ଚୋର ଅପେକ୍ଷା…

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଦ୍ୟାବଧି ବିଶ୍ୱରେ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏବେ ଯାଏ ସମସ୍ତେ ଆଲୋଚନା କରୁଛନ୍ତି ଯେ, ଚାଇନାର ଉହାନରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବାରୁ ସବୁ ଦୋଷ ବେଜିଂର। କିନ୍ତୁ ବ୍ରିଟିଶ ଗଣମାଧ୍ୟମ ‘ଡେଲି ମେଲ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ବାଦୁଡ଼ିଙ୍କ ଉପରେ ହେଉଥିବା ଗବେଷଣା ପ୍ରକଳ୍ପରେ ଆମେରିକା ୩.୭ ମିଲିୟନ ଡଲାର ଲଗାଇଥିଲା। ଅନୁସନ୍ଧାନମୂଳକ ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ ପ୍ରୋଜେକ୍ଟକୁ ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପାଣ୍ଠି ଯୋଗାଇଆସୁଥିବାର ପ୍ରମାଣ ମିଳିଲାଣି। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିବା ପରେ ଆମେରିକାର ଆଇନ ପ୍ରଣୟନକାରୀମାନେ ସେଠାକାର ସରକାରଙ୍କୁ ଘେରିଛନ୍ତି। ଭୟଙ୍କର ଓ ଅମାନୁଷିକ ପରୀକ୍ଷଣ ସକାଶେ ପାଣ୍ଠି ବିନିଯୋଗର କି ଆବଶ୍ୟକତା ରହିଛି ବୋଲି ସେମାନେ ପ୍ରଶ୍ନ କରିବା ସ୍ବାଭାବିକ। ବାସ୍ତବରେ କରୋନା ଭୂତାଣୁ ପ୍ରସାର କରି ବିଶ୍ୱବାସୀଙ୍କୁ ଚାଇନା ଅତିଷ୍ଠ କରି ଦେଇଥିଲେ ମଧ୍ୟ ଏହା ପଛରେ ଆମେରିକା ରହିଥିବା ସବୁଠାରୁ ବିସ୍ମୟକର ବିଷୟ ହୋଇଛି।
ବିଶ୍ୱ ବ୍ୟାପାର, ତାହା ଭଲ ହେଉ ବା ଭେଲ ପ୍ରତି କ୍ଷେତ୍ରରେ ଆମେରିକାର ହସ୍ତକ୍ଷେପ ରହିଆସିଛି। ଅତୀତକୁ ଦେଖିଲେ ଅଲ୍‌ କାଏଦା ଭଳି ଆତଙ୍କବାଦୀ ସଙ୍ଗଠନକୁ ଆମେରିକା ଆର୍ଥିକ ପ୍ରୋତ୍ସାହନ ଦେଇ ବଢ଼ାଇ ଆସିଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱ ସ୍ତରରେ ରୁଷିଆର ମାମଲତକାରୀ ପ୍ରଭାବକୁ କମାଇବା ଲାଗି ବିଶୃଙ୍ଖଳା ସୃଷ୍ଟି କରିପାରୁଥିବା ଏକ ଆତଙ୍କବାଦୀ ସଙ୍ଗଠନ ଗଢ଼ିବା। ତାହା ହିଁ ହେଲା। ହେଲେ ପରବର୍ତ୍ତୀ ସମୟରେ ସେହି ସଙ୍ଗଠନ ଜରିଆରେ ଆମେରିକା ଭସ୍ମାସୁର ପାଲଟି ନିଜ ମୁଣ୍ଡରେ ହାତ ରଖିବାରୁ ୯/୧୧ ଭଳି ଆକ୍ରମଣ ଘଟିଲା। ପରବର୍ତ୍ତୀ ସମୟରେ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରାଯିବା କିମ୍ବା ଉକ୍ତ ସଙ୍ଗଠନକୁ ଦୁର୍ବଳ କରିବା ଲାଗି ଆମେରିକା ପଦକ୍ଷେପ ନେବା ସେତେଟା ଗୁରୁତ୍ୱ ବହନ କରିନାହିଁ। ଆଜିର ପରିସ୍ଥିତି ଦେଖିଲେ ଭୟଙ୍କର କରୋନା ଭାଇରସ୍‌ ସୃଷ୍ଟି ହେବା ପଛରେ ଆମେରିକାର ଅର୍ଥ ବିନିଯୋଗ ଆଉ ଏକ ଅମାନୁଷିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇଛି ବୋଲି କୁହାଯାଇପାରିବ। ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ହେଉଛି ଚାଇନାର ସବୁଠାରୁ ଅତ୍ୟାଧୁନିକ ଗବେଷଣାଗାର। ସେଠାରେ ଆମେରିକା କାହିଁକି ପାଣ୍ଠି ବିନିଯୋଗ କରିଥିଲା ଓ ଭୂତାଣୁ ସୃଷ୍ଟି ପଛରେ କି ରହସ୍ୟ ରହିଥିଲା, ତାହା ଜଣାପଡ଼ି ନାହିଁ। କିନ୍ତୁ ଯାହା ଆମେରିକାକୁ ବର୍ତ୍ତମାନ ଖିନ୍‌ଭିନ୍‌ କରିଚାଲିଛି, ତାହା ପରୋକ୍ଷରେ ନିଜ ଦ୍ୱାରା ସୃଷ୍ଟ କୋଭିଡ୍‌-୧୯ ଯୋଗୁ ଘଟିଥିବା ଭଳି ମନେହେଉଛି। ଅଦ୍ୟାବଧି ଆମେରିକାରେ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ଚାଇନାରୁ ଜନ୍ମ ନେଇଥିବା ଏହି ଭୂତାଣୁ ଆମେରିକାରେ ସର୍ବାଧିକ କ୍ଷତି କଲା।
ପୃଥିବୀରେ ଦୀର୍ଘକାଳ ସୁପରପାଓ୍ବାର ହୋଇ ବସିବା ଆମେରିକାର ଲକ୍ଷ୍ୟ ରହିଆସିଥିବାରୁ ଯେନତେନ ପ୍ରକାରେ ଏହାର ରାଷ୍ଟ୍ରମୁଖ୍ୟମାନେ ବିଭିନ୍ନ ସମୟରେ ନିଜକୁ ସୁହାଇଲା ଭଳି ପଦକ୍ଷେପ ନେଇଥାଆନ୍ତି। କିନ୍ତୁ ବିନାଶକାରୀ ଶକ୍ତିକୁ ପୁଷ୍ଟ କରିବା ଲାଗି ପ୍ରୟାସ କରାଯିବା ମାନେ ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ। କାହାକୁ ନିଜର ବଶତା ସ୍ବୀକାର କରେଇବା ଲାଗି ଏହିଭଳି ଉପାୟ ପାଞ୍ଚିବା ହେଉଛି ସମ୍ପୂର୍ଣ୍ଣ ଅନୈତିକ ଓ ଅଦୂରଦର୍ଶିତାର ପରିଚୟ ଦେଉଛି। ଅନ୍ୟପକ୍ଷରେ ଦେଖିଲେ ପ୍ରାୟ ସବୁ କଥାରେ ଆମେରିକା ବାହାଦୁରି ନେବା ପାଇଁ ବ୍ୟସ୍ତ। ଶୀତଳ ଯୁଦ୍ଧ ପରେ ରୁଷିଆ ଦୁର୍ବଳ ହୋଇଯାଇଥିବାରୁ ଆମେରିକାକୁ ଅତିକ୍ରମ କରିବା ଭଳି ଅନ୍ୟ କୌଣସି ରାଷ୍ଟ୍ର ବଳବାନ୍‌ ହୋଇପାରୁ ନାହାନ୍ତି। ତଥାପି ଆମେରିକାର କ୍ଷମତା ଭୋକ ମେଣ୍ଟୁ ନାହିଁ। କୌତୂହଳର ବିଷୟ ଯେ, ଆମେରିକାରେ କୋଭିଡ୍‌-୧୯ ବ୍ୟାପକ କ୍ଷତି କରିଥିବାରୁ ଚାଇନା ସରକାର ବିରୋଧରେ ୨୦ ଟ୍ରିଲିୟନ ଡଲାର କ୍ଷତିପୂରଣ ନେଇ ମାମଲା ରୁଜୁ କରାଯାଇଛି। ହେଲେ ବର୍ତ୍ତମାନର ପରିସ୍ଥିତିରେ କିଏ ପ୍ରକୃତ ଦୋଷୀ ତାହା ଜଳ ଜଳ ଦିଶିଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଢଗ ମନେପଡ଼େ-ଚୋର ଅପେକ୍ଷା ଚୋର ମାଉସୀ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri