Posted inଫୁରସତ

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ମଣିଷ ପରି ବିଭିନ୍ନ ଉପକରଣ ବା ‘ଟୁଲ୍‌’ ବ୍ୟବହାର କରିବାରେ ସେ ହେଉଛି ପୃଥିବୀର ପ୍ରଥମ ଗାଈ।

ଭେରୋନିକା ନିଜ ଶରୀରର କୁଣ୍ଡେଇ ହେଉଥିବା ସ୍ଥାନରେ ପହଞ୍ଚିବା ପାଇଁ ବାଡ଼ି, ଝାଡ଼ୁ ଏବଂ କଣ୍ଟା ବ୍ୟବହାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଭିଏନା ସ୍ଥିତ ‘ୟୁନିଭରସିଟି ଅଫ୍ ଭେଟେରିନାରୀ ମେଡିସିନ୍’ର ଗବେଷକମାନେ ଏକ ଅନୁଧ୍ୟାନ କରିଥିଲେ, ଯାହା ପ୍ରସିଦ୍ଧ ପତ୍ରିକା ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ ପାଇଛି।

ଭେରୋନିକା କେବଳ ଝାଡ଼ୁ ଧରିବା ଜାଣିନାହିଁ, ବରଂ ଆବଶ୍ୟକତା ଅନୁସାରେ ଏହାର ଦୁଇ ପାର୍ଶ୍ୱକୁ ବ୍ୟବହାର କରେ। କଠିନ ସ୍ଥାନ ପାଇଁ ଖଦଖଦିଆ ପାର୍ଶ୍ୱ ଏବଂ ନରମ ସ୍ଥାନ ପାଇଁ ବାଡ଼ି ପାର୍ଶ୍ୱକୁ ସେ ବ୍ୟବହାର କରୁଛି।

ଯଦି ଝାଡ଼ୁଟି ସଠିକ୍ କୋଣରେ ନଥାଏ, ସେ ନିଜ ଜିଭ ସାହାଯ୍ୟରେ ତାକୁ ସଜାଡ଼ି ଦାନ୍ତରେ ଚାପି ଧରି ବ୍ୟବହାର କରେ। ପରୀକ୍ଷଣ ସମୟରେ ୭୦ଟି ପ୍ରୟାସ ମଧ୍ୟରୁ ପ୍ରାୟ ୭୬ ଥର ସେ ସଫଳତାର ସହ ଉପକରଣ ବ୍ୟବହାର କରିଥିବା ଦେଖାଯାଇଛି।

ଇଟାଲୀ ସୀମାନ୍ତ କାରିନ୍ଥିଆ ସହରର ଜୈବିକ ଚାଷୀ ତଥା ଭେରୋନିକାର ମାଲିକ ୱିଟ୍‌ଗାର୍ ୱିଗେଲ୍‌ କୁହନ୍ତି ଯେ, କିଛି ବର୍ଷ ପୂର୍ବେ ସେ କାଠି ଖଣ୍ଡ ସହ ଖେଳୁଥିବା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ସେ ନିଜେ ହିଁ ଏହି କୌଶଳ ଶିଖିଗଲା। ପଶୁମାନଙ୍କ ପାଖରୁ ଧୈର୍ଯ୍ୟ ଓ ଶାନ୍ତି ଶିଖିବାର ଅଛି ବୋଲି ସେ ପ୍ରକାଶ କରିଛନ୍ତି।

ପୂର୍ବରୁ ହାତୀ, ମାଙ୍କଡ଼ ଓ ଓରାଙ୍ଗୁଟାନଙ୍କ କ୍ଷେତ୍ରରେ ଏପରି ବୁଦ୍ଧିମତା ଦେଖାଯାଇଥିବା ବେଳେ, ପ୍ରାୟ ୧୦,୦୦୦ ବର୍ଷର ଗୃହପାଳିତ ପଶୁ ଇତିହାସରେ ଗାଈ କ୍ଷେତ୍ରରେ ଏହା ପ୍ରଥମ ପ୍ରମାଣ। ଏହି ଆବିଷ୍କାର ଗୃହପାଳିତ ପଶୁଙ୍କ ବୌଦ୍ଧିକ କ୍ଷମତା ଉପରେ ପୁନର୍ବାର ଚିନ୍ତା କରିବାକୁ ବୈଜ୍ଞାନିକମାନଙ୍କୁ ବାଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri