି ବାଟ ଦେଇ ଯାଉଥିବାବେଳେ ତାକୁ ଅଟକାଇଥିଲେ। ମାତ୍ର ଚାଳକ ଗାଡି ନ ରଖି ଦ୍ରୁତ ଗତିରେ ଆନ୍ଧ୍ର ଅଭିମୁଖେ ପଳାଇଥିଲେ। କର୍ମୀମାନେ ଏକ ଗାଡିରେ ପିଛା କରି ପୁରୁଷୋଥମ୍‌ପୁରମ ଅଞ୍ଚଳରେ କଣ୍ଟେନରଟିକୁ ଅଟକାଇଥିଲେ। ଯାଞ୍ଚ ପରେ ସେଥିରେ ଗୋ ମାଂସ ଥିବା ଦେଖିବା ପରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଗାଡିକୁ ଜବତ କରିବା ସହ ଚାଳକ ତାମିଲନାଡୁ ତିରୁନାଭେଲି ଜିଲାର ଫ୍ରାନ୍‌ସିସି ଓ ସହ ଚାଳକ ସେଲମ୍‌ ଜିଲାର ଗଣପତି ଶେଖରଙ୍କୁ ଗିରଫ କରିଛି। ଏନେଇ ପୋଲିସ ନିଜଆଡୁ ମାମଲା (ନଂ.୩୨୨/୨୦) ରୁଜୁକରି ତଦନ୍ତ ଚଳାଇଛି। ଗାଡିରେ ୧୩୦୦ ପ୍ୟାକେଟ (୨୬୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ) ଗୋ-ମାଂସ ଥିବା ଜଣାପଡିଛି। ଜବତ ମାଂସ ଲାବରୋଟୋରିରେ ପରୀକ୍ଷା ପରେ ପ୍ୟାକେଟଗୁଡିକୁ ପୋତି ଦିଆଯିବ ବୋଲି ପୋଲିସ କହିଛି। ବଜରଙ୍ଗ ଦଳର ମହନ୍ତ ଚିନ୍ମୟାନନ୍ଦ ଦାଶ, ଅମ୍ବିକା ଦାଶ, ସୁଶାନ୍ତ ବେହେରା, ନୀଳାଞ୍ଚଳ ବିଷୋୟୀ, ଦୀପକ ମହାପାତ୍ର, ବାଲକ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଗାଡିଟିକୁ ପିଛା କରି ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri