ଆଇପିଏଲ୍‌ ଉପରେ ପଡ଼ିବ ଭାରତ-ଚାଇନା ବିବାଦର ପ୍ରଭାବ

ନୂଆଦିଲ୍ଲୀ, ୧୮।୬- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଠିକ୍‌ ସମୟରେ ଆୟୋଜନ ହେବାରେ ପ୍ରଥମେ କରୋନା ଭାଇରସ ପ୍ରତିବନ୍ଧକ ସାଜିଥିଲା। ଏହି କାରଣରୁ ଆଇପିଏଲ୍‌ ସିଜନ-୧୩କୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ସ୍ଥଗିତ ରଖିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଥିଲା। ତେବେ ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ଏହି ବିବାଦ ଯୋଗୁ ପୁନର୍ବାର ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଚାଇନାର ମୋବାଇଲ ଉତ୍ପାଦନକାରୀ ବ୍ରାଣ୍ଡ୍‌ ‘ଭିଭୋ’ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ରହିଛି। ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବାପରେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିକ୍ରିକୁ ଭାରତରେ ଜୋର୍‌ଦାର ବିରୋଧ କରାଯାଉଛି। ଏହାକୁ ନଜରରେ ରଖି ବିସିସିଆଇ ଆଇପିଏଲ୍‌ର ପ୍ରମୁଖ ପ୍ରାୟୋଜକ ରହିଥିବା ଭିଭୋକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ୨୦୧୮ରେ ଭିଭୋ ୨୧ ଶହ ୯୯ କୋଟି ଟଙ୍କା ବିନିମୟରେ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରାୟୋଜକ ଅଧିକାର ହାସଲ କରିଥିଲା। ଯଦି ଆଗକୁ ଭାରତରେ ଲୋକମାନେ ଚାଇନା ସାମଗ୍ରୀକୁ ବିରୋଧ କରିବା ଜାରି ରଖନ୍ତି ତେବେ ବିସିସିଆଇ ଭିଭୋକୁ ହଟାଇବା ଲାଗି ବାଧ୍ୟ ହେବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ଦୁଇ ଦେଶ ମଧ୍ୟରେ ଯଦି ଏଭଳି ବିବାଦ ଲାଗି ରହେ ତେବେ କ’ଣ କରାଯାଇପାରିବ। ଆମର ପ୍ରଥମ ଲକ୍ଷ୍ୟ ହେଉଛି ଖାଲି ଷ୍ଟାଡିୟମରେ ହେଉ ପଛେ ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ କରିବା। ଆଇପିଏଲ୍‌ ଅନୁଷ୍ଠିତ ନ ହେଲେ ଆର୍ଥିକସ୍ତରରେ ଏହା ଆମକୁ ବଡ଼ କ୍ଷତି ପହଞ୍ଚାଇବ’। ଏହି ଅଧିକାରୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାର ଆଦେଶ ଦିଅନ୍ତି ତେବେ ଭିଭୋ ସହ ମୁଖ୍ୟ ପ୍ରାୟୋଜକ ନେଇ ହୋଇଥିବା ଚୁକ୍ତି ବାତିଲ କରାଯିବ। ସେହିଭଳି ଭିଭୋକୁ ଭାରତରେ ବିଜନେସ କରିବା ଲାଗି ଯଦି ସରକାର ଅନୁମତି ଦିଅନ୍ତି ତେବେ କୌଣସି ଅସୁବିଧା ହେବନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ସର୍ବାଧିକ ଆଧିପତ୍ୟ ବିସ୍ତାର କରିଥିବା ମୋବାଇଲ କମ୍ପାନୀ ତାଲିକାରେ ୨ୟ ସ୍ଥାନରେ ରହିଥିବା ଭିଭୋ ଆଇପିଏଲ୍‌ ପ୍ରାୟୋଜକ ବାବଦକୁ ବର୍ଷକୁ ବିସିସିଆଇକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଛି। ଏହାସହିତ ମାର୍କେଟିଂ ଓ ପ୍ରମୋଶନ ଲାଗି ଅତିରିକ୍ତ ୧୦୦ରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri