ଜିଇଏମ୍‌ ପୋର୍ଟାଲରେ କିଣାଯାଇଛି ୩୫୦ କୋଟିର ସାମଗ୍ରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ-ମାର୍କେଟ ପ୍ଲସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଏହି ପୋର୍ଟାଲକୁ ବ୍ୟବହାର କରି ସ୍ବଚ୍ଛତାର ସହିତ କମ୍‌ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ କ୍ରୟ କରାଯାଇପାରୁଛି। ଏଥିସହିତ ବିକ୍ରେତାମାନେ ମଧ୍ୟ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଇ ଦେଇ ପାରୁଛନ୍ତି।
ଗୁରୁବାର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଏକ ଜିଇଏମ୍‌ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଇ- ମାର୍କେଟ ପ୍ଲସ୍‌ ଜିଇଏମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଲ୍ଲୀନ କୁମାର କହିଥିଲେ ଯେ, ସରକାରୀ ଅଫିସର ବିଭିନ୍ନ ସାମଗ୍ରୀ ସଂଗ୍ରହ କ୍ଷେତ୍ରରେ ଏହା ଅତ୍ୟନ୍ତ ସ୍ବଚ୍ଛତାର ସହ ଏବଂ ଠିକ୍‌ ସମୟରେ କାର୍ଯ୍ୟ ସମ୍ପନ୍ନ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ। ଏହା ମାଧ୍ୟମରେ ଇ-ବିଡିଂ, ଇ-ଅକ୍ସନ ସୁରୁଖୁରୁରେ ସମ୍ପନ୍ନ ସହ ଉପଯୁକ୍ତ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛି। ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟରଠାରୁ ପାଣି ବୋତଲ ପର୍ଯ୍ୟନ୍ତ ସବୁ ସାମଗ୍ରୀ ସ୍ବଚ୍ଛତାର ସହ ଠିକ୍‌ ସମୟରେ କ୍ରୟ କରାଯାଇ ପାରୁଛି। କର୍ମଶାଳାରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା କହିଥିଲେ, ଆଜିର ଏହି ମତବିନିମୟ ଅଧିବେଶନରେ ଅଭିଜ୍ଞତା, ଅନୁଭୂତି ଏବଂ ଅସୁବିଧା ସମ୍ପର୍କରେ ସମସ୍ତେ ଅବଗତ ହେବେ। ବର୍ତ୍ତମାନ ସୁଦ୍ଧା ୭୩୦ କ୍ରେତା, ୩୧୯୦ ବିକ୍ରେତା ଏହି ଇ-ମାର୍କେଟିଂ ଜିଇଏମ୍‌ରେ ପଞ୍ଜୀକୃତ ହୋଇଛନ୍ତି। ଜିଇଏମ୍‌ ପୋର୍ଟାଲ ଆରମ୍ଭ ହେବା ପରେ ରାଜ୍ୟରେ ୩୫୭ କୋଟି ଟଙ୍କାର ସାମଗ୍ରୀ କିଣାବିକା ହୋଇଛି।
ଏହି ପୋର୍ଟାଲ ମାଧ୍ୟମରେ ସାମଗ୍ରୀ ସଂଗ୍ରହ କରାଗଲେ ତାହା ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଆହୁରି ଅଧିକ ତ୍ୱରାନ୍ବିତ କରିବ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଆମାଜନ ପରି ଏହା ଅନ୍‌ଲାଇନ ପୋର୍ଟାଲ ବୋଲି କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ, ଏହି ପୋର୍ଟାଲ ଉପଯୋଗ କରି ଜାତୀୟ ସ୍ବାସ୍ଥ୍ୟ ମିଶନ ସର୍ବାଧିକ କ୍ରୟ କରିଛି। ୧୦୦ଟି ଆମ୍ବୁଲାନ୍ସ ଅଦ୍ୟାବଧି କିଣାଯାଇଥିବା ବେଳେ ଆଉ ୧୦୦ଟି କ୍ରୟ କରାଯିବ। ରାଜ୍ୟର ବିଭିନ୍ନ ପ୍ରଶାସନିକ ବିଭାଗ ମୁଖ୍ୟ ଦପ୍ତର, ସ୍ବୟଂଶାସିତ ଅନୁଷ୍ଠାନ, ସ୍ବାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକ କ୍ରେତା ବର୍ଗରେ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ, ସ୍ବୟଂ ସହାୟକ ଗୋଷ୍ଠୀ, ଷ୍ଟାର୍ଟ ଅପ, ସ୍ଥାନୀୟ ବୁଣାକାର ଓ କାରିଗରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅଗ୍ରଣୀ କ୍ରେତା ଭାବେ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପାଇଁ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମ ପାଇଁ ଯାମିନୀ ଷଡ଼ଙ୍ଗୀ ପୁରସ୍କାର ଗ୍ରହଣ କରିଥିଲେ। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ ଦପ୍ତରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଦିନିକିଆ ମତବିନିମୟ କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପି.କେ. ବିଶ୍ୱାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ପୁଣି ଦଳ ଡେଇଁଲେ ଦେବାଶିଷ, ଭାଜପା ଛାଡ଼ି କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର,୪।୫: ଟିକେଟ୍ ଆଶାରେ ଦୁଇମାସ ତଳେ ଭାଜପାରେ ଯୋଗ ଦେଇଥିବା ବରିର ପୂର୍ବତନ ବିଧାୟକ ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୋଟ୍ ଦୁଆର ମୁହଁରେ...

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri