ଆଜିଠୁ ଦୋକାନ ଉପରେ କଟକଣା

ପୁରୀ ଅଫିସ,୨୧ା୩: କରୋନା ଭାଇରସକୁ ନେଇ ଏବେ ସବୁଠି ଆଲୋଚନା। ଏହି ପ୍ରାଣଘାତୀ ଭାଇରସ୍‌କୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପୁରୀ ଜିଲା ପ୍ରଶାସନ ଏହିସବୁ ନିର୍ଦ୍ଦେଶ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦେଉଛି। ଶନିବାରଠାରୁ ଦୋକାନ ଖୋଲିବା ଉପରେ କିଛି କଟକଣା ରହିବ। ସେହିପରି ଅଟୋ, ଟ୍ୟାକ୍ସି ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବାକୁ ଇଭିନ, ଅଡ୍‌ ଫର୍ମୁଲା ଲାଗୁ ହେବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।
ଏକ ଭିଡିିଓ ମାଧ୍ୟମରେ ଜିଲାପାଳ କହିଛନ୍ତି, କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଆହୁରି କିଛି ନୂଆ ପଦକ୍ଷେପ ନେବାକୁ ଯାଉଛୁ। ଶନିବାରଠାରୁ ଦୋକାନ ଉପରେ କଟକଣା କରାଯିବ। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ (ଗ୍ରସେରି, ପନିପରିବା ଆଦି) ବିକ୍ରି ହେଉଥିବା ଦୋକାନକୁ ବାଦ୍‌ ଦେଇ ଆଉ ସମସ୍ତ ଦୋକାନ ବନ୍ଦ ରହିବ। ରାସ୍ତାକଡ଼ରେ ଯେଉଁ ଦୋକାନରେ ଲୋକଙ୍କ ଗହଳି ହେଉଛି ତାକୁ ବନ୍ଦ କରାଯିବ। କୌଣସି ଜାଗାରେ ୭ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। ଏହାକୁ କଡ଼ାକଡି କରାଯିବ। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ସହରରେ ଅଟୋ ଓ ଟ୍ୟାକ୍ସି ଚଳାଚଳକୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଯୁଗ୍ମ ଏବଂ ଅଯୁଗ୍ମ ନିୟମ ଲାଗୁ ହେବ। ଯୁଗ୍ମ (ଇଭିନ) ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ିି ଚଳାଚଳ କରିବ। ସେହିଭଳି ଅଯୁଗ୍ମ (ଅଡ୍‌) ତାରିଖରେ ଅଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ। ଏଥିପାଇଁ ଟ୍ୟାକ୍ସି ଏବଂ ଅଟୋ ଆସୋସିଏଶନ ସହ ଆର୍‌ଟିଓ ଏବଂ ପୋଲିସ ଆଲୋଚନା କରିବେ। ସେହିପରି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଅନେକ ଲୋକ ବ୍ୟକ୍ତିଗତ ଭାବେ ପ୍ରଚାରପତ୍ର (ଲିଫ୍‌ଲେଟ) ବଣ୍ଟନ କରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ତେଣୁ ବ୍ୟକ୍ତିଗତ ଭାବେ କେହି ଲିଫ୍‌ଲେଟ୍‌ ବାଣ୍ଟିବାର ଆବଶ୍ୟକତା ନାହିଁ। ବିଶେଷକରି ବିନା ଅନୁମତିରେ ଯଦି କେହି ପ୍ରଚାରପତ୍ର ବାଣ୍ଟନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦ୍‌ବ୍ୟତୀତ କେତେକ ସଙ୍ଗଠନ ମାସ୍କ ଆଦି ବାଣ୍ଟୁଛନ୍ତି। ଏଥିରୁ ସେମାନେ ନିବୃତ୍ତ ରୁହନ୍ତୁ। ଯଦି କାହାର ବାଣ୍ଟିବା ପାଇଁ ଇଚ୍ଛା ଅଛି ତେବେ ସେମାନେ ଜିଲା ମନିଟରିଂ ସେଲ୍‌ରେ ଆସି ଜଣାନ୍ତୁ। ଏହିସବୁ ସାମଗ୍ରୀ କେଉଁଠି ବଣ୍ଟାଯିବ ତାହା ଜିଲାସ୍ତରରେ ହିଁ ନିଷ୍ପତ୍ତି ନିଆଯିବ। ବିଶେଷକରି ସଚେତନତା କ୍ଷେତ୍ରରେ ସାମିଲ ହେଉଥିବା କର୍ମଚାରୀ, ପୋଲିସ, ସଫେଇ କର୍ମଚାରୀଙ୍କ ପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ପ୍ରଶାସନ ମାଧ୍ୟମରେ ସେମାନଙ୍କୁ ଏହା ବଣ୍ଟା ଯାଇପାରିବ। ଏହିସବୁ କଟକଣା ଶନିବାର ଠାରୁ କଡ଼ାକଡ଼ି ହେବ। ତେବେ କରୋନା ପାଇଁ ଯେତେ ପ୍ରକାର କଟକଣା ଲାଗୁ ହେଉଛି ସବୁଥିରେ ଜିଲାବାସୀ ପ୍ରଶାସନକୁ ସହଯୋଗ କରୁଛନ୍ତି। ଏହିଭଳି ସହଯୋଗ ଆଗକୁ ରହିଲେ କରୋନା ଭୂତାଣୁରୁ ସମସ୍ତେ ରକ୍ଷା ପାଇପାରିବା ବୋଲି ଜିଲାପାଳ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri