Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ

ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ମ୍ୟାଚ ହେବ। ଓଡ଼ିଶା ଏଫସି ଗତ ତିନୋଟି ମ୍ୟାଚରେ ପଏଣ୍ଟ ଭାଗକରି ଡ୍ରରେ ହ୍ୟାଟ୍ରିକ କରିଛି। ଜୋସେଫ ଗାମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଏଟିକେ ଏବଂ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଗୋଲଶୂନ୍ୟ ଏବଂ ଚେନ୍ନାଇନ୍‌ ଏଫସି ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିଲା। ତେଣୁ ଆଗାମୀ ମ୍ୟାଚରେ ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଭଲ ଖେଳି ଦଳ ବିଜୟ ପଥକୁ ଫେରିବା ଲକ୍ଷ୍ୟ ରଖିଛି।
ଦେଖିବାକୁ ଗଲେ ଓଡ଼ିଶା ଏଫସି ଗତ କେତୋଟି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ଆସିଛି। ବଲ୍‌କୁ ଅଧିକ ସମୟରେ ନିଜ ନିୟନ୍ତ୍ରଣରେ ରଖିବା ସହ ପାସିଂରେ ମଧ୍ୟ ପରସ୍ପର ମଧ୍ୟରେ ସମନ୍ବୟକୁ ଦେଖାଇଛି। ତେବେ ଚାପ ସମୟରେ ଠିକ୍‌ଭାବେ ଫିନିଶିଂ କରିପାରି ନାହିଁ। ଫଳରେ ମ୍ୟାଚ ଫଳାଫଳକୁ ନିଜ ସପକ୍ଷରେ ନେବାରେ ବିଫଳ ହୋଇଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ଏହାର ରକ୍ଷଣଭାଗ ଅତ୍ୟନ୍ତ ଦୃଢ଼ ଥିବାରୁ ଖେଳିଥିବା ୬ ମ୍ୟାଚରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ଗୋଲ ବରଣ କରିଛି ଏବଂ ଅପରାଜୟ ରହିଛି। ”ବେଙ୍ଗାଲୁରୁ ବର୍ତ୍ତମାନର ଚାମ୍ପିୟନ ଏବଂ ଲିଗ୍‌ର ଅନ୍ୟତମ ଶ୍ରେଷ୍ଠ ଦଳ। ତେବେ ଉଭୟ ଦଳ ସମାନ ଷ୍ଟାଇଲରେ ଖେଳୁଥିବାରୁ ଆଗାମୀ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଛି। ଆମ ଦଳର ପ୍ରସ୍ତୁତିରେ ମୁଁ ସନ୍ତୁଷ୍ଟ। ବେଙ୍ଗାଲୁରୁକୁ ଆମେ କଡ଼ା ଚ୍ୟାଲେଞ୍ଜ ଦେଇ ପାରିବୁ“ ବୋଲି ଗାମ୍ବାଉ ପ୍ରକାଶ କରିଛନ୍ତି।
ଓଡ଼ିଶା ଏଫସି ମୁଖ୍ୟତଃ ଆଡ୍ରିଆନ ସାଣ୍ଟାନାଙ୍କ ଉପରେ ନିର୍ଭର କରିବ। ସେ ୪ଟି ଗୋଲ ସ୍କୋର କରି ସାରିଥିବାରୁ ବେଙ୍ଗାଲୁରୁ ରକ୍ଷଣଭାଗ ଭେଦ କରିବା ଭାର ତାଙ୍କ ଉପରେ ରହିବ। ପ୍ଲେ ମେକର କିସ୍କୋ ହର୍ନାଣ୍ଡେଜଙ୍କ ନିକଟରେ ମଧ୍ୟ ଏହି ଦକ୍ଷତା ଅଛି। ୩ଟି ଗୋଲ ଦେଇ ସାରିଥିବା ଏହି ସ୍ପାନିଶ ଖେଳାଳି ନିଜ ପୂର୍ବତନ ଦଳ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ବଡ଼ ଭୂମିକା ତୁଲାଇବା ଆଶା କରାଯାଉଛି। ଓଡ଼ିଶା ଏଫସି ବିପକ୍ଷ ମ୍ୟାଚ ରୋମାଞ୍ଚକ ହେବ ବୋଲି ବେଙ୍ଗାଲୁରୁ ଟିମ୍‌ କୋଚ୍‌ କାଲର୍‌ସ କ୍ୱାଡର୍ଟ ମଧ୍ୟ ପୂର୍ବାନୁମାନ କରିଛନ୍ତି। ”ବଲ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଓଡ଼ିଶା ଏଫସି ନିଶ୍ଚିତ ଆମସହିତ ଲଢ଼େଇ କରିବ। ଗାମ୍ବାଉ ଜଣେ କଠିନ ପରିଶ୍ରମୀ ଭଦ୍ରଲୋକ ଏବଂ ଉତ୍ତମ କୋଚ୍‌। ସେ ଆକ୍ରମଣାତ୍ମକ ଫୁଟବଲ ଖେଳିବାକୁ ଭଲ ପାଆନ୍ତି। ତେଣୁ ମ୍ୟାଚରେ ନିଶ୍ଚିତ ଉତ୍କଣ୍ଠା ରହିବ“ ବୋଲି କ୍ୱାଡର୍ଟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦିନଠୁ ଆରମ୍ଭ ହେବ IPL 2026: ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ୨୬ ମାର୍ଚ୍ଚରୁ ମେ ୩୧ (ଟୁର୍ନାମେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ) ମଧ୍ୟରେ ଅନୁଷ୍ଠିତ ହେବ। ରୟାଲ ଚ୍ୟାଲେଞ୍ଜର୍ସ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଭାରତୀୟ ଟିମକୁ ବଡ଼ ଝଟକା, ଟି-୨୦ ସିରିଜରୁ ବାହାରି ଗଲେ ଅକ୍ଷର ପଟେଲ, ବୁମରାହଙ୍କୁ ନେଇ କ’ଣ ରହିଛି ଅପଡେଟ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରବିବାର, ଡିସେମ୍ବର ୧୪, ୨୦୨୫ରେ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri