Posted inଖେଳ

ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀ, ମାଧୁରୀଙ୍କ ଚମତ୍କାର ପ୍ରଦର୍ଶନ; ଇଣ୍ଡିଆ ‘ବି’-‘ସି’ ଫାଇନାଲ

କଟକ ଅଫିସ,୯ା୧-: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଦୁଇ ଦଳ ମଧ୍ୟରେ ଶୁକ୍ରବାର ଫାଇନାଲ ମୁକାବିଲା ହେବ। ୪ଟି ଲେଖାଏ ମ୍ୟାଚ୍‌ ଖେଳି ଇଣ୍ଡିଆ-ବି ୧୪ ପଏଣ୍ଟ ଓ ଇଣ୍ଡିଆ-ସି ୮ ପଏଣ୍ଟ ହାସଲ କରି ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆ-ଏ ଦଳ ଗୋଟିଏ ବି ମ୍ୟାଚ୍‌ ଏହି ପ୍ରତିଯୋଗିତାରେ ଜିତି ପାରି ନାହିଁ।
ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ସି ୨ରନରେ ଇଣ୍ଡିଆ-ଏକୁ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ୪ ଉଇକେଟ ବିନିମୟରେ ୧୩୫ରନ କରିଥିଲା। ଅଧିନାୟିକା ବେଦ କ୍ରୀଷ୍ଣମୁର୍ତ୍ତୀ ସର୍ବାଧିକ ୪୭ରନ କରିଥିଲେ। ଇଣ୍ଡିଆ-ସି ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ମାଧୁରୀ ମେହେଟାଙ୍କୁ ପ୍ରଥମ ଥର ପାଇଁ ଉକ୍ତ ମ୍ୟାଚ୍‌ରେ ଖେଳିବାର ସୁଯୋଗ ଦିଆଯାଇଥିଲା। ଏହି ସୁଯୋଗର ଫାଇଦା ଉଠାଇ ଓପନିଂ କରିଥିବା ମାଧୁରୀ ୪ ଚୌକା ଓ ୧ ଛକା ବଳରେ ୩୬ରନ ସ୍କୋର କରିଥିଲେ। ଉଇକେଟ କିପର ନୁଜରତ ପରୱିନ ୨୬ ଓ ଦୟଲନ ହେମଲତା ୧୯ରନ କରିଥିଲେ। ଇଣ୍ଡିଆ-ଏ ପକ୍ଷରୁ ରାଧା ଯାଦବ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ୧୩୬ରନ ବିଜୟ ଲକ୍ଷ୍ୟ ପିଛା କରି ଇଣ୍ଡିଆ-ଏ ପ୍ରଥମ ଉଇକେଟରେ ୪୯ରନ ସଂଗ୍ରହ କରିଥିଲା। ଓପନର ତାନିୟା ଭାଟିଆ ଓ ପ୍ରିୟା ପୁନିଆ ପ୍ରାରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ। ତାନିୟା ୩୧ରନରେ ଆଉଟ ହୋଇଥିଲେ। ପରେ ପ୍ରିୟା ୮ ଚୌକା ବଳରେ ୬୦ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୧୩ରନରେ ଆଉଟ ହେବା ପରେ ଦଳର ଅନ୍ୟ କେହି ଖେଳାଳି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଦୀପ୍ତି ଶର୍ମା ୧, ଭାରତୀ ଫୁଲମଲି ୧୦, ସ୍ନେହ ରାଣା ୧, ଶିବାଳି ସିଦ୍ଧେ ୩, ମାନସୀ ଯୋଶୀ ୧୦, ମେଘନା ସିଂ ୨, ରାଧା ଯାଦବ ୨ରନ କରିଥିଲେ। ଇଣ୍ଡିଆ-ଏ ୯ ଉଇକେଟ ହରାଇ ୧୩୩ରନ କରିବା ସହ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଇଣ୍ଡିଆ-ସି ପକ୍ଷରୁ ରାଜେଶ୍ୱରୀ ଗାଏକ୍ବାଡ ଓ ଅରୁନ୍ଧତୀ ରେଡ୍ଡୀ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। କ୍ଷମା ସିଂ ଓ ତନୁଶ୍ରୀ ସରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଅପରାହ୍ନରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ବି ଦଳ ୫ ଉଇକେଟରେ ଇଣ୍ଡିଆ-ସିକୁ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ୮ ଉଇକେଟ ହରାଇ ୧୪୮ରନ କରିଥିଲା। ଓପନର ସେଫାଳୀ ବର୍ମା ସର୍ବାଧିକ ୪୬ରନ କରିଥିଲେ। ଅନ୍ୟତମ ଓପନର ତଥା ଓଡ଼ିଆ ଖେଳାଳି ମାଧୁରୀ ୭ରନରେ ଆଉଟ ହୋଇଥିଲେ। ଜିନସୀ ଜର୍ଜ ୨୪, ଭୃଶାଳି ଭଗତ ୧୬, ଅରୁନ୍ଧତୀ ରେଡ୍ଡୀ ୧୯ରନ କରିଥିଲେ। ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଇଣ୍ଡିଆ-ବି ପକ୍ଷରୁ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ସମେତ ରେଣୁକା ସିଂ ଓ ତନୁଜା କନୱାରଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିଲା। ଅଞ୍ଜଳି ଶ୍ରାବଣୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଇଣ୍ଡିଆ-ବି ଦଳ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପୂଜା ବସ୍ତ୍ରକାର ୩୭, ରିଚା ଘୋଷ ୨୬, ଭେଲାସ୍ବାମୀ ଭନିଥା ୨୬, ଅଧିନାୟିକା ସ୍ମୃତି ମାନ୍ଧାନା ୨୪, ରବି କଳ୍ପନା ୨୨ରନ କରିଥିଲେ। ସୁଶ୍ରୀ ୧ରନରେ ଅପରାଜିତ ଥିଲେ। ଇଣ୍ଡିଆ-ସି ପକ୍ଷରୁ କ୍ଷମା ସିଂ, ଦୟଲାନ ହେମଲତା, ଅରୁନ୍ଧତୀ ରେଡ୍ଡୀ, ତନୁଶ୍ରୀ ସରକାର, ଭୃଷାଳି ଭଗତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri