କରୋନା ସହାୟତା: ୯୦ ମିଲିୟନ ୟୁରୋ ପ୍ରଦାନ କରିବେ ରୋନାଲ୍ଡୋ, ଜୁଭେଣ୍ଟସ୍‌

ରୋମ, ୨୯।୩(ଏ.ପି.): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ, କୋଚ୍‌ ମାଉରିଜିଓ ସାରିଙ୍କ ସମେତ ତାଙ୍କ କ୍ଲବ ଜୁଭେଣ୍ଟସର ଅନ୍ୟ ସଦସ୍ୟମାନେ କରୋନା ବିପତ୍ତି ପାଇଁ ୯୦ ମିଲିୟନ ୟୁରୋ ବା ୧୦୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ବିପତ୍ତି ସମସୟରେ କ୍ଲବ୍‌ର ସହାୟତା ପାଇଁ ଏମାନେ ଏହି ବିପୁଳ ଅର୍ଥ ପ୍ରଦାନ କରିବେ ବୋଲି କୁହାଯାଇଛି। ଏମାନେ ୪ ମାସ ଅର୍ଥାତ୍‌ ବର୍ଷକର ଏକ ତୃତୀୟାଂଶ ଦରମା ପ୍ରଦାନ କରିବେ। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ରୋନାଲ୍ଡୋ ୧୦ ମିଲିୟନ ୟୁରୋ ବା ୧୧ ମିଲିୟନ ଅମେରିକୀୟ ଡଲାର ପ୍ରଦାନ କରିବେ।
ଉଲ୍ଲେଖଥାଉ କି, ସିରିଜ୍‌-ଏ’ରେ ଏହି ଇଟାଲୀୟ କ୍ଲବ ଜୁଭେଣ୍ଟସ ରେକର୍ଡ ନବମଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ପଏଣ୍ଟ ତାଲିକାରେ ଜୁଭେଣ୍ଟସ୍‌ ଶୀର୍ଷରେ ରହିଛି। ଲାଜିଓ ଗୋଟିଏ ପଏଣ୍ଟ କମ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କଷ୍ଟକର ସମୟରେ ଏହି ବଦାନ୍ୟତା ପାଇଁ ଜୁଭେଣ୍ଟସ ରୋନାଲ୍ଡୋଙ୍କ ସମେତ କୋଚ୍‌ ଓ ଅନ୍ୟ ଖେଳାଳିମାନଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। କରୋନା ଭାଇରସ ପାଇଁ ଇଟାଲୀରେ ଜାତୀୟ ବିପତ୍ତି ସୃଷ୍ଟି ହୋଇଛି। ଜୁଭେଣ୍ଟସ ଖେଳାଳି ଯଥା ଡାନିଏଲେ ରୁଗାନି, ବ୍ଲେଇସ୍‌ ମାଟୁଇଡି ଓ ପାଉଲୋ ଡିବାଲା କାରେନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲୀରେ ମୋଟ ଉପରେ ୧ ଲକ୍ଷ ଲୋକ କୋଭିଡି- ୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଇଟାଲୀ ଚାଇନାକୁ ମଧ୍ୟ ପଛରେ ପକାଇଛି। ଚଳିତମାସ ପ୍ରାରମ୍ଭରେ ଜୁଭେଣ୍ଟସ କ୍ଲବକୁ ନିୟନ୍ତ୍ରଣ କରୁଥିବା ଇଟାଲୀର ଶିଳ୍ପପତ୍ତି ପରିବାର ଆଗ୍ନେଲି ପରିବାର ଦେଶର ସିଭିଲ ପ୍ରୋଟେକ୍ସନ ଏଜେନ୍ସିକୁ ୧୦ ମିଲିୟନ ୟୁରୋ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri