ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୁନ୍ଦରଗଡ, ଭବାନୀପାଟଣାରେ ନିଜର ସ୍କୁଲ ଜୀବନ କାଟିଥିବା ଶୁଚିସ୍ମିତାଙ୍କ କଲେଜ ଜୀବନ ନୟାଗଡରୁ ଆରମ୍ଭ ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିଲା। ପିଲାଟି ଦିନରୁ ପୋଲିସ ହେବାକୁ ଲକ୍ଷ୍ୟ ରଖିଥିଲେ ସେ। ସମୟର ପରିବର୍ତ୍ତନ ସହ ତାଙ୍କ ଲକ୍ଷ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ସେ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟକରି ଖୁସି ଅନୁଭବ କରୁଛନ୍ତି। ଏଥର ନିଜକଥା ସ୍ତମ୍ଭରେ ଶୁଚିସ୍ମିତାଙ୍କ କଥା…।

ପ୍ରଥମ ଦରମା କିପରି ଖର୍ଚ୍ଚ କଲେ ?
*ପ୍ରଥମ ଦରମା ପାଇବା ପରେ ଖୁସିରେ ମୋ ପାଦ ତଳେ ଲାଗି ନ ଥିଲା। ଅଫିସ ଛୁଟି ପରେ ଘରକୁ ଯାଇ ସିଧା ବାପାଙ୍କ ହାତରେ ଦରମାତକ ଧରାଇ ଦେଇ ପ୍ରଣାମ କଲି। ସନ୍ଧ୍ୟାରେ ବାପାଙ୍କ ସହ ଆମେ ଚାରି ଭାଇ ଭଉଣୀ ମିଶି ବଜାରକୁ ଗଲୁ। ସେହି ଟଙ୍କାରେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ କିଣା ଯାଇଥିଲା।
ଅବସର ସମୟ କିପରି କାଟନ୍ତି ?
*ଅବସର ସମୟ ତ ଖୁବ୍‌ କମ୍‌ ମିଳିଥାଏ। ରବିବାରରେ କାମ କରିବାକୁ ପଡେ। ଯେଉଁ ରବିବାରରେ କୌଣସି କାର୍ଯ୍ୟକ୍ରମ ନ ଥାଏ ପରିବାର ସଦସ୍ୟଙ୍କ ସହ ସମୟ କାଟେ। ଅଧିକ ସମୟ ମିଳିଲେ ସମ୍ବଲପୁରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରେ।
କେଉଁ ରଙ୍ଗ ପ୍ରତି ଦୁର୍ବଳତା ରହିଛି ?
*ପିଙ୍କ୍‌ ରଙ୍ଗ ପ୍ରତି ମୋର ଦୁର୍ବଳତା ରହିଛି। ସେହି ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ପାଇଥାଏ। ଏବେ ବି ସମ୍ବଲପୁରୀ ଡ୍ରେସରେ ପିଙ୍କ୍‌ ଖୋଜୁଛି।
ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ?
*ଓଡ଼ିଆ ଓ ହିନ୍ଦୀ ସିନେମା ସମୟ ପାଇଲେ ଦେଖେ। ପ୍ରତିଦିନ ସକାଳୁ ଭିକାରୀ ବଳଙ୍କ ଭଜନ ଶୁଣେ। ସନ୍ଧ୍ୟାରେ ଲତା ମଙ୍ଗେସକରଙ୍କ ଗୀତ ଶୁଣିବାକୁ ଭଲପାଏ।
ଈଶ୍ୱର ବିଶ୍ୱାସୀ କି ?
*ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସମଲେଇଙ୍କୁ ପୂଜାର୍ଚ୍ଚନା କରିଥାଏ।
ସ୍ବାମୀଙ୍କ କେଉଁ ଗୁଣ ଭଲ ଲାଗେ ?
*ପ୍ରତି କାମକୁ ସେ ଗୁରୁତ୍ୱ ଦେଇଥାନ୍ତି। କାମ ପ୍ରତି ଅବହେଳା କରନ୍ତି ନାହିଁ। ସ୍ବାମୀ ସ୍ବପ୍ନଜିତ୍‌ ପଟ୍ଟନାୟକଙ୍କ ଏହି ଗୁଣ ମୋତେ ପ୍ରେରଣା ଦେଇଥାଏ ।
ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତିି ?
*ପୂର୍ବ ବର୍ଷ ଅପେକ୍ଷା ଧୀରେ ଧୀରେ ଶିଶୁ ନିର୍ଯାତନା କମୁଛି। ଏହା ଯେପରି ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ସେଥିପାଇଁ କାମ କରିବାକୁ ସ୍ଥିର କରିଛି।
କିଛି ଅଭୁଲା ସ୍ମୃତି ?
*ମା’ବାପାଙ୍କୁ ହରାଇବା ପରେ ମନରେ ଅନେକ ଦୁଃଖ ଓ କୋହ ଥିଲା। ୨୦୧୩ରେ ଡିସିପିଓ ଭାବେ ଯୋଗଦେଲି। ପ୍ରଥମେ ସମ୍ବଲପୁର ଛଚାନପାଲିସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନ ବୁଲିବାକୁ ଯାଇଥିଲି। ସେଠାରେ ସେହି ପିଲାମାନଙ୍କ ମୁହଁରେ ମୋର ମାଆଙ୍କ ଚେହେରା ଅନୁଭବ କରିଥିଲି। ମା’ ବାପାଙ୍କ ସ୍ନେହ ନ ପାଇ କେମିତି ସେମାନେ ଚଳୁଛନ୍ତି ସେ କଥା ମୋର ମନକୁ ବାରମ୍ବାର ଆନ୍ଦୋଳିତ କରିଥିଲା। ସେଦିନଟି ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri