ଏସ୍‌ୟୁସିଆଇର ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୫ା୨-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ବିରୋଧ କରିଛି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ା ସୋମବାର ଏନେଇ ବ୍ରହ୍ମପୁର କମାପଲ୍ଲୀ ଛକରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ା ଏସୟୁସିଆଇ ପକ୍ଷରୁ ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ା ଟ୍ରମ୍ପଙ୍କ ଭାରତ ଆଗମନ ଦ୍ୱାରା ଦେଶର ସାଧାରଣ ଜନତା କୌଣସି ଉପକୃତ ହେବେ ନାହିଁ ା ଏହାସତ୍ତ୍ୱେ ଟ୍ରମ୍ପଙ୍କ ଗସ୍ତ ଅବସରରେ ଭାରତ ସରକାର ଗୋଟିଏ ଦିନ ପାଇଁ ଶହେ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ା ଅଥଚ ଦେଶରେ ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଜାଡିବା ଦିଗରେ ଅର୍ଥ ବ୍ୟୟବରାଦ ପାଇଁ ସରକାର କୁଣ୍ଠାବୋଧ କରୁଛନ୍ତି ା
ସରକାର ଦେଶବାସୀଙ୍କ ଜରୁରୀ ସମସ୍ୟାଗୁଡିକର ସମାଧାନ ଓ ଭିତ୍ତିଭୂମି ସଜାଡିବା ଦିଗରେ ଧ୍ୟାନ ନ ଦେଇ ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇଁ ସରକାରୀ ରାଜକୋଷରେ ସଞ୍ଚିତ ଜନସାଧାରଣଙ୍କ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ା ଏଭଳି କରି ସରକାର ଭାରତର ନାଗରିକ ଓ ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ଏସ୍‌ୟୁସିଆଇ ବିକ୍ଷୋଭ ସମାବେଶରେ କହିଛି। ବିକ୍ଷୋଭ ସମାବେଶରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଜିଲା ସାଂଗଠନିକ କମିଟି ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, କାର୍ତ୍ତିକ ମହାନ୍ତି, ପପୁନ ସାହୁ, ନାରାୟଣ ସାହୁ ଓ ବିଭୂତି ଭୂଷଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri