ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି। ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆର୍ଥିକ ସହାୟତା ପ୍ରଦାନ କରି ଏହାକୁ ଛିଡା କରିବା ଲାଗି ମଧ୍ୟ କମ୍ପାନୀ ବିଚାର କରୁଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶିତ ତଥ୍ୟକୁ ଭିତ୍ତି କରି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଯଦିଓ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ରିଲାଏନ୍ସ ଭାଗ ନେଇ ନାହିଁ, ତଥାପି ଏହା ଏଟିହାଦ ଏୟାରଓ୍ବେଜ ସହ ମିଶି ଜେଟ୍‌ର ଅଂଶଧନ କିଣିବାକୁ ଚାହୁଁଛି। ୟୁଏଇର ଏୟାରଲାଇନ୍ସ କମ୍ପାନୀ ଇତିମଧ୍ୟରେ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଛି। ପୂର୍ବରୁ ଏହି କମ୍ପାନୀ ଜେଟ୍‌ର ୨୪% ଅଂଶଧନ ମାଲିକ ହୋଇଥିବା ବେଳେ ଏଫଡିଆଇ ନିୟମ ଅନୁଯାୟୀ ଏହା ଅଟୋମେଟିକ ରୁଟ୍‌ ଜରିଆରେ ୪୯% ପର୍ଯ୍ୟନ୍ତ ଅଂଶଧନ ନେଇପାରିବ। ଏହି ନିୟମ ଅନୁଯାୟୀ, ଜଣେ ଏନ୍‌ଆର୍‌ଆଇ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିପାରିବ। ତେବେ ୪୯ ପ୍ରତିଶତ ପରେ ଅଧିକ ଅଂଶଧନ କିଣିବାକୁ ହେଲେ ଏଟିହାଦକୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାକ୍‌ ଅନୁମତି ନେବାକୁ ହେବ। ତେବେ ଏସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୌଣସି ପ୍ରତିକ୍ରିୟା ଦେଇନାହିଁ। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏୟାରଲାଇନ୍ସ ସେକ୍ଟରରେ ପାଦ ଥାପିବା ନେଇ କମ୍ପାନୀ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ସେବି ନିକଟରେ ଏ ସଂକ୍ରାନ୍ତରେ କମ୍ପାନୀ ପୂର୍ବରୁ ଜଣାଇବ। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଟ୍‌କୁ ପାଣ୍ଠି ଯୋଗାଣ ନେଇ ଋଣପ୍ରଦାନକାରୀଙ୍କ ସହ ରିଲାଏନ୍ସର ଆଲୋଚନା ଜାରି ରହିଛି। ଏହି କାରଣରୁ ସମାଧାନରେ ବିଳମ୍ବ ହେଉଥିବାରୁ କମ୍ପାନୀ ମ୍ୟାନେଜମେଣ୍ଟ ଅଦିନରେ ଜେଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପ୍ରତି ରିଲାଏନ୍ସର ପ୍ରୀତି ନେଇ ପ୍ରଶ୍ନ ହେବାରୁ ଅନ୍ୟ ଏକ ସୂତ୍ର କହିଛନ୍ତି ଯେ, ଏହାକୁ ନେଇ କମ୍ପାନୀ ବୋର୍ଡରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉପରେ କମ୍ପାନୀ ଧ୍ୟାନ ଦେବ। ଆଗ୍ରହୀ କମ୍ପାନୀମାନେ ନିଷ୍ପତ୍ତି ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥିବାରୁ ରିଲାଏନ୍ସ ସହ ଆଲୋଚନା ଧୀରଗତିରେ ଚାଲିଥିବା ସେ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଗତବର୍ଷ ମାର୍ଚ୍ଚରେ ଏକ ଇନଫରମେଶନ ମେମୋରେଣ୍ଡନ ଜାରି କରିଥିଲେ। ତେବେ ବିଡ଼୍‌ ପାଇଁ କେହି ଆଗ୍ରହ ନ ଦେଖାଇବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିଗୋଷ୍ଠୀ ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଯାଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ୪୮,୭୮୧ କୋଟି ଟଙ୍କାର ଋଣ ଥିବା ବେଳେ ଏହା ହ୍ରାସ ପାଇଁ ସହଯୋଗୀ କମ୍ପାନୀ ଓ ସମ୍ପତ୍ତିକୁ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଜେଟ୍‌ ଏୟାରଓ୍ବେଜ ଉପରେ ୮୪୧୪ କୋଟି ଟଙ୍କାର ଋଣ ରହିଛି।

ଟୁଇଟର ଜରିଆରେ ମିଳୁଛି ନିଯୁକ୍ତି ପ୍ରସ୍ତାବ
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ କର୍ମଚାରୀଙ୍କୁ ଏବେ ସୋସିଆଲ ମିଡିଆ ସାଇଟ ଟୁଇଟର ସାହାରା ହୋଇଛି। ଏହାରି ମାଧ୍ୟମରେ ଛୋଟ ବଡ଼ କମ୍ପାନୀମାନେ ଏବେ ଜେଟ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବମାନ ପଠାଉଥିବା ଜଣାପଡିଛି। ଇତିମଧ୍ୟରେ ସ୍ପାଇଶଜେଟ୍‌ ସିଏମ୍‌ଡି ଅଜୟ ସିଂହ ୧୦୦ ପାଇଲଟ, ୨୦୦ରୁ ଅଧିକ କ୍ୟାବିନ କ୍ରୁ ଏବଂ ୨୦୦ରୁ ଅଧିକ ଟେକ୍ନିକାଲ -ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଚାକିରି ଦେଇଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା କମ୍ପାନୀର କର୍ମଚାରୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ବକେୟା ଦରମା ଏବଂ ଜରୁରୀ ପାଣ୍ଠି ପ୍ରଦାନ କରିବାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହାୟତା କରନ୍ତୁ ବୋଲି ସେମାନେ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀ ବନ୍ଦ ହୋଇଯିବା ପରେ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବା ବେଳେ ୩ ମାସ ହେବ ଦରମା ନ ପାଇ ସେମାନେ ଏବେ ପରିବାର ସହ ଡହଳବିକଳ ହେଉଥିବା ପତ୍ରରେ ଦର୍ଶାଇଛନ୍ତି। ଅନିଶ୍ଚିତ ଭବିଷ୍ୟତ ଭିତରେ ଜେଟ୍‌ର ୨ଟି ୟୁନିୟନ ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ ଏବଂ ଜେଟ୍‌ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ ପତ୍ର ଲେଖି ବକେୟା ଦରମା ପ୍ରଦାନ କରିବାରେ ସହାୟତା କରନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri