ଅଟକାଇ ପାରିନି କରୋନା: କାଳିଆ ପାଖରେ ପହଞ୍ଚାଇଲେ ଫୁଲ, ତୁଳସୀ

ପୁରୀ ଅଫିସ,୧୬ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ବାଇଶିପାହାଚ ଡେଇଁପାରୁନି ଭକ୍ତ। ହେଲେ ଅନେକ ଶ୍ରଦ୍ଧାଳୁଙ୍କ ମନ ବୁଝୁନି। କାଳିଆ ସାଆନ୍ତଙ୍କୁ କିଏ ସ୍ବପ୍ନରେ ଦେଖୁଛନ୍ତି ତ ଆଉ କିଏ ଭାବ ଭକ୍ତିରେ ହଜି ଯାଉଛନ୍ତି। ଏମିତି ଉଦାହରଣ ଅନେକ ରହିଛି, ଯେଉଁଥିପାଇଁ ସକାଳେ ଶ୍ରୀମନ୍ଦିର ଆଖପାଖରେ ଘେରା ପକାଉଛନ୍ତି ଅନେକ ଭକ୍ତ। କରୋନା କଟକଣା ଥିଲେ ବି ଛୁଟି ଆସୁଛନ୍ତି ସିଂହଦ୍ୱାରକୁ। ଦୁଇହାତ ଟେକି ପତିତପାବନଙ୍କୁ ଦର୍ଶନ କରୁଛନ୍ତି। କାହାର ଆଖିରୁ ଲୁହଧାର ବି ଗଡ଼ିଯାଉଛି। ଏମିତି ଚିତ୍ର ପ୍ରତ୍ୟହ ସକାଳେ ସିଂହଦ୍ୱାରରେ ଦେଖିବାକୁ ମିଳୁଛି। ତେବେ ବୁଧବାର ସକାଳେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଏମିତି ଜଣେ ନିଆରା ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ସୁଦୂର ଢେଙ୍କାନାଳରୁ ବାଇକ୍‌ରେ କାଳିଆ ପାଇଁ ଆଣିଥିଲେ ତୁଳସୀ ଓ ଫୁଲ।
ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ରସିକ ରାଜ କୁହାଯାଏ। ତାଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ। ଶ୍ରୀମନ୍ଦିରରେ ହେଉ କି ପହଣ୍ଡିରେ ଅବା ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତୁଳସୀ ଓ ଦୟଣା ପ୍ରିୟ ଠାକୁର ସେ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ ଆଉ ମହାପ୍ରସାଦରେ ବି ତୁଳସୀ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। ଠାକୁରଙ୍କ ଛଡ଼ା ତୁଳସୀ ପାଇଗଲେ ଭକ୍ତ ମନ ପୂରିଉଠେ। ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା ଓ ତୁଳସୀରେ ଅନୁରାଗ। ମହାପ୍ରଭୁଙ୍କର ଏମିତି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ହେଲେ ଏବେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ଆସୁ ନ ଥିବାରୁ ଫୁଲ, ତୁଳସୀର ଅଭାବ ଦେଖାଦେଇଛି। ଏକଥା ଜାଣିବା ପରେ ଢେଙ୍କାନାଳରୁ ବୁଧବାର ଫୁଲ, ତୁଳସୀ ଆଣି ଶ୍ରୀକ୍ଷେତ୍ର ଆସିଥିଲେ ଚିଣ୍ଟୁବାବା। ଏକ ବାଇକ୍‌ରେ ହୁଣ୍ଡି ଲଦି ସେଥିରେ ଫୁଲ ଓ ତୁଳସୀ ଭର୍ତ୍ତି କରି ପହଞ୍ଚିଥିଲେ ପଶ୍ଚିମ ଦ୍ୱାରରେ। ସେବକମାନଙ୍କୁ ଦେବା ପରେ ଭାବ ଭକ୍ତିରେ ଚିଣ୍ଟୁବାବାଙ୍କ ଆଖିରୁ ଝରି ପଡ଼ିିଥିଲା ଦୁଇଟୋପା ଲୁହ। ଏ ସମ୍ପର୍କରେ ଚିଣ୍ଟୁବାବା କହିଛନ୍ତି, ସେ ଗତ କିଛିବର୍ଷ ହେଲା ମହାପ୍ରଭୁଙ୍କ ପାଇଁ ଫୁଲ, ତୁଳସୀ ଆଣି ଯୋଗାଇ ଦେଉଛନ୍ତି। କିନ୍ତୁ ଲକ୍‌ଡାଉନ ପରେ ତାଙ୍କର ଆସିବା ସମ୍ଭବ ହେଲା ନାହିଁ। ଗଣମାଧ୍ୟମରେ ମହାପ୍ରଭୁଙ୍କୁ ଫୁଲ, ତୁଳସୀ ନିଅଣ୍ଟ ପଡୁଥିବା ଜାଣିବା ପରେ ତାଙ୍କ ମନ ଅଥୟ ହେଲା। କିପରି ଫୁଲ, ତୁଳସୀ ନେଇ ଶ୍ରୀକ୍ଷେତ୍ର ଯିବେ ସେହି ଚିନ୍ତାରେ ରହିଥିଲେ। ଏକଘରିଆ ଗ୍ରାମବାସୀ ଏବଂ ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ସହଯୋଗରେ ସେ ଢେଙ୍କାନାଳ ଜିଲାପାଳଙ୍କଠାରୁ ଏକ ପାସ୍‌ ପାଇବା ପରେ ବୁଧବାର ବାଇକ୍‌ରେ ଫୁଲ, ତୁଳସୀ ଆଣି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ। ତେବେ ପାସ୍‌ ଗୋଟିଏ ଦିନ ପାଇଁ ବୈଧ ଥିବାରୁ ମନ ଉଣା କରିଛନ୍ତି ଚିଣ୍ଟୁବାବା। ପୁନଶ୍ଚ ଢେଙ୍କାନାଳ ଜିଲାପାଳଙ୍କୁ ଅନୁରୋଧ କରିବେ। ତାଙ୍କୁ ପାସ୍‌ ମିଳିଲେ ସେ ପୁଣି ଏହି ଲକ୍‌ଡାଉନ ସମୟରେ ଫୁଲ, ତୁଳସୀ ଆଣି ଆସିବେ ବୋଲି କହିଛନ୍ତି। ମହାପ୍ରଭୁଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏହି ଛୋଟିଆ ସେବା ପାଇଁ ମହାପ୍ରଭୁ ତାଙ୍କୁ ନିଶ୍ଚିତ ସହାୟ ହେବେ ବୋଲି ଚିଣ୍ଟୁବାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri