ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ ବିଦ୍ରୋହ ଓ ସାଂପ୍ରତିକ ଅବସ୍ଥା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ନିରଞ୍ଜନ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଶିକ୍ଷକ ପଞ୍ଚାନନ ସାହୁ ଚକରା ବିଷୋୟୀଙ୍କ ସ୍ମୃତି ସମ୍ପର୍କିତ ଏକ ସଂଗ୍ରାମୀ କବିତା ପରିବେଷଣ କରିଥିଲେ। ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ସଭ୍ୟ ତଥା ସମ୍ପାଦକ ବେଲଗୁଣ୍ଠା ବ୍ଲକ ଦୀନବନ୍ଧୁ ଜେନା ମୁଖ୍ୟ ଅତିଥି, ନେତାଜୀ ବିଷୋୟୀ ସମ୍ମାନିତ ଅତିଥି ଓ ରୁଢାପଦର ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟା, ମୁଖ୍ୟବକ୍ତା ରୂପେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଦୀନବନ୍ଧୁ ଜେନା କହିଥିଲେ ଯେ, ଆମେ ସମସ୍ତେ ଚକରା ବିଷୋୟୀଙ୍କ ତ୍ୟାଗପୂତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ବିଧେୟ। ସମସ୍ତଙ୍କୁ ସଚେତନ କରାଇ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରିବା ଆମର କର୍ତ୍ତବ୍ୟ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ନେତାଜୀ ବିଷୋୟୀ ଦୋହରା ଓ ଚକରା ବିଷୋୟୀଙ୍କ ରଣକୌଶଳ, ସଶସ୍ତ୍ର ସଂଗ୍ରାମର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ଧନୀ ଅଧିକ ଧନୀ ଏବଂ ଗରିବ ଅଧିକ ଗରିବ ହୋଇଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ। ଇଂରେଜମାନଙ୍କ ଅତ୍ୟାଚାର, ଧର୍ମାନ୍ତରୀକରଣ, ଅର୍ଥନୈତିକ ଶୋଷଣ ଓ ତ୍ରୁଟିପୂର୍ଣ୍ଣ ରାଜସ୍ବ ଆଦାୟ ପ୍ରଥାରେ ଲୋକମାନେ ଅସନ୍ତୁଷ୍ଟ ହୋଇ ଚକରା ବିଷୋୟୀଙ୍କ ନେତୃତ୍ୱରେ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବୋଲି ମୁଖ୍ୟବକ୍ତା ଭାଷଣ ମାଧ୍ୟମରେ ନିଜର ମତ ବ୍ୟକ୍ତ କରିଥିଲେ। ପାଠାଗାର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଚକରା ବିଷୋୟୀଙ୍କ କ୍ରାନ୍ତିକାରୀ ଚେତନାରେ ଅନୁପ୍ରାଣୀତ ହେବା ପାଇଁ ଯୁବ ସମାଜକୁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ପ୍ରଧାନ ବର୍ତ୍ତମାନ ସମାଜରେ ଦେଖାଯାଉଥିବା ସାମ୍ପ୍ରଦାୟିକ ବିଦ୍ୱେଷ ଓ ଘୃଣାରୁ ନିବୃତ୍ତ ରହିବା ପାଇଁ ଯୁବକମାନଙ୍କୁ ଆହ୍ବାନ ଦେଇଥିଲେ। ଏହା ସହିତ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସଂଘୀୟ ଭିତ୍ତିକ ଓ ବିଜ୍ଞାନ ଭିତ୍ତିକ ହେବା ବାଞ୍ଛନୀୟ ବୋଲି କହିଥିଲେ। ଯୁବ ସମାଜସେବୀ ବିକାଶ ଜେନା ଚକରା ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ କୌଶଳକୁ ସାମାଜିକ ପରିବର୍ତ୍ତନରେ ଉପଯୋଗ କରିବା ପାଇଁ ଦୃଢ଼ ମତ ବ୍ୟକ୍ତ କରିଥିଲେ। ଆନନ୍ଦ ସଂଗୀତାୟାନର ଗୁରୁ ଅଶୋକ କୁମାର ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ସତେଶର ମହାରଣା, ଦିଲ୍ଲୀପ କୁମାର ପଗଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସମାଜରେ ଦେଖା ଦେଇଥିବା ସାଂପ୍ରତିକ ସମସ୍ୟାକୁ ଦୂର କରିବା ପାଇଁ ଯୁବ ଗୋଷ୍ଠୀ ସଚେତନ ହୋଇ କାର୍ଯ୍ୟ କରିବା ସକାଶେ ଆହୱାନ ଦେଇଥିଲେ।

ଶିକ୍ଷକ ଜୟରାମ ଗୌଡ଼, ଅବସରପ୍ରାପ୍ତ ମୁଖ୍ୟ କିରାଣି ତାରିଣୀ ନାୟକ, କୃଷ୍ଣ ନାୟକ ,ବୈଦ୍ୟ ପ୍ରଧାନ , ଶିକ୍ଷକ ଦିବାକର ଲେଙ୍କା, ଯୁବ କଂଗ୍ରେସ ନେତା ସୁକାନ୍ତ ଦିଗାଲ, ଛାତ୍ରନେତା ଉତ୍ତମ ପ୍ରଧାନ, ପ୍ରସନ୍ନ ତ୍ରିପାଠୀ ଓ ମହିଳା ସମାଜସେବୀ ସୁନୀତା କୁମାରୀ ବିଷୋୟୀ, ଉଲ୍ଲା ସେଠୀ, ରମାକାନ୍ତ ବିଷୋୟୀ ସମେତ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri