କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିଲେ। ୨୦୦୮ରେ ତାଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ବିଶ୍ୱକପ୍‌ ଜିତିଥିଲା। ଏହାର କିଛି ମାସ ପରେ ତାଙ୍କୁ ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ ସୁଯୋଗ ମିଳିଥିଲା। ୧୯ ବର୍ଷୀୟ କୋହଲି ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିଲେ। କ୍ୟାରିୟରର ଆରମ୍ଭରୁ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ଚିକୁ ଶୀଘ୍ର ଦଳରେ ସ୍ଥାନ ପକ୍କା କରି ଦେଇଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୧ ଆଇସିସି ବିଶ୍ୱକପ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଥିଲା। ୨୦୧୩ରେ ଟେଷ୍ଟରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ପରେ କୋହଲିଙ୍କୁ ଅଧିନାୟକ ଘୋଷଣା କରାଯାଇଥିଲା। ସେହିଭଳି ୨୦୧୭ରେ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ପାଇଥିଲେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିବା କୋହଲିଙ୍କ ନାମରେ ମୋଟ ଉପରେ ୬୯ ଶତକ ରହିଛି। ଦିନିକିଆରେ ୧୦ ଓ ୧୧ ହଜାର ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ଉପରେ ୨୧ ହଜାର ରନ୍‌ ପୂରଣ କରିସାରିଛନ୍ତି। ସବୁଠୁ ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ଏପର୍ଯ୍ୟନ୍ତ ୮୨ ଟେଷ୍ଟ ଖେଳି ୨୬ ଶତକ ସହ ୭,୦୬୬ ରନ୍‌ କରିଛନ୍ତି। ସେହିଭଳି ୨୩୯ ଦିନିକିଆରୁ ୬୦.୩୧ ହାରରେ ୧୧,୫୨୦ ରନ୍‌ କରିସାରିଛନ୍ତି। ଏହି ଫର୍ମାଟରେ ତାଙ୍କ ନାମରେ ୪୩ ଶତକ ରହିଛି। ଟି୨୦ ଫର୍ମାଟରେ ଶତକ ହାସଲ କରି ନ ଥିଲେ ମଧ୍ୟ ୭୧ ମ୍ୟାଚ୍‌ରୁ ୫୦ ଆଭରେଜରେ ୨,୪୪୧ ରନ୍‌ କରିଛନ୍ତି। ତାଙ୍କୁ ଦୁଇ ଥର ଆଇସିସି କ୍ରିକେଟର ଅଫ୍‌ ଦ ଇୟର(୨୦୧୭ ଓ ୨୦୧୮), ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳି (୨୦୧୮) ଓ ଶ୍ରେଷ୍ଠ ଦିନିକିଆ ଖେଳାଳି (୨୦୧୨, ୨୦୧୭ ଓ ୨୦୧୮) ପୁରସ୍କାର ମିଳିସାରିଛି। ଏହାବାଦ୍‌ ସେ ଅର୍ଜୁନ ସମ୍ମାନ (୨୦୧୩), ପଦ୍ମ ଶ୍ରୀ (୨୦୧୭) ଓ ରାଜୀବ ଗାନ୍ଧୀ ଖେଳରତ୍ନ (୨୦୧୮) ମଧ୍ୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri