ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା ସମବାୟ ସମିତି ଜରିଆରେ ୯ଜଣ ଚାଷୀ ମଣ୍ଡିରେ ଧାନ ଦେଇଛନ୍ତି। ମଣ୍ଡିକୁ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭାରମ୍ଭ କରିଛନ୍ତି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ । ଏହି ସମୟରେ ଏମପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ,ବଡ ପାଟଣା ସରପଞ୍ଚ ବିନତୀ ବାନାରା, ଲ୍ୟାମ୍ପ ସଭାପତି ରାମ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶନାଥ ନାୟକ,ଏମଆଇ ଦିବ୍ୟରାଜ ଭୋଇ,ଏମ ଡି ହରମୋହନ ମହାନ୍ତ, ସମବାୟ ବିତ ଦୀନବନ୍ଧୁ ମିଶ୍ର ଉପସ୍ଥିତ ଥିଲେ। ସେହିପରି କୁଡ଼ୁମିସେନା ରାଜ୍ୟ ସଭାପତି ମିତ୍ରଭାନୁ ମହାନ୍ତ, ନବନିର୍ମାଣ କୃଷକ ସଂଗଠନର ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର, ଜିଲା କାର୍ଯ୍ୟକାରୀ ସଭାପତି ଖଗେଶ୍ବର ମହାନ୍ତ , ପୂର୍ବତନ ବଡ ପାଟଣା ସରପଞ୍ଚ କେଶବ ଚନ୍ଦ୍ର ଦାଶ , ପୂର୍ବତନ ପାଟଣା ମଣ୍ଡଳ ଭାଜପା ସଭାପତି ରମେଶ ଚଦ୍ର ମହାନ୍ତଙ୍କ ସହ ବହୁ ଚାଷୀ ଯୋଗ ଦେଇଥିଲେ।


