ଶେଫ୍‌ ପ୍ରସ୍ତୁତ କଲେ କରୋନା ବର୍ଗର: କହିଲେ ‘ଯିଏ ଡରଉଛି ତାକୁ ଖାଅ’

ହନୋଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଚାଲିଛି। ଏହି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଭାଇରସ୍‌କୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶୁଣି ଡରିଗଲେ କି? ଡରିବାର କିଛି ନାହିଁ। ସତରେ ଭାଇରସ୍‌କୁ ଖାଇବେ ନାହିଁ। କରୋନା ନାମରେ ଏକ ବର୍ଗର ତିଆରି ହୋଇଛି। ତାହା ଖାଇବା ପାଇଁ ଏହି ବ୍ୟକ୍ତିଜଣକ ପରାମର୍ଶ ଦେଇଛନ୍ତି। ଭିଏତନାମାର ରାଜଧାନୀ ହନୋଇର ଶେଫ୍‌ ହୋଙ୍ଗ୍‌ ତୁଙ୍ଗ୍‌ ଏକ ବର୍ଗର ତିଆରି କରିଛନ୍ତି। ଯାହାର ନାମ ସେ କରୋନା ରଖିଛନ୍ତି। ସବୁଜ ରଙ୍ଗର ଏହି ବର୍ଗରକୁ ଲୋକେ ବହୁ ପସନ୍ଦ କରୁଛନ୍ତି। ତୁଙ୍ଗ୍‌ କୁହନ୍ତି, ଯଦି ଆପଣକୁ କୌଣସି ଜିନିଷ ହଇରାଣ କରୁଛି ତେବେ ତାକୁ ଖାଇଯାଅ। ଏଥିପାଇଁ ସେ କରୋନା ଭାଇରସ୍‌ ନାମରେ ସବୁଜ ପନିପରିବାରେ ଭର୍ତ୍ତି ବର୍ଗର ବିକୁଛନ୍ତି। ଏହା ଲୋକଙ୍କ ମନୋବଳ ବଢ଼ାଉଛି। ଏହି ବର୍ଗର ଦେଖିବାକୁ ଅବିକଳ କରୋନା ଭାଇରସ୍‌ ପରି। ଏହା ଅଟାରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଛୋଟ ଛୋଟ ଆକାର ବିଭିନ୍ନ ପନିପରିବା କଟାଯାଇ ଭର୍ତ୍ତି କରାଯାଇଛି।
ତୁଙ୍ଗ୍‌ ଏକ ପିଜା ହୋମ୍‌ରେ କାମ କରନ୍ତି। ଏବେ ଲକ୍‌ଡାଉନ୍‌ ସମୟରେ ଏପରି ଭିନ୍ନ ବର୍ଗର ତିଆରି କରିବାକୁ ଯୋଜନା କଲେ। ଭାଇରସ୍‌ ପରି ଦେଖିବାକୁ ବର୍ଗର ଖାଇଲେ କରୋନା ପ୍ରତି ଆଉ ଲୋକଙ୍କ ଭୟ ରହିବ ନାହିଁ। ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ଏହି ବର୍ଗର ବିକୁଛନ୍ତି ବୋଲି ତୁଙ୍ଗ୍‌ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri