କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ କଲେ ସଚିନ

ନୂଆଦିଲ୍ଲୀ,୨୭।୩(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ରୋକିବା ତଥା କରୋନା ଭାଇରସ ବିରୋଧରେ ଲଢେଇ ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥକୁ ସଚିନ ସମାନ ଦୁଇଭାଗରେ ବିଭକ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଓ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ୍ୟ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।
ସଚିନଙ୍କ ଏହି ଆର୍ଥିକ ସହାୟତା ଭାରତୀୟ ତାରକା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ସର୍ବାଧିକ ପରିମାଣର ସାବ୍ୟସ୍ତ ହୋଇଛି। ଏହି ମହାମାରୀକୁ ରୋକିବା ପାଇଁ ଅନ୍ୟ କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଦରମା ଓ ଆଉ କେତେଜଣ ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି। ଉଲ୍ଲେଖଥାଉ କି, ସଚିନ ପୂର୍ବରୁ ବିଭିନ୍ନ ଚାରିଟି ତଥା ସମାଜମଙ୍ଗଳ କାର୍ଯ୍ୟକ୍ରମରେ ଜଡିତ ରହିଆସିଛନ୍ତି। ସେ ଅନେକ ବାର ବିଭିନ୍ନ ସାମାଜିକ ସମସ୍ୟାରେ ଲୋକଙ୍କୁ ସହାୟତା କରିଆସିଛନ୍ତି। ତେବେ ଏ ସବୁକୁ ସେ କେବେ ଜନସାଧରଣଙ୍କ ନଜରକୁ ଆଣିନାହାନ୍ତି। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣେ ପର୍ଯ୍ୟବେଷିତ ଏକ ଏନ୍‌ଜିଓ ମାଧ୍ୟମରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂର୍ବରୁ ଇର୍ଫାନ ଓ ୟୁସୁଫ୍‌ ପଠାନ ଲୋକଙ୍କ ପାଇଁ ବରୋଦା ପୋଲିସ୍‌ ଓ ସ୍ବାସ୍ଥ୍ୟ ବିଭାଗକୁ ୪,୦୦୦ ମାସ୍କ ପ୍ରଦାନ କରିଥିଲେ। ଅନ୍ୟ ଆଥଲେଟମାନଙ୍କ ମଧ୍ୟରେ ରେସଲର ବଜରଙ୍ଗ୍‌ ପୁନିଆ, ମହିଳା ସ୍ପ୍ରିଣ୍ଟର ହିମା ଦାସ ମଧ୍ୟ କରୋନା ଭାଇରସ ବିପକ୍ଷ ଲଢେଇ ପାଇଁ ସେମାନଙ୍କ ଦରମା ଦାନ କରିଛନ୍ତି। କେଭିଡ-୧୯ ପାଇଁ ସରା ଦେଶରେ କେନ୍ଦ୍ର ସରକାର ୨୧ ଦିନର ଲକ୍‌ ଡାଉନ ଜାରି କରିଛନ୍ତି। ଉଲ୍ଲେଖଥାଉ କି,ଏହି ଭାଇରସ୍‌ ଦ୍ୱାରା ଏପର୍ଯ୍ୟନ୍ତ ୧୭ ଜଣ ଭାରତୀୟଙ୍କ ଜୀବନ ଯାଇଥିବା ବେଳେ ସାରା ବିଶ୍ୱରେ ୨୪,୦୦୦ ଲୋକ ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri