ଜିଲା କଂଗ୍ରେସ ନେତାଙ୍କ ଉପରେ ଦୋଷ ଲଦିଲେ ଜର୍ଜ ତିର୍କୀ

ରାଉରକେଲା ଅଫିସ/ ଭୁବନେଶ୍ୱର(ବ୍ୟୁରୋ), ୬ା୬: ନିର୍ବାଚନରେ ପରାଜୟ ପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜର୍ଜ ତିର୍କୀ। ଏଥର କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିବା ତିର୍କୀ ରାଉରକେଲାର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନିଜ ପରାଜୟ ପାଇଁ ଜିଲା କଂଗ୍ରେସ ନେତାଙ୍କ ବିଶ୍ୱାସଘାକତାକୁ ଦାୟୀ କରିଛନ୍ତି ା ଅନ୍ୟପକ୍ଷେ ଇଭିଏମ୍‌ ଟାମ୍ପରିଂ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ ଜିଲାରେ ଆଦୌ ନରେନ୍ଦ୍ର ମୋଦିଙ୍କ ହାୱା ନ ଥିଲା। ଭାଜପା ପ୍ରାର୍ଥୀ ଜୁଏଲ ଓରାମ ଭୋଟ ମାଗିବାକୁ ଆସି ନ ଥିବା ବେଳେ ଏତେ ସଂଖ୍ୟାରେ ଭୋଟ ହାତେଇବା ସନ୍ଦେହ ସୃଷ୍ଟି କରିଛି। ଏହାବ୍ୟତୀତ ଜିଲାବାସୀ ଭିନ୍ନ ଭିନ୍ନ ଦଳ ଓ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଭୋଟ ଦେଇଛନ୍ତି। ଏପରି ଅବସ୍ଥାରେ ଜୁଏଲ ବାବୁ ଆଶ୍ଚର୍ଯ୍ୟଜନକ ଭାବେ ଭୋଟ ପାଇବା ଚକିତ କରିଛି। ଦଳ ଭିତରୁ ଛୁରିକାଘାତ ସତ୍ତ୍ୱେ କଂଗ୍ରେସ ପାଇଥିବା ଭୋଟ ନେଇ ମୁଁ ସନ୍ତୁଷ୍ଟ। ରଘୁନାଥପାଲ୍ଲୀ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇବା କମ ବଡ କଥା ନୁହେଁ। ବିରୋଧ, ଷଡଯନ୍ତ୍ର ସତ୍ତ୍ୱେ ମତଦାନ ହାରକୁ ନେଇ ଆମେ ସନ୍ତୁଷ୍ଟ ବୋଲି ଜର୍ଜ କହିଛନ୍ତି ା
ନିର୍ବାଚନ ବେଳେ ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତି ଆମକୁ ବିକାଶ ବିରୋଧୀ ଆଖ୍ୟା ଦେଇ ଅପପ୍ରଚାର କଲେ। ଅନ୍ୟ ଦ୍ୱାରା ପରିଚାଳିତ ହୋଇ ଯେଉଁମାନେ ଏପରି ସମସ୍ୟା ସୃଷ୍ଟି କଲେ ସେମାନେ ଜାଣି ରଖିବା ଉଚିତ ଯେ ଜର୍ଜ ତିର୍କୀ କେବେ ବିକାଶ ବିରୋଧୀ ନୁହେଁ। ଯେଉଁଠି ଆଦିବାସୀଙ୍କ ସ୍ବାର୍ଥ ଭୂଲୁଣ୍ଠିତ ହେବା ମୁଁ ଅନୁଭବ କରିଛି ସେଠି କେବଳ ସ୍ବର ଉତ୍ତୋଳନ କରିଛି। ସାମ୍ବିଧାନ ଓ ଆଇନକୁ ସମ୍ମାନ ଦେବାକୁ ମୁଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଚାପ ସୃଷ୍ଟି କରିଛି। ଯେଉଁମାନେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ସ୍ଥାନ ଓ କୃଷି ବିଜ୍ଞାନ କେନ୍ଦ୍ର ନିରୂପଣ ନେଇ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଲେ ମୁଁ ତାଙ୍କୁ ବିରୋଧ କରିଛି। ଯିଏ ଆଦିବାସୀଙ୍କ ଜମି ଦଖଲ କରି କାରଖାନା କଲା, ପ୍ରଦୂଷଣ ସୃଷ୍ଟି ହେଲା, କ୍ଷେତବାଡି ଉଜାଡିଲା ମୁଁ ତାଙ୍କୁ ବିରୋଧ କରିଛି। ଏହାକୁ କିପରି ବିକାଶ ବିରୋଧୀ କୁହାଯିବ ବୋଲି ଜର୍ଜ ପାଲଟା ପ୍ରଶ୍ନ କରିଥିଲେ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ମେଡିକାଲ କଲେଜ, କୃଷି ବିଜ୍ଞାନ କେନ୍ଦ୍ର, ବିମାନ ବନ୍ଦର, କୋଏଲ ବ୍ୟାରେଜ, ମହାନଗର ନିର୍ବାଚନ ଆଦି କରାଇବାରେ ଯେଉଁମାନେ ବିଫଳ ହେଲେ ସେମାନଙ୍କୁ ବିକାଶ ବିରୋଧୀ କୁହା ନ ଯିବା ବିଡମ୍ବନା ବୋଲି ଜର୍ଜ କହିଥିଲେ।
ଜନମତ ଯାହା ସପକ୍ଷରେ ଯାଇଛି ସେମାନଙ୍କୁ ଆମେ ସ୍ବାଗତ କରୁଛୁ। ଜିଲାର ସାମଗ୍ରିକ ବିକାଶ ନେଇ ଆମ ସହଯୋଗ ଅତୁଟ ରହିବ। ଏଥିସହ ଜିଲାବାସୀଙ୍କ ସ୍ବାର୍ଥ ନେଇ କଂଗ୍ରେସ ଦଳ କେବେ ସାଲିସ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ସେ ଦଳରେ ଥାଇ ବିଶ୍ୱାସଘାତକ କାର୍ଯ୍ୟ କରିଥିବା କେତେଜଣ ବରିଷ୍ଠ ନେତାଙ୍କୁ ଇଙ୍ଗିତ କରିଥିଲେ ା ସେମାନଙ୍କୁ ଦଳରୁ ବହିଷ୍କାର କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏନେଇ ସେ ପ୍ରଦେଶ କଂଗ୍ରେସ ଓ କେନ୍ଦ୍ର ପ୍ରଭାରୀଙ୍କୁ ଜଣାଇ ସାରିଥିତ୍ବା ପ୍ରକାଶ କରିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ କଂଗ୍ରେସ ଟିକଟରୁ ପ୍ରାର୍ଥୀ ହୋଇଥିବା ରଘୁନାଥପାଲ୍ଲୀର ପ୍ରଶାନ୍ତ ସେଠୀ, ରାଉରକେଲାର ବୀରେନ ସେନାପତି ଓ ବୀରମିତ୍ରପୁର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ମଞ୍ଚାସୀନ ଥିଲେ।
ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଗତଥର ଅପେକ୍ଷା ଏଥର ଜୁଏଲ ଓରାମ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକମାନଙ୍କ ବହୁ କାମ କରିଛନ୍ତି। ସୁପରସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ଗସ୍ତ କରିଥିଲେ। ଗତ ୫ବର୍ଷରେ ମୋଦିଙ୍କ ବିଭିନ୍ନ ଯୋଜନା ବଢିବା ଯୋଗୁ ଭାଜପା ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଯେତେବେଳେ କଂଗ୍ରେସ ଗୋଟିଏ ଜାଗାରେ ଜିତିବ ସେଠାରେ ଇଭିଏମ୍‌ ଟାମ୍ପରିଂ ହୁଏ ନାହିଁ। ଯେଉଁଠି କଂଗ୍ରେସ ହାରେ ସେଠାରେ ଇଭିଏମ୍‌ ଟାମ୍ପରିଂ ହୋଇଥାଏ। ଏଭଳି ଅଭିଯୋଗ କରିବା କଂଗ୍ରେସର ପୁରୁଣା ରୋଗ। ଏଭଳି ଅଭିଯୋଗର କୌଣସି ଯଥାର୍ଥତା ନ ଥିବା ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri