ବରଗଡ଼ ଇ-ନାମ୍‌ ମାର୍କେଟ୍‌ରେ ପରିବା କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୨୫।୪: ରାଷ୍ଟ୍ରୀୟ କୃଷି ବିପଣନ କାର୍ଯ୍ୟକ୍ରମ(ଇ-ନାମ୍‌)ରେ ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିବା ଇ-ନାମ୍‌ ମାର୍କେଟ୍‌ ଜରିଆରେ ପନିପରିବା କିଣାବିକାରେ ପ୍ରଥମ କରି ସାମିଲ ହୋଇଛି। ଇ-ଟ୍ରେଡ଼ିଂ, ଇ- ବିଡ଼ିଂ ପ୍ରକ୍ରିୟା ଅବଳମ୍ବନ କରି ଆଗଲପୁର ଗ୍ରାମର ଚାଷୀ ଟଙ୍କଧର ବିଶ୍ୱାଳ ନିଜ ୫କୁଇଣ୍ଟାଲ ଟମାଟୋ(ପାତଲଘଣ୍ଟା)କୁ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କା ଦରରେ ବିକ୍ରି କରିଛନ୍ତି। ବରଗଡ଼ର ପରିବା ହୋଲସେଲ୍‌ ବ୍ୟବସାୟୀ ଗୋବର୍ଦ୍ଧନ ପ୍ରଧାନ ଅନଲାଇନ ମାଧ୍ୟମରେ ୫ହଜାର ଟଙ୍କାରେ ଏହା କିଣିଥିବାବେଳେ ଚାଷୀ ଟଙ୍କଧର ତାଙ୍କର ସେହି ପ୍ରାପ୍ୟ ପାଇଛନ୍ତି। ଏଭଳି କିଣାବିକାରେ ସେ ଲାଭବାନ୍‌ ହୋଇଥିବା ପ୍ରକାଶ କରିଛନ୍ତି। ଜାତୀୟ କୃଷି ବିପଣନର ରାଜ୍ୟ ସଂଯୋଜକ ପ୍ରସନଜିତ୍‌ ସାହଙ୍କ ତତ୍ତ୍ବାବଧାନ ତଥା ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ ଦୁର୍ଗାପ୍ରସାଦ ଛୁରିଆଙ୍କ ଉଦ୍ୟମରେ ଅଞ୍ଚଳର ପରିବା ଚାଷୀଙ୍କୁ ଏଭଳି କିଣାବିକା ସୁବିଧା ମିଳି ପାରିଛି। ଏହି ଅନଲାଇନ ମାର୍କେଟିଂ କାଯର୍‌ୟକ୍ରମ ପରିଚାଳନାରେ ସୁପରଭାଇଜର ବିଜୟ ରାଉତ୍‌, ଇ-ନାମ୍‌ ମାର୍କେଟ୍‌ ଇନଚାର୍ଜ ହିମାଂଶୁ ପ୍ରଧାନ, କମ୍ପ୍ୟୁଟର ଅପରେଟର ପ୍ରଶାନ୍ତ କୁମାର ଦାଶ, ପରେଶ କୁମାର ଖମାରୀ ପ୍ରମୁଖ ସକ୍ରିୟ ଭୂମିକା ନେଇଛନ୍ତି। ଚାଷୀମାନେ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ଅଧିନସ୍ଥ କୃଷକ ବଜାର ପରିସରସ୍ଥ ଇ-ନାମ୍‌ ମାର୍କେଟ୍‌ ମାଧ୍ୟମରେ ନିଜ ଉତ୍ପାଦିତ ପରିବାକୁ ଏଭଳି ବହୁଳଭାବେ ବିକ୍ରି କରି ଲାଭବାନ୍‌ ହେବାକୁ ସମ୍ପାଦକ ଛୁରିଆ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri