ଲୋକ ସଭା ଉପବାଚସ୍ପତି ପଦ ବିଜେଡିକୁ ମିଳିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୬।୩(ବ୍ୟୁରୋ): ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଜାରି ରହିଛି। ଓମ୍‌ ବିର୍ଲା ବାଚସ୍ପତି ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଉପବାଚସ୍ପତି ପଦ ଖାଲିପଡ଼ିଛି। କିଛିମାସର ବ୍ୟବଧାନ ପରେ ଏହି ପଦବୀ ପୂରଣ ନେଇ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଓଡ଼ିଶାରୁ ୧୨ ଆସନ ସହ ପ୍ରତିନିଧିତ୍ୱ କରୁଥିବା ବିଜେଡିକୁ ଭାଜପା ଏହି ପଦ ଛାଡ଼ିପାରେ ବୋଲି କୁହାଯାଉଛି।
ସାଧାରଣ ନିର୍ବାଚନ ସରିବା ପରେ ମହାରାଷ୍ଟ୍ରର ଶିବସେନା ଲୋକ ସଭା ବାଚସ୍ପତି ପଦ ପାଇଁ ଦୃଢ଼ ଦାବିଦାର ଥିଲା। ହେଲେ ଗତବର୍ଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନୂଆ ସମୀକରଣ ଆଣିଛି। ଦୀର୍ଘଦିନର ସହଯୋଗୀ ଶିବସେନା ଭାଜପାଠୁ ଅଲଗା ହୋଇଛି। ଅପରପକ୍ଷରେ ବିଜେଡି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଭାଜପାକୁ ପାର୍ଲାମେଣ୍ଟରେ ସମର୍ଥନ ଦେଇଆସିଛି। ତେଣୁ ବିଜେଡି ଏହି ପଦକୁ ହାତେଇବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। କଟକରୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦଳର ସବୁଠୁ ସଂସଦୀୟ ଅଭିଜ୍ଞତା ଥିବା ସଦସ୍ୟ ହୋଇଥିବାରୁ ଭର୍ତ୍ତୃହରିଙ୍କୁ ଉପବାଚସ୍ପତି କରାଯିବା ନେଇ ଆଲୋଚନା ହେଉଛି। ବର୍ତ୍ତମାନ ବାଚସ୍ପତି ବିର୍ଲାଙ୍କ ସମେତ ଭର୍ତ୍ତୃହରି, ଏନ୍‌.କେ ପ୍ରେମଚନ୍ଦ୍ରନ୍‌, ରମା ଦେବୀ, କିରିଟ୍‌ ପି ସୋଲାଙ୍କୀ, ରାଜେନ୍ଦ୍ର ଆଗ୍ରୱାଲ, କୋଡିକୁନ୍ନିଲ ସୁରେଶ, ଏ.ରାଜା, ପିଭି ମିଧୁନ ରେଡ୍ଡୀ, କାକୋଳି ଘୋଷ ଦଷ୍ଟିଦାର ଏବଂ ମୀନାକ୍ଷା ଲେଖି ଲୋକ ସଭା ପରିଚାଳନା ପ୍ୟାନେଲର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri