କିଆବୁଦାରୁ ଉଦ୍ଧାର କରିଥିବା ଶିଶୁଙ୍କୁ ନେବା ପାଇଁ ୫ ଦିନ ହେଲା ମେଡିକାଲରେ ଜଗିଛନ୍ତିି ମହିଳା

ଛତ୍ରପୁର,୯।୬(ଡି.ଏନ.ଏ):ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛପଟୁ ଏକ କିଆବୁଦା ମୂଳରୁ ୫ ତାରିଖରେ ଏକ ନବଜାତ ଶିଶୁ ପୁତ୍ରକୁ ପାଲିଆ ଛତ୍ରପୁରର ଦମନ୍ତି ନାୟକ ଉଦ୍ଧାର କରିଥିଲେ ା ପରେ ଛତ୍ରପୁର ହସ୍ପିଟାଲରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଶିଶୁଟିକୁ ଘରକୁ ନେଇଥିଲେ ଦମନ୍ତି। ଏସମ୍ପର୍କରେ ଖବର ପାଇ ଚାଇଲ୍ଡଲାଇନ୍‌ କର୍ମୀ ତାଙ୍କ ଘରେ ପହଂଚି ଉକ୍ତ ଶିଶୁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ ଏବଂ ଦମନ୍ତି ମଧ୍ୟ ସେମାନଙ୍କ ସହ ସେଠାକୁ ଯାଇଥିଲୋ ଉକ୍ତ ଶିଶୁଙ୍କୁ ସେ ଘରକୁ ନେଇ ପାଳିବେ ବୋଲି ଜଣାଇଥିଲେ ହେଁ ଦମନ୍ତିଙ୍କ କଥା କେହି ଶୁଣୁନାହାନ୍ତି। ଫଳରେ ୫ ଦିନ ହେଲା ଦମନ୍ତି ବ୍ରହ୍ମପୁର ବଡ ମେଡିକାଲରେ ଶିଶୁଟିକୁ ଜଗି ରହିଛନ୍ତି।

ମଙ୍ଗଳବାର ଦମନ୍ତିଙ୍କ ବାପା ଦାଶରଥୀ ନାୟକ ଏବଂ ଗାଁ ର କେତେକ ଲୋକ ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏସମ୍ପର୍କରେ ଜଣାଇଥିଲୋ ଏହା ଉପରେ ତଦନ୍ତ ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀଙ୍କୁ ଜିଲାପାଳ କହିଥିଲେ ା ଜିଲା ଶିଶୁ ସୁରକ୍ଷା ଅଧିକାରୀ ଏଠାରେ ପହଞ୍ଚିି ଦାସରଥୀ ଓ ଅନ୍ୟ ଗ୍ରାମବାସୀଙ୍କଠାରୁ ଏସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ା ଉଦ୍ଧାର ହୋଇଥିବା ଶିଶୁଙ୍କୁ ଆଇନ୍‌ ଅନୁସାରେ ଗ୍ରହଣ କରି ପାଳନ କରିବାକୁ ଦମନ୍ତି ଚାହଁୁଥିବା ତାଙ୍କ ବାପା ଦାଶରଥୀ କହିଛନ୍ତିି ା ପ୍ରକାଶଯୋଗ୍ୟ, ଗତ ୫ ତାରିଖରେ ଦମନ୍ତି କିଆବୁଦାରୁ ଉକ୍ତ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri