ଯୋଜନା ଅପହଞ୍ଚ, ଦାଦନରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨୭।୨: ଦାଦନସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଭଳି ପ୍ରଭାବିତ ଅଞ୍ଚଳ ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏ) ଯୋଜନାରେ ଶ୍ରମିକଙ୍କୁ ଦୁଇଶହ ଦିନର କାମ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଦୈନିକ ୨୮୬ଟଙ୍କା ପାରିଶ୍ରମିକ ପ୍ରଦାନର ବ୍ୟବସ୍ଥା ରହିଥିବାବେଳେ ଲୋକକଳା ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ସଚେତନତା କରାଯାଉଛି। ତଥାପି ଏହି ସମସ୍ୟା ଅସମାହିତ ହୋଇ ପଡ଼ିଛି। ବରଗଡ଼ ଜିଲା ଏଥିରୁ ବାଦ୍‌ ପଡ଼ିନାହିଁ। ଜିଲାର ପଦ୍ମପୁର ଉପଖଣ୍ଡରେ ଏହା ଏକ ନିତିଦିନିଆ ଘଟଣା ପାଲଟିଛି।

ଦେଢ଼ମାସରେ ସାମ୍ନାକୁ ଆସିଲାଣି ୩ ଘଟଣା
କିଛିବର୍ଷ ତଳେ ଭେଡ଼େନ ଅଞ୍ଚଳର ଜଣେ ଶ୍ରମିକ ନିଜ ହାତ ହରାଇ ଫେରିଥିଲେ। ଗାଇସିଲେଟ ଅଞ୍ଚଳରୁ ତାମିଲନାଡ଼ୁ ତିରୁଭେଲୁର ଜିଲା ଭେଙ୍ଗଲ ଥାନା କୁନୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିବାବେଳେ ଜଣେ ମହିଳା ସେଠାରେ ନିଜ ସ୍ବାମୀଙ୍କୁ ହରାଇ ଗତ ମାସ ୧୬ତାରିଖରେ ଏବଂ ଅନ୍ୟ ୨୮ଜଣ ନିର୍ଯାତିତ ଶ୍ରମିକ, ଝିଅପୁଅଙ୍କ ସହିତ ଘରକୁ ଫେରିଥିଲେ। ଏହାର କିଛିଦିନ ପରେ ତୋରା ଅଞ୍ଚଳର ଜଣେ ମହିଳା ରାଜ୍ୟ ବାହାରେ ସେଭଳି ତାଙ୍କ ପରିବାର ଲୋକେ ବନ୍ଧା ପଡ଼ିଥିବା ଅଭିଯୋଗ ନେଇ ଜିଲାପାଳ ଅଫିସରେ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର, ଝିଟିକି ଗ୍ରାମର ୩୫ଜଣ ତେଲେଙ୍ଗାନାର ଏକ ଇଟାଭାଟିରେ ବନ୍ଧା ପଡ଼ିବା ଏବଂ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିବାର ଏକ ଭିଡ଼ିଓ କ୍ଲିପିଂ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଏଠାରେ ଆଲୋଡ଼ନ ଖେଳାଇ ଦେଇଛି।

ବନ୍ଧା ପଡ଼ିଛନ୍ତି ୨ଗ୍ରାମର ୩୫ଜଣ
ତେଲେଙ୍ଗାନାର ପଇଦାପଲ୍ଲୀ ଜିଲା ରାମଗିରି ଥାନା ଅନ୍ତର୍ଗତ ପାଣ୍ଡୁଲାପଲ୍ଲୀରେ ରହିଥିବା ଏକ ଇଟାଭାଟିରେ ସେମାନେ ବନ୍ଧା ପଡ଼ିଥିବା ସୂଚନା ମିଳିଛି । ତେବେ ସମୁଦାୟ ୩୫ଜଣଙ୍କ ମଧ୍ୟରୁ ୨୪ଜଣ ଶ୍ରମିକ ଏବଂ ବାକି ୧୧ଜଣ ସେମାନଙ୍କ ପିଲାଛୁଆ ରହିଥିବା ଜଣାପଡ଼ିଛି।

ଦାଦନରେ ବାଦ୍‌ ପଡ଼ିନି ଶୈଶବ
ଦାଦନ ସମସ୍ୟାରେ କେବଳ ପ୍ରବାସୀ ଶ୍ରମିକ ନିର୍ଯାତିତ ହେଉଛନ୍ତି, ତାହା ନୁହେଁ। କୋମଳମତି ୧୧ ପିଲାଛୁଆଙ୍କ ଶୈଶବ ମଧ୍ୟ ସେଠାରେ ବନ୍ଧା ପଡ଼ିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଦୁନିଆକୁ ଭଲ ଭାବେ ଚିହ୍ନି ପାରି ନ ଥିବା ୧୦ମାସରୁ ଆରମ୍ଭ କରି ୪ବର୍ଷର ଶିଶୁ ସେଠାରେ ରହିଛନ୍ତି।

ଉଦ୍ଧାର ପ୍ରକ୍ରିୟା ଆରମ୍ଭ, ଠାବ ହୋଇନି ଦଲାଲ୍‌
ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଉଦ୍ୟମ ପରେ ତେଲେଙ୍ଗାନାରେ ବନ୍ଧା ପଡ଼ିଥିବା ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କେଉଁ ଦଲାଲ(ମଧ୍ୟସ୍ଥି)ଙ୍କ ମାଧ୍ୟମରେ ପ୍ରଲୋଭନରେ ପଡ଼ି ସେମାନେ ସେଠାକୁ ଦାଦନ ଖଟିବାକୁ ଯାଇଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଗତ ଜୁଲାଇ ଓ ଅଗଷ୍ଟ ମାସରୁ ବଲାଙ୍ଗୀର ଜିଲାର ଜଣେ ଲୋକ ଯୋଗିନ୍ଦ୍ରପୁର, ଝିଟକି ଗ୍ରାମକୁ ଆସି ପ୍ରଲୋଭନ ଦେଖାଇ ଏହି ଶ୍ରମିକଙ୍କୁ ସେଠାକୁ ନେଇ ଯାଇଥିବା ସୂଚନା ମିଳିଛି।
ଏ ନେଇ ଜିଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ତେଲେଙ୍ଗାନାରେ ବନ୍ଧା ପଡ଼ିଥିବା ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଶ୍ରମ କମିଶନର ଏବଂ ତେଲେଙ୍ଗନା ଶ୍ରମ କମିଶନରଙ୍କ ମଧ୍ୟରେ ସେ ନେଇ ଯୋଗାଯୋଗ ହୋଇଛି। ଶ୍ରମିକଙ୍କ ଅବସ୍ଥିତି ଜଣାପଡ଼ିଛି ଏବଂ ଆସନ୍ତା ୩ଦିନ ମଧ୍ୟରେ ସେମାନେ ଉଦ୍ଧାର ହୋଇ ଘରକୁ ଫେରିଯିବେ। କାହା ମଧ୍ୟସ୍ଥିରେ ସେମାନେ ଯାଇଥିଲେ, ତାହା ଶ୍ରମିକମାନେ ମଧ୍ୟ ଠିକ୍‌ ଭାବେ କହିପାରୁ ନାହାନ୍ତି। ଦଲାଲଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଚିହ୍ନଟ ହେଲେ ଆଇନ ଅନୁଯାୟୀ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri