ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର ଏବଂ ଭାରତୀୟ ଜନତାଙ୍କୁ ୨୦୨୬ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଚିଠିରେ ସେ ଭାରତର ଐତିହାସିକ ସମ୍ପର୍କ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପାକିସ୍ତାନ ବିରୋଧରେ ବେଲୁଚିସ୍ତାନର ସଂଘର୍ଷ ଏବଂ ଚାଇନା-ପାକିସ୍ତାନ ମେଣ୍ଟ ସମ୍ପର୍କରେ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି।

ମୀର ୟାର ବାଲୁଚ ଚିଠିରେ କହିଛନ୍ତି, ବେଲୁଚିସ୍ତାନ ଗଣରାଜ୍ୟର ୬୦ ନିୟୁତ ଦେଶପ୍ରେମୀ ନାଗରିକଙ୍କ ପକ୍ଷରୁ ସେ ଭାରତର ୧.୪ ବିଲିୟନ ଲୋକଙ୍କୁ, ସଂସଦର ଉଭୟ ଗୃହ, ଗଣମାଧ୍ୟମ, ନାଗରିକ ସମାଜ ଏବଂ ସମସ୍ତ ସମ୍ମାନଜନକ ନାଗରିକଙ୍କୁ ୨୦୨୬ ନବବର୍ଷ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଚିଠିରେ ଭାରତ ଏବଂ ବେଲୁଚିସ୍ତାନ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ, ସାଂସ୍କୃତିକ, ବାଣିଜ୍ୟ, କୂଟନୈତିକ ଏବଂ ପ୍ରତିରକ୍ଷା ସମ୍ପର୍କ ଉଲ୍ଲେଖ କରାଯାଇଛି। ମୀର ୟାର ବାଲୁଚ ହିଙ୍ଗଲାଜ ମାତା ମନ୍ଦିରକୁ ଦୁଇ ଦେଶର ସହଭାଗୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି।
ମିର ୟାର ବାଲୁଚ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ପ୍ରଶଂସା କରିଥିଲେ। ସେ କହିଥିଲେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନୀ ସାମରିକ ଭିତ୍ତିଭୂମି ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବା ଏକ ସାହସିକ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଥିଲା, ଯାହା ଆଞ୍ଚଳିକ ସୁରକ୍ଷା ପାଇଁ ଜରୁରୀ।
ବେଲୁଚିସ୍ତାନ ଗତ ୭୯ ବର୍ଷ ଧରି ପାକିସ୍ତାନୀ ଦଖଲ, ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ ଏବଂ ଗମ୍ଭୀର ମାନବାଧିକାର ଉଲ୍ଲଂଘନର ଶିକାର ହୋଇଆସିଛି। ମିର ୟାର କହିଛନ୍ତି, ଏହି ସମସ୍ୟାକୁ ମୂଳରୁ ମୂଳରୁ ମୂଳପୋଛ କରିବାର ସମୟ ଆସିଛି, ଯାହା ଦ୍ୱାରା ବେଲୁଚିସ୍ତାନ ସ୍ଥାୟୀ ଶାନ୍ତି ଏବଂ ସାର୍ବଭୌମତ୍ୱ ହାସଲ କରିପାରିବ।
ବାଲୁଚିସ୍ତାନ ନେତା ସ୍ପଷ୍ଟ ଭାବରେ କହିଥିଲେ, ବେଲୁଚିସ୍ତାନର ଲୋକମାନେ ଭାରତ ଏବଂ ଏହାର ସରକାରଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସେ ଶାନ୍ତି, ବିକାଶ, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଶକ୍ତି ଚ୍ୟାଲେଞ୍ଜ ଏବଂ ଲୁକ୍କାୟିତ ବିପଦର ସମାଧାନ ପାଇଁ ଭାରତ ସହିତ ଏକ ବିଶ୍ୱସ୍ତ ସହଭାଗୀତା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ।
ଏହି ଚିଠିରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବଢୁଥିବା ରଣନୈତିକ ସହଭାଗୀତାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି। ମିର୍‌ ୟାର ଚେତାବନୀ ଦେଇଛନ୍ତି, ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଯାହା ଆଞ୍ଚଳିକ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିପାରେ। ଯଦି ବେଲୁଚିସ୍ତାନ ପ୍ରତିରକ୍ଷା ଏବଂ ମୁକ୍ତି ବାହିନୀକୁ ସମର୍ଥନ ନ ମିଳେ, ତେବେ ଆଗାମୀ ମାସଗୁଡ଼ିକରେ ବେଲୁଚିସ୍ତାନରେ ଚଇନା ସାମରିକ ମୁତୟନ ହୋଇପାରେ। ୬୦ ନିୟୁତ ବେଲୁଚ ଲୋକଙ୍କ ସମ୍ମତି ବିନା, ଚାଇନା ସାମରିକ ଉପସ୍ଥିତି ଭାରତ ଏବଂ ବେଲୁଚିସ୍ତାନ ଉଭୟଙ୍କ ଭବିଷ୍ୟତ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri