ଭାଙ୍ଗିଲା ସୂର୍ଯ୍ୟମନ୍ଦିର ମୂର୍ତ୍ତି, ବିବାଦରେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସାଦା ପଥର ଲଗାଇବା ବିବାଦ ଥମିନାହିଁ। ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। କିଛିଦିନ ତଳେ ଏଏସ୍‌ଆଇ ପକ୍ଷରୁ କୋଣାର୍କ ମନ୍ଦିର ଚାରିପଟେ ଲାଗିଥିବା ଲୁହାଭାରା ଖୋଲାଯିବେବେଳେ ଏକ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।
କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ, ମନ୍ଦିର ଚାରିପଟୁ ଲୁହାଭାରା କାଢ଼ିବା ସମୟରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପୂର୍ବଭାଗରେ ଥିବା ୫ ଫୁଟର ମୈଥୁନରତ ଯୁଗଳମୂର୍ତ୍ତି ଭାଙ୍ଗିଯାଇଛି। ମୂର୍ତ୍ତିର ଆଣ୍ଠୁ ପାଖରୁ ଅବଶିଷ୍ଟ ଅଂଶ ସମ୍ପୂର୍ଣ୍ଣଭାବେ ଭାଙ୍ଗି ବିଚ୍ଛିନ୍ନ ହୋଇଯାଇଛି। ଭାଙ୍ଗିଯାଇଥିବା ଏହି ଅଂଶକୁ ସଙ୍ଗେ ସଙ୍ଗେ ଯୋଡ଼ାଯାଇ ମରାମତି କରାଯାଇପାରିଥାନ୍ତା। ହେଲେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଭଙ୍ଗା ଅଂଶ ହଜିଯାଇଥିବା ଜଣାପଡ଼ିଛି। ଫଳରେ ଦୂରରୁ ମଧ୍ୟ ଭଙ୍ଗା ମୂର୍ତ୍ତି ସ୍ପଷ୍ଟ ଦେଖାଯାଉଛି। ତେବେ କେବଳ ଏଥର ନୁହେଁ, ପୂର୍ବରୁ ମଧ୍ୟ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ଯୋଗୁ ସୂର୍ଯ୍ୟମନ୍ଦିରର ବହୁ କାରୁକାର୍ଯ୍ୟପୁର୍ଣ୍ଣ କଳାକୃତି ନଷ୍ଟ ହୋଇଯାଇଥିବା ସମିତିର ସାଧାରଣ ସମ୍ପାଦକ ଅନିଲ ଧୀର କହିଛନ୍ତି। ମନ୍ଦିରର ମରାମତି ପାଇଁ ଅଣକୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟିହେଉଛି। ଏଏସ୍‌ଆଇର ଅବହେଳା ଯୋଗୁ ଗତ ପ୍ରଳୟଙ୍କରୀ ବାତ୍ୟା ଫନୀରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହ ମୂର୍ତ୍ତି କ୍ଷତିଗସ୍ତ ହୋଇଥିଲା। ୨୦୧୯ ମେ’ ୨୧ରେ ଏଏସ୍‌ଆଇ ଏଥିପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନକୁ କ୍ଷମା ମାଗିଥିଲା। କୋଣାର୍କରେ ମଧ୍ୟ ମନ୍ଦିର ଚାରିପଟେ ଲାଗିଥିବା ଲୁହାଭାରା ମଧ୍ୟରୁ ଗୋଟିଏ ଲୁହାରଡ ଭାଙ୍ଗି ସିଂହ ମୂର୍ତ୍ତି ଉପରେ ପଡ଼ିଯିବାରୁ ତାହା କ୍ଷତିଗ୍ରସ୍ତ ହୋଇଥିଲା। ଗୋଟିଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିଶ୍ୱ ଐତିହ୍ୟ ମାନ୍ୟତା ଉଠିଯିବା ନେଇ ଆଶଙ୍କା ଲାଗିରହିଥିବା ବେଳେ ଏଏସ୍‌ଆଇର ଏଭଳି ବାରମ୍ବାର ଅବହେଳା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଉଭୟ ଏଏସ୍‌ଆଇ ଏବଂ ଓଡ଼ିଶା ସରକାର କୋଣାର୍କ ମନ୍ଦିରର ସୁରକ୍ଷା ଉପରେ ଆହୁରି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ମନ୍ଦିରର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ସମୟରେ ସ୍ଥାନୀୟ ଲୋକ ଏବଂ କାରିଗରଙ୍କ ପରାମର୍ଶ ନେବାକୁ ଅନିଲ ଧୀର କହିଛନ୍ତି।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଣାର୍କର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବହୁ ବଡ଼ ବଡ଼ ପ୍ରତ୍ନତତ୍ତ୍ୱବିତ୍‌, ଇଞ୍ଜିନିୟର ଏବଂ ବିଶେଷଜ୍ଞମାନେ ଯୋଗଦେଇଛନ୍ତି। ପୂର୍ବରୁ ୧୯୯୭ରେ ମଧ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ପାଇଁ ଏଭଳି ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବିଦେଶରୁ ବହୁ ବିଶେଷଜ୍ଞମାନେ ଯୋଗଦେଇଥିଲେ। ହେଲେ କିଛି ସୁଫଳ ମିଳିଲାନି। ସେମାନଙ୍କ ପରାମର୍ଶକୁ କାର୍ଯ୍ୟରେ ଲଗାଗଲାନି। ଫଳରେ ଜଗମୋହନରେ ଥିବା ବାଲି ଦିନକୁ ଦିନ ଦବୁଥିବା ବେଳେ ମନ୍ଦିର ଚାରିପଟେ ଜମୁଥିବା ପାଣି ମନ୍ଦିର ପ୍ରତି ବିପଦ ସୃଷ୍ଟିକରୁଛି। ଯଦି ତୁରନ୍ତ ଏହାର ମରାମତି କରା ନ ଯାଏ ତାହେଲେ ଓଡ଼ିଶାର ଏହି ଏକମାତ୍ର ବିଶ୍ୱ ଐତିହ୍ୟସ୍ଥଳୀ ମାଟିରେ ମିଶିଯିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ କିଛିଦିନ ତଳେ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ସାଦା ପଥର ଲଗାଇବା ଘଟଣାରେ ଏଏସଆଇ ନାମରେ ଯେଉଁ ଅଭିଯୋଗ ଉଠିଥିଲା ତାହାକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ କୋଣାର୍କ ଯାଇ ମନ୍ଦିର ଗର୍ଭର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂର୍ଯ୍ୟମନ୍ଦିରର ନାଟ୍ୟ ମଣ୍ଡପ ମୁଖଶାଳାର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସହ ଯେଉଁ ସ୍ଥାନକୁ ନେଇ ବିବାଦ ଉଠିଥିଲା ସେହି ସ୍ଥାନକୁ ଅନୁଧ୍ୟାନ କରାଯାଇଥିଲା। କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଭାଗୀୟ ସଚିବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri