ଶବ ସତ୍କାର କରିବାକୁ ଆସି ଶବ ହୋଇଗଲେ ଯୁବକ

ପୁରୀ,୯ା୧(ଅଜିତ କୁମାର ମହାନ୍ତି): ପୁରୀରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସା ଓ କଥା କଟାକଟିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଅଞ୍ଚଳର ରଞ୍ଜନ କୁମାର ଦାସ। ସେହିପରି ଆହତ ଜଣଙ୍କ ହେଉଛନ୍ତି ମାନସ ରଞ୍ଜନ ନାୟକ। ଏହି ଘଟଣା ପୁରୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସୁଥିବା ବେଳେ ସମୁଦ୍ରକୂଳ ପରି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହତ୍ୟା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ଜଣେ ମହିଳା ଯିଏ ରଞ୍ଜନଙ୍କ ସମ୍ପର୍କୀୟ ଆଈ ହେବେ। ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ତାଙ୍କର ଶବ ସତ୍କାର କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ସହ ରଞ୍ଜନ ତାଙ୍କ ସହ ପୁରୀ ଆସିଥିଲେ। ତେବେ ରଞ୍ଜନ ଓ ଅନ୍ୟମାନେ ଶବ ସତ୍କାର କରି ସ୍ବର୍ଗଦ୍ୱାର ବାହାରକୁ ଆସିଥିବାବେଳେ ଚୈତନ୍ୟ ଛକ ନିକଟରେ କୌଣସି ଘଟଣାକୁ ନେଇ ପୁରୀର ଜଣେ ଯୁବକଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କ ରଞ୍ଜନଙ୍କ ବେକରେ ଛୁରି ଭୁସି ହତ୍ୟା କରିଥିବାବେଳେ ମାନସ ଗୁରୁତର ହୋଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ବେଳେ ଶବ ବ୍ୟବଚ୍ଚେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି...

୨୯ କୋଟି ଟଙ୍କାର ମାଛ କିଣିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂତନ ବର୍ଷର ପ୍ରଥମ ନିଲାମରେ, ଏକ ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି ଯେ,...

ସ୍ବାମୀଙ୍କ ହତ୍ୟା ମାମଲା ଲଢିବାକୁ ଯାଇଥିବା ପତ୍ନୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୧୦।୧: ଉତ୍ତର-ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କର...

୨୦୨୬ରେ ଶନିଙ୍କ ଚଳନ, ଏହି ରାଶିଙ୍କ ପାଖରେ ରହିବନି ଟଙ୍କା, ମାଡ଼ିଆସିବ ବିପଦ!

ଗତ ବର୍ଷ, ୨୦୨୫ ମସିହାରେ, ୨୯ ମାର୍ଚ୍ଚରେ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ଚଳନ କରିଥିଲେ। ଏହି ବର୍ଷ, ୨୦୨୬ ମସିହାରେ, ଶନି ସମଗ୍ର...

ଜମୁଛି ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଭାଷା-ସାହିତ୍ୟ ସମାରୋହରେ ଯୋଗ ଦେଇ ଜ୍ଞାନ ହୋତା କହିଲେ ପ୍ରୀତି ବଢ଼ିବା ପାଇଁ…

ଦାରିଙ୍ଗବାଡ଼ି,୧୦ା୧(ଅରୁଣ ସାହୁ): ଏକାଦଶ ତମ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ତୃତୀୟ ଦିବସରେ ଭାଷା ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତି୍ୟକ,...

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ...

JDUରୁ ବିଦା ହେଲେ କେସି ତ୍ୟାଗୀ! ଦଳ କହିଲା ଆମର ତାଙ୍କ ସହ କୌଣସି…

ପାଟନା,୧୦।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଭାରତ ରତ୍ନ ଦାବି କରିଥିବା ପୂର୍ବତନ ଏମପି କେସି ତ୍ୟାଗୀଙ୍କଠାରୁ ଜେଡିୟୁ ନିଜକୁ ଦୂରେଇ ରଖିଛି। ତ୍ୟାଗୀ ପ୍ରଧାନମନ୍ତ୍ରୀ...

ନୀତୀଶଙ୍କୁ ମିଳୁ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବତନ ଏମପି କେସି ତ୍ୟାଗୀ

ପାଟନା,୧୦।୧: ପୂର୍ବତନ ଏମପି ଏବଂ ଜେଡିୟୁ ରାଜନୈତିକ ପରାମର୍ଶଦାତା କେସି ତ୍ୟାଗୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri