Posted inଖେଳ

ଏକାଡେମୀରେ ଖେଳିବା ପାଇଁ ପୁଅଙ୍କ ଭଳି ଚୁଟି କାଟିଥିଲେ ଶେଫାଳି

ନୂଆଦିଲ୍ଲୀ, ୪6।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତକୁ ଜିତାଇବାରେ ୧୫ ବର୍ଷୀୟା ଓପନର୍‌ ଶେଫାଳି ବର୍ମାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଏହି ମ୍ୟାଚ୍‌ରେ ଶେଫାଳୀ ୩୩ ବଲରୁ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଡାହାଣହାତୀ ବ୍ୟାଟ୍ସଓମ୍ୟାନ ଶେଫାଳିଙ୍କ ଏହି ଇନିଂସ ଯୋଗୁ ଭାରତ ୫୧ ରନରେ ମ୍ୟାଚ୍‌କୁ ଜିତିନେଇଥିଲା। ରୋହତକ ଜନ୍ମିତ ଶେଫାଳୀଙ୍କ ଲାଗି ଏହା ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ରହିଥିବାବେଳେ ତାଙ୍କ ବିଷୟରେ ଏକ ରୋଚକ ଖବର ଏବେ ସାମ୍ନାକୁ ଆସିଛି। କ୍ୟାରିୟର ଆରମ୍ଭରେ କ୍ରିକେଟ୍‌ ଏକାଡେମୀରେ ଖେଳିବା ପାଇଁ ଶେଫାଳିଙ୍କୁ ପୁଅଙ୍କ ଭଳି ଚୁଟି କାଟିବାକୁ ପଡ଼ିଥିଲା ବୋଲି ବାପା ସଞ୍ଜୀବ ବର୍ମା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ରୋହତକରେ ବାଳିକାଙ୍କ ଲାଗି ଗୋଟିଏ ହେଲେ କ୍ରିକେଟ୍‌ ଏକାଡେମୀ ନ ଥିଲା। ତେଣୁ ଶେଫାଳିଙ୍କୁ ବାଳକ ଏକାଡେମୀରେ ଖେଳାଯାଇବା ପାଇଁ ତାଙ୍କ ବାପା ନିଷ୍ପତ୍ତି ନେଇଥିଲେ। ଏଥିଲାଗି ତାଙ୍କୁ ପୁଅଙ୍କ ଭଳି ଚୁଟି କାଟି ‘ବାଳକ’ ଭାବେ ଏକାଡେମୀରେ ଖେଳିବାକୁ ପଡ଼ିଥିଲା। ଶେଫାଳିଙ୍କୁ କାଳେ କିଏ ଚିହ୍ନି ଦେବ ଏହା ମଧ୍ୟ ସଞ୍ଜୀବଙ୍କ ମନରେ ଭୟ ରହିଥିଲା। କିନ୍ତୁ ସୌଭାଗ୍ୟବଶତଃ କେହି ମଧ୍ୟ ଏହା ଜାଣିପାରି ନ ଥିଲେ। ଶେଫାଳିଙ୍କ ଏହି ହେୟାର ଷ୍ଟାଇଲ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଟି୨୦ କ୍ରିକେଟ୍‌ରୁ ବରିଷ୍ଠ ଖେଳାଳି ମିଥାଲି ରାଜଙ୍କ ଅବସର ପରେ ଶେଫାଳିଙ୍କୁ ଭାରତୀୟ ଦଳରୁ ଡାକରା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri