ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ ଗଳିର ଏହି ସହରର ପ୍ରତ୍ୟେକ ସାହିବସ୍ତିର ନାଁ ପଛରେ ଲୁଚି ରହିଛି ଚମତ୍କାର କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ, ସେତିକି ରୋମାଞ୍ଚକର ମଧ୍ୟ। ଉତ୍ତରପିଢି ଏହି ନାଁ ପଛର କାହାଣୀରୁ କିଛି ଶିକ୍ଷଣୀୟ ବିଷୟବସ୍ତୁ ପାଇବେ ବୋଲି କଟିକିଆ ଆଶା କରନ୍ତି। ଅନେକ ନଥିପତ୍ର କଟକ ଉପରେ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡି ହୋଇ ରହିଥିବା ଏହି ନଥିପତ୍ର ଭିତ୍ତିକ ତଥ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ ଆମର ଏକ ପ୍ରୟାସ। ଏହି କ୍ରମରେ କଟକର ମହମ୍ମଦିଆ ବଜାର ଉପରେ ସ୍ବତନ୍ତ୍ର ଉପସ୍ଥାପନା…

ମହମ୍ମଦିଆ ବଜାର ନାଁ ପଛରେ ଅନେକ ଲୋକକଥା ରହିଛି। ଓଡ଼ିଶାରେ ମୋଗଲ ଶାସନ ସମୟରେ ମହମ୍ମଦ ଜାହାନ ନାମକ ଜଣେ ମୋଗଲ ଦେୱାନ ତାଙ୍କର ଦୁଇ ଭାଇଙ୍କ ସହ କଟକରେ ରହୁଥିଲେ। ସେ ଦେୱାନ(ବିତ୍ତଶାଳୀ) ଥିବାରୁ ତାଙ୍କର ସ୍ଥାନୀୟ ଅଞ୍ଚଳରେ ଯଥେଷ୍ଟ ପ୍ରଭାବ ରହିଥିଲା। ତାଙ୍କରି ନାଁ ଅନୁସାରେ ସେ ରହୁଥିବା ଅଞ୍ଚଳକୁ ମହମ୍ମଦିଆ ବଜାର ନାମକରଣ କରାଯାଇଥିଲା। ମହମ୍ମଦିଆ ବଜାରର ଅନ୍ୟ ଏକ ବିଶେଷତ୍ୱ ରହିଛି। କଟକର ପ୍ରସିଦ୍ଧ ତାରକସି କାମ ପାଇଁ ଏହି ସାହିର ଅନେକ ନାଁ ରହିଛି। ଏଠାରେ ୬୦ରୁ ଊର୍ଦ୍ଧ୍ୱ ପରିବାର ତାରକସି କାମକରି ପରିବାର ପୋଷଣ କରିଥାନ୍ତି। ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ କଟକରୁ ବିଭିନ୍ନ ସ୍ଥାନକୁ ଯାଇଥାଏ।

ୱାର୍ଡର ପରିବାର ସଂଖ୍ୟା
କଟକ ମହାନଗର ନିଗମ(ସିଏମ୍‌ସି) ଅନ୍ତର୍ଗତ ୧୧, ୧୨, ୧୩ ଓ ୧୪ ନମ୍ବର ୱାର୍ଡକୁ ନେଇ ମହମ୍ମଦିଆ ଅଞ୍ଚଳ ପରିବ୍ୟାପ୍ତ। ଏହି ଅଞ୍ଚଳରେ ୬୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି।
ଏଠାରେ କ’ଣ ରହିଛି
ଏହି ଅଞ୍ଚଳରେ ସର୍ବପୁରାତନ ଜଗନ୍ନାଥ ମଠ, ଚୈତନ୍ୟ ମଠ, ବେଲେଶ୍ୱର ମଠ, ଲକ୍ଷ୍ମୀନାରାୟଣ ମନ୍ଦିର, ବନଦୁର୍ଗା ମନ୍ଦିର ଓ ଗ୍ରାମଦେବତା ବୁଢୀ ବାସୁଳାଇ ମନ୍ଦିର ରହିଛି। ସେହିପରି ଏଠାରେ ଉଜାଲା ଖାନ୍‌ ମସ୍‌ଜିଦ, ଦୁର୍ଗା ମଣ୍ଡପ, ୮ଟି କ୍ଲବ ଓ ଚୈତନ୍ୟ ମଠ ଉ.ପ୍ରା. ବିଦ୍ୟାଳୟ ରହିଛି।
ଏଠାକାର ସମସ୍ୟା
ଦୀର୍ଘଦିନ ଧରି ସାହି ମଧ୍ୟରେ ଯାଇଥିବା ବିଦ୍ୟୁତ୍‌ ତାର ଏଠାକାର ମୁଖ୍ୟ ସମସ୍ୟା। ପ୍ରତ୍ୟେକ ଘରକୁ ଲାଗି ବିଦ୍ୟୁତ୍‌ ତାରଗୁଡିକ ଲାଗି ରହିଛି। ଫଳରେ ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ଅନେକଥର ଅବଗତ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସୁନି ବୋଲି ସାହି ସମ୍ପାଦକ ଲିଙ୍ଗରାଜ ବାରିକ କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦିଆଯାଇଛି। ଏଥିଯୋଗୁ ରାତି ସମୟରେ ଲୋକମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି।

ସାହିରେ ବିଭିନ୍ନ ପର୍ବ ପାଳନ କରାଯାଇଥାଏ। ହିନ୍ଦୁ ଓ ମୁସ୍‌ଲିମ ସମ୍ପ୍ରଦାୟର ଲୋକେ ପର୍ବଗୁଡିକୁ ଶୃଙ୍ଖଳାର ସହିତ ପାଳନ କରନ୍ତି। କୌଣସି ସମୟରେ ବିଶୃଙ୍ଖଳା ଦେଖାଦେଲେ ସାହି ମୁରବୀମାନେ ସମାଧାନ କରିଥାନ୍ତି।
– ଶଙ୍କର ପ୍ରଧାନ, ସାହି ଅଧିକାରୀ

ସାହିରେ ଥିବା କ୍ଲବର ସଦସ୍ୟମାନେ ସବୁ ପରିସ୍ଥିତିରେ ଲୋକଙ୍କ ପାଖରେ ଛିଡା ହୋଇଥାନ୍ତି। ସ୍ଥାନୀୟ ବାସିନ୍ଦା ଅନ୍ୟ ଉପାୟରେ ଅର୍ଥ ଉପର୍ଜନ କରୁଥିଲେ ବି ମୁଖ୍ୟତଃ ତାରକସି କାମ ଉପରେ ନିର୍ଭର କରନ୍ତି। ନିଜେ ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର କରିବାକୁ ବାଟ ଦେଖାଇଥାନ୍ତି।
– ଭାନୁପ୍ରତାପ ସାହୁ, ସାହି କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ବେଆଇନ ଭାବେ ଚାଲାଣ ହେଉଥିଲା ୪୦୪ ଦେଶୀ ମଦ ପାଉଚ୍‌, ଜବତ କଲା ରିଷିଡ଼ା ପୋଲିସ, ଅଭିଯୁକ୍ତ…

ରିଷିଡା,୧୮।୧୨(ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧୀନସ୍ଥ ପୈାରକେଲା  ଢିପୁପଡାଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚକୁ...

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri