Posted inଜାତୀୟ

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ ବିଦାରକ ଚିତ୍ର ସବୁ ସୀମାକୁ ପାର୍‌ କରିଯାଇଛି। ଏଠାରେ ଏକ ଗର୍ଭିଣୀ ହାତୀକୁ କେତେଜଣ ଦୁର୍ବୃତ୍ତ ଅତି ଅମାନବୀୟ ଭାବେ ବାଣଭର୍ତ୍ତି ସପୁରି ଖାଇବାକୁ ଦେଇ ହତ୍ୟା କରିଛନ୍ତି। ସବୁଠାରୁ ଦୁଃଖର ବିଷୟ ହାତୀଟି ୩ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବାପରେ ଏକ ନଦୀ ଭିତରେ ପ୍ରାଣ ହରାଇଛି। ବନ ବିଭାଗ କ୍ଷତାକ୍ତ ହାତୀର ଫଟୋକୁ ପ୍ରଘଟ କରିବା ପରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ହାତୀପ୍ରେମୀ। ଉକ୍ତ ମୃତହାତୀକୁ ନ୍ୟାୟ ଦେବା ଏବଂ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନେତା, ବଲିଉଡ୍‌ ଷ୍ଟାର ଏବଂ କ୍ରୀଡ଼ାବିତ୍‌ମାନେ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି।
ମଲ୍ଲାପୁରମ୍‌ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ, ଜଙ୍ଗଲରେ ରହୁଥିବା ଏହି ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲିଆସିଥିଲା। ରାସ୍ତାରେ ବୁଲୁଥିବା ଉକ୍ତ ଭୋକିଲା ହାତୀକୁ କେତେଜଣ ବଗୁଲିଆ ସପୁରି ଭିତରେ ବିସ୍ଫୋରକ ଭର୍ତ୍ତି ବାଣ ରଖି ଖାଇବାକୁ ଦେଇଥିଲେ। ହାତୀଟି ସପୁରି ଖାଇବା ମାତ୍ରକେ ବାଣ ବିସ୍ଫୋରଣ ହୋଇଗଲା। ଏଥିରେ ହାତୀର ପାଟି, ଶୁଣ୍ଢ ଗଭୀର ଭାବେ କ୍ଷତାକ୍ତ ହୋଇଥିଲା। ପ୍ରାଣ ବିକଳରେ ହାତୀ ଏଣେତେଣେ ଦୌଡ଼ିବାକୁ ଲାଗିଲା। ଶେଷରେ ଯନ୍ତ୍ରଣାର ଉପଶମ ଲାଗି ଗଁା ନିକଟରେ ପ୍ରବାହିତ ଭେଲ୍ଲିୟାର ନଦୀରେ ପଶିଯାଇ କ୍ଷତାକ୍ତ ଶୁଣ୍ଢକୁ ବୁଡ଼ାଇ ରଖିଥିଲା।

ଏହି ଘଟଣା ପ୍ରଚାରିତ ହେବାପରେ ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ହାତୀକୁ ପାଣିରୁ ବାହାରକୁ ଆଣିବା ଲାଗି ଅନ୍ୟ ୨ ହାତୀର ସହାୟତା ମଧ୍ୟ ନିଆଯାଇଥିଲା। ହେଲେ ହାତୀକୁ ହୁଏତ ଅନୁଭବ ହୋଇସାରିଥିଲା ସେ ଏବଂ ତା’ ପେଟରେ ଥିବା ଛୁଆ ଆଉ ବଞ୍ଚତ୍ବେ ନାହିଁ। ତେଣୁ ସେ ନିର୍ବିକାର ଭାବେ ପାଣି ଭିତରେ ଛିଡ଼ାହୋଇ ରହିଥିଲା। ହାତୀକୁ ବଞ୍ଚାଇବା ଲାଗି ନିଆଯାଇଥିବା ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମେ’ ୨୭ ଅପରାହ୍ନ ୪ଟାରେ ହାତୀଟିର ଦୁଃଖଦ ମୃତ୍ୟୁ ଘଟିଥିଲା। ହାତୀ ମୃତଦେହକୁ ଟ୍ରକ୍‌ରେ ନିଆଯାଇ ଜଙ୍ଗଲରେ ଶେଷକୃତ୍ୟ କରାଯାଇଛି। ରେସ୍କ୍ୟୁ ଟିମ୍‌ରେ ସାମିଲ ଥିବା ବନ ବିଭାଗ ଅଧିକାରୀ ମୋହନ କୃଷ୍ଣାନ୍‌ ହାତୀର ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, ମଣିଷ ଉପରେ ଭରସା କରି ସପୁରି ଖାଇଦେବା ହାତୀର ବୋଧେ ଭୁଲ୍‌ ଥିଲା। ଅନ୍ତିମ କ୍ଷଣରେ ସେ ନିଜର ମୃତ୍ୟୁ ପାଇଁ ନୁହେଁ, ବରଂ ତା’ ପେଟରେ ବଢୁଥିବା ଛୁଆ ଲାଗି ନିଶ୍ଚୟ ଭାବେ ବେଶି ଚିନ୍ତିତ ହୋଇଥିବ; ଯାହାକୁ ସେ ୧୮ରୁ ୨୦ମାସ ମଧ୍ୟରେ ଜନ୍ମ ଦେଇଥାନ୍ତା।
ଅନ୍ୟପଟେ ସୋସିଆଲ ମିଡିଆରେ ହାତୀର ଯନ୍ତ୍ରଣାଦାୟକ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ୟୁଜର୍ସ ହାତୀ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି ଯେ, ଏମିତି କାମ କରିଥିବା ବ୍ୟକ୍ତି ମଣିଷ ନୁହେଁ ରାକ୍ଷସ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମଣିଷର ଏପରି କୁକର୍ମ ଲାଗି ହିଁ କରୋନା ମହାମାରୀ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri