Odisha Elections 2024

୧୩ ନଂ. ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା: ସାମାଜିକ ଦୂରତା ରଖି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଜଗନ୍ନାଥପ୍ରସାଦ,୬।୫(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଚୋପର ଗ୍ରାମର ୧୩ ନମ୍ବର ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ସମସ୍ୟାର ସମାଧାନ ଦାବିରେ ସାମାଜିକ ଦୂରତା ବଜାଇ ରଖି ରାସ୍ତାକୁ ଓହ୍ଲାଇଛନ୍ତି।
ମହିଳାମାନେ ଅଭିଯୋଗ କରିଛନ୍ତି, ସେମାନେ ଗରିବ ଶ୍ରେଣୀର ହୋଇଥିବାବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରି ନାହିଁ। ସେମାନଙ୍କ ପାଖରେ ନା ଅଛି ଜବ କାର୍ଡ ନା ରାସନ କାର୍ଡ। ଏପରିକି ମନରେଗା ଯୋଜନାରେ କାମରେ ନିୟୋଜିତ ନ କରିବାରୁ ପରିବାର ପୁରୁଷମାନେ ବାହାର ରାଜ୍ୟରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ବର୍ତମାନ କରୋନା ଭାଇରସ ସକାଶେ କାମ ଠପ ହୋଇଯିବା ସହ ସଞ୍ଚୟ ଥିବା ଟଙ୍କା ସରି ଗଲାଣି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି।
ଅନ୍ୟପକ୍ଷରେ ରାସନ କାର୍ଡ, ଜବ କାର୍ଡ ପାଇବା ପାଇଁ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଓ୍ବାର୍ଡର ମାଳତୀ ପରିଡା, ଖଦାଲି ଗୌଡ଼, ସୁନିତା ବେହେରା, ରୁନୁ ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି। ଏଥିସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। l ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ଯୁବରାଜ ସ୍ବାାଇଁ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟା ସମ୍ପର୍କରେ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖବର ଲେଖା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼

ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ...

ବ୍ରହ୍ମପୁର, ଗୋପାଳପୁର ଫଳାଫଳକୁ ଅପେକ୍ଷା: କିଏ ଜିତିବ ଅଙ୍କ କଷୁଛନ୍ତି କର୍ମୀ

ବ୍ରହ୍ମପୁର,୨୪ା୫(ନରସିଂହ ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୧୨ ଦିନ ବିତିଛି। ସେହିପରି ୫ ଦିନ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ଜିଲାର...

୪.୨୯ ଲକ୍ଷ ଟଙ୍କା ଠକେଇ: ଫାଇନାନ୍ସ କର୍ମଚାରୀଙ୍କ ସମେତ ୨ ଗିରଫ

ଖଲ୍ଲିକୋଟ,୨୪ା୫(ପ୍ରଶାନ୍ତ କୁମାର ମିଶ୍ର): ଏକ ଫାଇନାନ୍ସ କମ୍ପାନୀର ୪ଲକ୍ଷ ୨୯ ହଜାର ଟଙ୍କା ଠକେଇ କରି ସାଙ୍ଗଙ୍କ ସହ ଫାଇନାନ୍ସ କର୍ମଚାରୀ ଶୁକ୍ରବାର ଗିରଫ ହୋଇଛନ୍ତି।...

ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ

ହିଞ୍ଜିଳିକାଟୁ ୨୪!୫( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ୭ଜଣ ଆହତ ହୋଇଥିବା...

ପୁରୀ ଯାଇ ଫେରିଲେନି ଘରକୁ: ଟ୍ରେନ୍‌ ଲାଇନରୁ ମିଳିଲା ମୃତଦେହ

ବ୍ରହ୍ମପୁର,୨୪।୫(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଶୁକ୍ରବାର ବ୍ରହ୍ମପୁର ରେଳଷ୍ଟେଶନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଟାଉନ...

ନାବାଳିକାଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଥାନାରେ ଅଟକ

ପୁରୁଷୋତ୍ତମପୁର,୨୪।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏକ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri