Posted inଖେଳ

ପଞ୍ଚମ ଆଶେସ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ସିଡ୍‌ନୀ,୩ା୧: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଆଶେସ ଟେଷ୍ଟ ଖେଳାଯିବ। ହେଲେ ଗତ ମାସରେ ବୋଣ୍ଡି ବିଚ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପଞ୍ଚମ ମ୍ୟାଚ୍‌ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏପରିକି ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ରାଇଫଲ ଧାରୀ ପୋଲିସ ପାଟ୍ରୋଲ କରିବେ। ପବ୍ଲିକ ଅର୍ଡର ଓ ରଏଟ୍‌ ସ୍କ୍ବାଡ ଅଧିକାରୀ ଏସ୍‌ସିଜିରେ ଦର୍ଶକଙ୍କ ମଧ୍ୟରେ ଉପସ୍ଥିତି ରହିବେ। ୩ ସପ୍ତାହ ପୂର୍ବେ ବୋଣ୍ଡି ସମୂଦ୍ର କୂଳରେ ହାନୁକା ଉତ୍ସବ ବେଳେ ଦୁଇ ବନ୍ଧୁକ ଧାରୀ ଆଖିବୁଝା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୧୫ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।

ଅଷ୍ଟ୍ରେଲିଆରେ କୌଣସି କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ଚାଲିଥିବା ବେଳେ ରାଇଫଲ ସହ ପୋଲିସ ଅଧିକାରୀଙ୍କୁ ଅନେକ ଲୋକ ଦେଖି ନ ଥିବେ। କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ଲକ୍ଷ୍ୟ। ଏନେଇ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ରହିବେ।

ପୋଲିସ ଅସାମାଜିକ ଲୋକଙ୍କୁ ଟାର୍ଗେଟ କରିବ ବୋଲି ନ୍ୟୁ ସାଉଥ ଓ୍ବେଲ୍ସ ରାଜ୍ୟର ପୋଲିସ କମିଶନର ମାଲ ଲାନିଅନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୬।୧: ମଣ୍ଡିରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ...

ନବୋଦୟ ବିଦ୍ୟାଳୟରେ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ସୁଦ୍ଧା ୫୪ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ

ଖୋର୍ଦ୍ଧା , ୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଜି ସୁଦ୍ଧା ସଂଖ୍ୟା ୫୪ରେ ପହଞ୍ଚିଛି। ଆଗକୁ...

ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ପୀୟୂଷ: କହିଲେ…

ଭୁବନେଶ୍ୱର,୬।୧: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ...

ପାଣିର ସଦୁପଯୋଗ କରିବାକୁ ଚାଷୀଙ୍କୁ ଗୁରୁମନ୍ତ୍ର

କେସିଙ୍ଗା,୬।୧(ତୁମେଶ୍ୱର ସାହୁ ): କଳାହାଣ୍ଡି ଜଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ...

ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ

ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ...

ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।...

ଜିଲା ପାଇଁ ଗୌରବ: ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ

ଗଞ୍ଜାମ,୬।୧(ବିଦ୍ୟାଧର ସାହୁ ): ଆସନ୍ତା ଜାନୁଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପ । ଏହି ଜାତୀୟ ସାଇକେଲିଂ...

 ନାବାଳିକାଙ୍କୁ ମାଛ ଧରିଯିବା କହି ବଳାତ୍କାର ପରେ ହତ୍ୟା: ଆସିଲା ବଡ଼ ରାୟ , ଭୟରେ ଥରିବ ଅଭିଯୁକ୍ତଙ୍କ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରର ସଂଘଟିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ରାୟ ମଙ୍ଗଳବାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri