ପଲିଥିନ୍‌ ତଲେ ଅସାହା ଜୀବନ୍‌ ଘଟନା : ପଁଚେତ୍‌ ଆଘେ ଅନଶନରେ ଗରିବ୍‌ ପରିବାର

 

ପାଇକମାଳ,୨୯ା୧୦ (ଡି.ଏନ୍‌.ଏ.)-
ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ ସେ କୁଟୁମବସିଆ ପଁଚେତ୍‌ ଅଫିସ୍‌ ଆଘେ ଆମରଣ ଅନଶନରେ ବସିଛନ୍‌। ତାକର ଦୁରଦଶା ବାବ୍‌ଦେ ଗଲା ୨୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପଲିଥିନ୍‌ ତଲେ ଅସାହା ଜୀବନ୍‌’ ଶୀରଷକ୍‌ରେ ନିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲାରୁ ମାଣ୍ଡୋସିଲ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ୫ ଦିନ୍‌ ତଲେ ଇ ପରିବାରକେ ଗୁଟେ ନୂଅଁା ରାଶନ କାର୍ଡ ଦେଇଛନ୍‌। ହେଲେ ନୂଅଁା ରେଶନ କାର୍ଡରେ କଷ୍ଟ ଆଏବାର ଫେବୃୟାରୀ ୨୦୨୦ରୁ ଚାଉଲ ଉଠେଇ ପାରବେ। ଇଆଡ଼େ ଯେ ଅଭାବ ଅନାଟନ ଲାଗି ୫ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଉଛନ୍‌। ସେନ୍‌ତା ଘରଦୁଆର ଅଭାବୁ କୁଟୁମବସିଆ ପଲିଥିନ୍‌ ତଲେ ଜୀବନ୍‌ ବିତଉଛନ୍‌।
ପୂରବର ସୂଚନା ଅନ୍‌ସାରେ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁକଁର ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, କଷ୍ଟ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତା କି ତାକର ଜମିବାଡ଼ି କିଛି ନଁାଇଁନ। ମାଣ୍ଡୋଲିସ ଗଁାର ଲକ୍ଷ୍ମଣ ସୁନା ତାହାକୁ ୨ ଡେସିମିଲ ଜାଗା ଦାନରେ ଦେଇଛନ୍‌। ସେ ଜାଗାରେ କଷ୍ଟ ଝାଟିମାଟିର କୁରିଆଟେ କରି ପଲିଥିନ୍‌ ଢାପି କୁଟୁମବସିଆ ରହୁଛନ୍‌। କଷ୍ଟ ଭୂମିହୀନ ହିସାବେ ସରକାରୀ ଯୋଜନାରେ ୪ ଡେସିମିଲ ଡିହ ପାଇଛନ୍‌ ସତ୍‌। ହେଲେ ସେ ପାଇଥିବାର ଜାଗା ଘର ତିଆରିବାର ଲେଖେଁ ଜାଗା ନୁହେ। ଆଗରୁ କଷ୍ଟ କୁଟୁମସିଆ ପଦ୍ମପୁର ବ୍ଲକ କଲିଆମୁଣ୍ଡା ଗଁାରେ କୁଲିମଜୁରି କରି ରହୁଥିଲେ। ସେଠାନେ ତାକର ରାଶନ କାର୍ଡ ବି ହେଇଥିଲା। ହେଲେ ନିଜର ଗଁାକେ ଫିରଲା ଉତାରୁ ଆଏଜ୍‌କେ ୪ ବଛର ହେଲା ସେ ରାଶନ କାର୍ଡ ଖଁଡ଼େ ପାଇ ନାଇଁପାରବାର। ଏନ୍‌ତା କି ସେ ଭିନେ ଭିନେ ସମିଆରେ ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଲାଗି ପରଶାସନିକ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଛନ୍‌। ଯେନ୍‌ଥିରଲାଗି ସେ ସୋମବାରନୁ କୁଟୁମବସିଆ ପଁଚେତ୍‌ ଅଫିସ ଆଘେ ଆମରଣ ଅନଶନରେ ବସିଥିବାର କହିଛନ୍‌। ଖବର ପାଇ ପାଇକମାଲ ଏବିଡିଓ ପ୍ରଦୀପ କୁମାର ଭୋଇ ଘଟନାଥଲରେ ପୁହୁଁଚି ପରିବାର ଲୁକ୍‌କୁ ବୁଝାଶୁଝା କରିଥିଲେ। ହେଲେ ପରଶାସନ ଆମର ସୁବିଧା ନାଇଁକଲେ ଅନଶନରୁ ନାଇଁ ଉଠୁଁ ବଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri