ବୌଦ୍ଧ,୮ା୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାଖାତାରୁ ଟଙ୍କା ଗାଏବ ହୋଇଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତ। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ଘଟଣାରେ ସବ୍ ପୋଷ୍ଟମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଛି।
ସୂଚନାନୁଯାୟୀ, ସରସରା ଗ୍ରାମରେ ବହୁ ବର୍ଷ ଧରି ଏକ ପୋଷ୍ଟ୍ ଅଫିସ ରହିଛି। ଏହି ପୋଷ୍ଟ ଅଫିସ୍ରେ ଶହଶହ ଆକାଉଣ୍ଟଧାରୀଙ୍କ ଜମାଖାତା ରହିଛି। ଜମାକାରୀମାନେ ଲକ୍ଷଲକ୍ଷ ଟଙ୍କା ଜମା ବି କରିଛନ୍ତ। ଟଙ୍କା ତୁରନ୍ତ ଫେରାଇବା ନେଇ ଗୁରୁବାର ସରସରାଠାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଶହଶହ ଗାଡ଼ିମୋଟର ଅଟକି ରହିଛି।


