‘ବିକ୍ରମ’ର ସନ୍ଧାନ ପାଇଲେ ଚେନ୍ନାଇ ଇଞ୍ଜିନିୟର

ଓ୍ବାଶିଂଟନ/ନୂଆଦିଲ୍ଲୀ,୪ା୧୨: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବାର ୨୦ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୬ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଉକ୍ତ ସ୍ଥାନର ଏକ ମୋଜାଇକ୍‌ ଛବି ଜାରି କରିଥିଲା। ଏହାସହ ବିକ୍ରମକୁ ଖୋଜି ବାହାର କରିବାରେ ସାହାଯ୍ୟ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲା। ଏହାର ମାତ୍ର ସପ୍ତାହେ ପରେ (ଅକ୍ଟୋବର ୩ରେ) ଚେନ୍ନାଇର ୩୩ ବର୍ଷୀୟ ମେକାନିକାଲ୍‌ ଇଞ୍ଜିନିୟର ଶନମୁଗା ସୁବ୍ରମଣ୍ୟମ୍‌ ନାସାର ହ୍ୟାଣ୍ଡଲ, ଏହାର ଲୁନାର୍‌ ରିକନାଇସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଏକ ଟୁଇଟ୍‌ରେ ଟ୍ୟାଗ୍‌ କରିଥିଲେ। ଏଥିରେ ସେ ନିରୀହ ଭାବେ ପ୍ରଶ୍ନ କରିଥିଲେ, ‘ଏହା ବିକ୍ରମ ଲ୍ୟାଣ୍ଡର କି?’ ଶେଷରେ ତାହା ହିଁ ଶନମୁଗାଙ୍କୁ ବାଟ କଢ଼ାଇ ନେଇଯାଇଥିଲା ନିଷ୍କର୍ଷ ଯାଏ ।
୨୦୧୯ ସେପ୍ଟେମ୍ବର ୬ ରାତି ୨ଟା ୧୫ ମିନିଟ। ଏହା ହେଉଛି ସେହି ସମୟ, ଯେତେବେଳେ ଜହ୍ନ ରାଇଜରେ ନିଖୋଜ ହୋଇଯାଇଥିଲା ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’।
ଇସ୍ରୋ ପକ୍ଷରୁ ଜୁଲାଇ ୨୨ରେ ଲଞ୍ଚ୍‌ ହୋଇଥିବା ଉକ୍ତ ମିଶନର ଲ୍ୟାଣ୍ଡର ରାତି ୧ଟା ୫୩ରେ ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ ଏବଂ ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ କରିଥିଲା ଇସ୍ରୋ। ହେଲେ ହାର୍ଡଲ୍ୟାଣ୍ଡିଂର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ଶେଷରେ ପୂର୍ବରୁ ହସ୍ତଗତ ହୋଇଥିବା ସଙ୍କେତକୁ ବିଶ୍ଳେଷଣ କରାଯିବ ବୋଲି ଘୋଷଣା କରିଥିଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌। ଏହା ପରେ ଆରମ୍ଭ ହୋଇଥିଲା ‘ବିକ୍ରମ’ ଖୋଜା। ଏହାକୁ ଠାବ କରିବା ପାଇଁ ନାସା ମଧ୍ୟ ସହାୟତାର ହାତ ବଢ଼ାଇଥିଲା। ହେଲେ ଆମେରିକାର ମହାକାଶ ଗବେଷଣା ସଂସ୍ଥାକୁ ବି ମିଳି ନ ଥିଲା ବିଶେଷ ସଫଳତା। ବିଶ୍ୱର ଅନେକ ମହାକାଶ ବିଜ୍ଞାନୀ ଏଥିରେ ଫେଲ୍‌ ମାରିବା ପରେ ମେକାନିକାଲ ଇଞ୍ଜିନିୟର ତଥା କମ୍ପ୍ୟୁଟର ପ୍ରୋଗ୍ରାମର୍‌ ଶାନମୁଗା ସୁବ୍ରମଣ୍ୟମ୍‌ ବିକ୍ରମର ଭଗ୍ନାବଶେଷକୁ ଠାବ କରିଛନ୍ତି। ନାସା ପକ୍ଷରୁ ଜାରି ଫଟୋକୁ ଉପଯୋଗ କରି ସେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହାର ସନ୍ଧାନ ପାଇଛନ୍ତି।
ଚେନ୍ନାଇସ୍ଥିତ ଲେନ୍ନୋକ୍ସ ଇଣ୍ଡିଆ ଟେକ୍ନୋଲୋଜି ସେଣ୍ଟରରେ ଜଣେ ବୈଷୟିକ ସ୍ଥପତି ଭାବେ କାର୍ଯ୍ୟରତ ଶନମୁଗାଙ୍କ ଘର ତାମିଲନାଡ଼ୁର ମଦୁରାଇରେ। ସେ ପୂର୍ବରୁ କଗ୍ନିଜେଣ୍ଟ ପାଇଁ ଜଣେ ପ୍ରୋଗ୍ରାମ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ନାସାର ଏଲ୍‌ଆର୍‌ଓ ସେପ୍ଟେମ୍ବର ୧୭, ଅକ୍ଟୋବର ୧୪, ୧୫ ଓ ନଭେମ୍ବର ୧୧ରେ ଉଠାଇଥିବା ଫଟୋଗୁଡ଼ିକୁ ଶନମୁଗା ଅନୁଧ୍ୟାନ କରି ବିକ୍ରମର ଭଗ୍ନାବଶେଷକୁ ଠାବ କରିଥିଲେ। ଏହି ଆବିଷ୍କାର ପରେ ନିଜ ସଫଳତା ନେଇ ସେ ନାସାକୁ ଇ-ମେଲ୍‌ରେ ଅବଗତ କରାଇଥିଲେ। ଶନମୁଗାଙ୍କ କୃତିତ୍ୱକୁ ସୁନିଶ୍ଚିତ କରିବା ପାଇଁ ନାସା କିଛି ସମୟ ନେଇଥିଲା। ଶେଷରେ ଏହା ହିଁ ବିକ୍ରମର ଭଗ୍ନାବଶେଷ ବୋଲି ନାସା ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ଏଲ୍‌ଆର୍‌ଓ ମିଶନ) ଜନ୍‌ କେଲର୍‌ ମଙ୍ଗଳବାର ତାଙ୍କ ନିକଟକୁ ପତ୍ର ଲେଖି ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି। ନାସା ପକ୍ଷରୁ ବିକ୍ରମର ଅବସ୍ଥିତି ସମ୍ପର୍କିତ ଫଟୋକୁ ମଧ୍ୟ ଟୁଇଟ୍‌ କରାଯାଇଛି। ଏହି ବିରଳ ସଫଳତା ପରେ ଶନମୁଗା କହିଛନ୍ତି, ବିକ୍ରମର କ୍ରାଶ୍‌ ସାଇଟ୍‌ରୁ ଭଗ୍ନାବଶେଷର ଦୂରତା ହେଉଛି ୭୫୦ ମିଟର। ନାସାର ମୋଜାଇକ୍‌ ଫଟୋରେ ଏକ କ୍ଷୀଣ ଆଲୋକ ରହିଥିଲା, ଯାହାକି ଲ୍ୟାଣ୍ଡିଂ ପୂର୍ବ ଫଟୋରେ ନ ଥିଲା। ତାହା ହିଁ ବିକ୍ରମ ବୋଲି ମୋ ମନରେ ଧାରଣା ସୃଷ୍ଟି ହେଲା। ଏହା ପ୍ରମାଣିତ କରିବା ପାଇଁ ଦିନକୁ ୭ରୁ ୮ ଘଣ୍ଟା ଧରି ଫଟୋଗୁଡ଼ିକୁ ଅନୁଧ୍ୟାନ କରୁଥିଲି। କଠିନ ପରିଶ୍ରମ ପରେ ସଫଳତା ମିଳିଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri