ବଜେଟ-୨୦୨୦: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉଡ଼ାନ୍‌ ଯୋଜନାରେ ଦେଶରେ ଅଧିକ ୧୦୦ ବିମାନବନ୍ଦରର ବିକାଶ ୨୦୨୪ ସୁଦ୍ଧା କରାଯିବ ବୋଲି କହିଛନ୍ତି। ଆସନ୍ତା ଆର୍ଥିକବର୍ଷରେ ପରିବହନ ଭିତ୍ତିଭୂମିର ବିକାଶ ଲାଗି ୧.୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଜସ୍‌ ଭଳି ଅଧିକ ଟ୍ରେନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚଳାଚଳ କରିବ। ୨୦୨୩ ସୁଦ୍ଧା ରାଜପଥଗୁଡ଼ିକର ବିକାଶ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ବେର ନବୀକରଣ ସହ ଅନ୍ୟ ୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ ବୋଲି ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିଭଳି ସିଙ୍ଗଲ ଓ୍ବିଣ୍ଡୋ ଇ- ଲଜିଷ୍ଟିକ୍‌ ମାର୍କେଟ ଲାଗି ଖୁବ୍‌ଶୀଘ୍ର ନ୍ୟାଶନାଲ ଲଜିଷ୍ଟିକ୍‌ସ ପଲିସି ଅଣାଯିବ। ଭାରତ ନେଟ୍‌ ଲାଗି ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧ ଲକ୍ଷ ଗ୍ରାମପଞ୍ଚାୟତର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଘରୋଇ ସେକ୍ଟରରେ ଡାଟା ସେଣ୍ଟର ନିର୍ମାଣ ଲାଗି ଆଇନ ଅଣାଯିବାର ବ୍ୟବସ୍ଥା କରାଯାଉଥିବା ଘୋଷଣା କରାଯାଇଛି। ନ୍ୟାଶନାଲ ଗ୍ୟାସ୍‌ ଗ୍ରୀଡ୍‌ ୧୬,୨୦୦ କି.ମି.ରୁ ପରିବର୍ଦ୍ଧିତ କରାଯାଇ ୨୭ ହଜାର କି.ମି. କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।

 

 

କେଉଁ କ୍ଷେତ୍ରକୁ କେତେ ଟଙ୍କା
ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ୧ ଲକ୍ଷ ୨୩ହଜାର କୋଟି
ସ୍ବଚ୍ଛ ଭାରତ ମିଶନ ୧୨ ହଜାର ୩୦୦କୋଟି
କୃଷି କ୍ଷେତ୍ର ୨ ଲକ୍ଷ ୮୩ ହଜାର କୋଟି
ପାଇପ ଯୋଗେ ଜଳଯୋଗାଣ ୧୧ ହଜାର ୫୦୦ କୋଟି
ଶିକ୍ଷା କ୍ଷେତ୍ର ୯୯ ହଜାର ୩୦୦ କୋଟି
ଜଳ ଜୀବନ ମିଶନ ୩ ଲକ୍ଷ ୬୦ ହଜାର କୋଟି
ସ୍ବାସ୍ଥ୍ୟସେବା କ୍ଷେତ୍ର ୬୯ ହଜାର କୋଟି
ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି
ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର ୨୭ ହଜାର ୩୦୦ କୋଟି
ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ୩୫ ହଜାର ୬୦୦ କୋଟି
ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ୮୫ ହଜାର କୋଟି
ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ ୯୫୦୦ କୋଟି
ସଂସ୍କୃତି ଓ ପର୍ଯ୍ୟଟନ ୫୬୫୦ କୋଟି
ପବ୍ଲିକ ସେକ୍ଟର ବ୍ୟାଙ୍କ ୩ ଲକ୍ଷ ୫୪ ହଜାର କୋଟି
ଦକ୍ଷତା ବିକାଶ ୩ ହଜାର କୋଟି
ସଡ଼କ ଓ ପରିବହନ ୧ ଲକ୍ଷ ୭୦ ହଜାର କୋଟି

Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri