କଞ୍ଚାମାଲ ଅଭାବ, ସାମଗ୍ରୀ ଚାହିଦା କମୁଛି

ବ୍ରହ୍ମପୁର ଅଫିସ୍‌,୨୬ା୨-ବ୍ରହ୍ମପୁରର ମେଦିରୀ ସଂପ୍ରଦାୟକ ଲୋକେ ପୂର୍ବରୁ ବାଉଁଶରେ ବିଭିନ୍ନ ପ୍ରକରର ସାମଗ୍ରୀ ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ, ପଲିଥିନର ବ୍ୟବହାର ଯୋଗୁ ଏସବୁ ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଯଦ୍ଦ୍ବାରା ଏହାକୁ କୌଳିକ ବୃତ୍ତି ଭାବେ ଧରି ନେଇଥିବା ଲୋକେ ଏଥିରୁ ଦୂରେଇ ଯିବାକୁ ବାଧ୍ୟ ହେଉଛନ୍ତି। ସହରର ଟାଟାବେଞ୍ଜ ଛକ, ଗିରିମାର୍କେଟ, ସୁବାରାଓ ଛକ, ଠାକୁରାଣୀ ମନ୍ଦିର ସାହି, ଏସ୍‌ଏନ୍‌ଟି ରୋଡ଼ ଆଦି ସ୍ଥାନରେ ବାଉଁଶ ପାତରେ ତିଆରି ବିଭିନ୍ନ ସାମଗ୍ରୀ, ଘରୋଇ ଉପକରଣ ଓ ସାଜସଜ୍ଜା ଲାଗି ଉଦ୍ଦିଷ୍ଟ ଜିନିଷସବୁ ଦେଖିବାକୁ ମିଳୁଛି। ଟୋକେଇ, କୁଣ୍ଡି, ଚାଙ୍ଗୁଡ଼ି, ଚାଉଳଧୁଆ ଡାଲା, ତାଟି ଆଦି ବିକ୍ରି କରାଯାଉଥିଲେ ମଧ୍ୟ ବଜାରରେ ପ୍ଲାଷ୍ଟିକରେ ଠିକ ଏଭଳି ଜିନିଷସବୁ କମ୍‌ ଦାମରେ ମିଳୁଥିବାରୁ ବାଉଁଶ ସାମଗ୍ରୀକୁ ଲୋକେ ଆଗ୍ରହ ଦେଖାଉନାହାନ୍ତି । କେବଳ ବାହାଘର ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ସମୟରେ ଅଳ୍ପ ମାତ୍ରାରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଯଥେଷ୍ଟ ପରିମାଣର ବାଉଁଶ ଆଉ ମିଳୁନି। ଏସବୁ କାରଣରୁ କୌଳିକ ବୃତ୍ତିରୁ ଦୂରେଇ ଯିବାକୁ ପଡୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri