କଳାକୃତିରେ କରୋନାର ବାସ୍ତବତା ପ୍ରତିଫଳିତ

ବରଗଡ଼ ଅଫିସ୍‌,୧୬।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ନେଇ ସମଗ୍ର ମାନବ ସମାଜ ଆଜି ଆତଙ୍କିତ । ଏହାର ସଫଳ ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟି ପାରି ନାହିଁ । ଏଭଳିସ୍ଥଳେ ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁର ବୀରେନ୍ଦ୍ର ବିବସ୍ବାନ ସିଂହ ତାଙ୍କ ଏକ କଳାକୃତିରେ କରୋନା ସଂକ୍ରମଣର ବାସ୍ତବତାକୁ ଫୁଟାଇ ନିଜ ପ୍ରତିଭାକୁ ସଭିଁଙ୍କ ସମ୍ମୁଖରେ ଉପସ୍ଥାପନ କରି ପାରିଛନ୍ତି । କେବଳ ସେତିକି ନୁହେଁ, ଆନ୍ତର୍ଜାତୀୟ ଅନୁଷ୍ଠାନ ବିନ୍ଦାସ ଆର୍ଟସ୍‌ ଗ୍ରୁପ(ବିଏଜି) ଦ୍ୱାରା କରୋନାକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ତାଙ୍କର ଏହି କଳାକୃତି ପ୍ରଥମ ୫୦ଜଣଙ୍କ ମଧ୍ୟରେ ଗୋଲ୍ଡ କାଟେଗୋରିରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ପାରିଛି । ପ୍ରବଚକ ଦୀପ୍ତି କୁମାର ସିଂହ ଏବଂ ମୃଦୁଳା ସିଂହଙ୍କ ପୁଅ ବୀରେନ୍ଦ୍ରଙ୍କ ସେହି କଳାକୃତିର ନାମ ବ୍ଲାଇଣ୍ଡ୍‌ ଅପ୍ଟିମିଜିମ୍‌ ଅର୍ଥାତ୍‌ ଅନ୍ଧ ସମାଜ । ଯାହା ବାସ୍ତବତାଠାରୁ ବହୁ ଦୂରରେ। ଏହି ଭାବନାକୁ ସେ ତାଙ୍କ କଳାକୃତିରେ ନିଖୁଣ ଭାବେ ଫୁଟାଇ ପାରିଛନ୍ତି। କଳାକୃତିରେ କରୋନା ଭୂତାଣୁର ଜୀବନ୍ତ ବୋମା ଉପରେ ଠିଆ ହୋଇଛି ଏକ ଘରଚଟିଆ । ବୋମାର ତାଲା ଖୋଲି ଚାବିଟି ଧରିଛି ଥଣ୍ଟରେ। ଜଣା ନାହିଁ, ପରିଣାମ କଣ ହେବାକୁ ଯାଉଛି । କେଉଁ ମୂହୂର୍ତ୍ତରେ ବିସ୍ଫୋରଣ ହୋଇପାରେ। ବାସ୍ତବତାକୁ ଆଖି ବୁଜି ଆଜି ମାନବ ସମାଜ ଏହି ସ୍ଥିତିରେ ପହଞ୍ଚି ସାରିଛି । ସାମ୍ପ୍ରତିକ ପରିସ୍ଥିତିର ଏକ ବାସ୍ତବ ଆକଳନ ଚିତ୍ରରେ ଚିତ୍ରଣ କରାଯାଇଛି। ବୀରେନ୍ଦ୍ର ବିବସ୍ବାନ ପୂର୍ବତନ ବରଗଡ଼ ଏମପି ଡଃ ପ୍ରଭାସ କୁମାର ସିଂହଙ୍କ ପୁତୁରା ଅଟନ୍ତି । ତାଙ୍କ ଏହି କଳାକ୍ଷେତ୍ରରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ଅଗ୍ରଗତି ପାଇଁ ପୂର୍ବତନ ଏମ୍‌ପି ଡଃ ସିଂହ ଏବଂ ସ୍ତ୍ରୀ ମଞ୍ଜୁଶ୍ରୀଙ୍କ ଯଥେଷ୍ଟ ଅବଦାନ ଓ ପ୍ରେରଣା ରହିଛି । ବୀରେନ୍ଦ୍ର ବିବସ୍ବାନ ବର୍ତ୍ତମାନ ସୁନ୍ଦରଗଡ଼ସ୍ଥିତ କଳାୟତନ କଲେଜ ଅଫ୍‌ ଆର୍ଟସ୍‌ ଆଣ୍ଡ୍‌ କ୍ରାଫ୍ଟସରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ରାଜ୍ୟ, ଜାତୀୟସ୍ତରୀୟ କର୍ମଶାଳା, ପ୍ରଦର୍ଶନୀରେ ଯୋଗଦେଇ ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri