କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ
କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା ଉଦଯାପିତ ହେବ। ଏହା ପୂର୍ବରୁ ଶନିବାର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଥିଲେ। ଏହିଭଳି ମହିଳା ସମାବେଶ ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଛି। ମହିଳା ମାନଙ୍କୁ ଶିକ୍ଷା, ରାଜନୀତି ପ୍ରମୁଖ କ୍ଷେତ୍ରରେ ଆଗକୁ ଆଣିବା ପାଇଁ ଏତେବଡ ମହିଳା ସମ୍ମିଳନୀ ଅୟୋଜନ ହୋଇଥିଲା। ରାଷ୍ଟ୍ରୀୟ ମହିଳା ଅଧକ୍ଷା ଲତା ଋଷି ଚନ୍ଦ୍ରକର ଆଜିର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ସମାବେଶରେ ରାଷ୍ଟ୍ରୀୟ ମହିଳା କୋଷଧକ୍ଷା ମମତା ଏସ.ପଟେଲ, ପ୍ରଦେଶ ମହିଳା ସଭାନେତ୍ରୀ ମହେଶ୍ବତା ନାୟକ, କବିସୂର୍ଯ୍ୟନଗର ର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଧର୍ମପତ୍ନୀ ତଥା ସାମାଜିକ କର୍ମୀ ମଧୁସ୍ମିତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କୁର୍ମି କ୍ଷତ୍ରୀୟ ଜାତିର ମହିଳାମାନଙ୍କ ସାମଗ୍ରିକ ବିକାଶ କିଭଳି ହୋଇପାରିବ ସେ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ବିଶେଷ କରି ଜାତିର ଝିଅମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଷ୍ଟ୍ରୀୟ ସହାୟତା ଫଣ୍ଡ ରୁ କମ୍ ସୁଧ ରେ ଋଣ ଯୋଗାଇଦେବା ସହ ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ଆଦି ଉପରେ ବକ୍ତାମାନେ ମହାସଭା ଗୁରୁତ୍ୱାରୋପ କରିଥିଲା।ଏଥିସହ ଆର୍ଥିକ ସ୍ତରରେ ମହିଳା ମାନେ କିଭଳି ଆତ୍ମନିର୍ଭରଶିଳ ହୋଇପାରିବେ ସେ ଉପରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସର୍ବସମ୍ମତିକ୍ରମେ ମହିଳା ମାନଙ୍କ ଉନ୍ନତି କିଭଳି ହୋଇପାରିବ ସେ ଉପରେ ନିଷ୍ପତ୍ତି ନିଆଯାଇଥିଲା।

ଭଞ୍ଜନଗର ବିଧାୟକ ତଥା କୁର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର କର୍ମକର୍ତ୍ତା ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ମହାସଭାରେ ରାଜ୍ୟ ର ବିଭିନ୍ନ ଶାଖାର କାର୍ଯ୍ୟକର୍ତ୍ତା ମାନଙ୍କୁ ଉପଢୌକନ ଓ ଜାତିର ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ରାଷ୍ଟ୍ରୀୟ ସଂଯୋଜକ ଏଲ.ପି ପଟେଲ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ବିଜୟ ସିଂ ନିରଞ୍ଜନ, ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଧୀରଜ ପାଟିଦାର, ରାଷ୍ଟ୍ରୀୟ ଯୁବ ମହାସଚିବ ଅରୁଣ କୁମାର ପଟେଲ, ରାଷ୍ଟ୍ରୀୟ ପ୍ରଚାର ପ୍ରସାର ମନ୍ତ୍ରୀ ପଠାଣି ଭଞ୍ଜ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ପ୍ରଦେଶ ସଭାପତି ସୂର୍ଯ୍ୟନାରାୟଣ ପ୍ରଧାନ ,ଆଇନ ପରାମର୍ଶଦାତା ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉପସଭାପତି କଂଗ୍ରେସ ପ୍ରଧାନ, ସମ୍ପାଦକ ବିଶ୍ବନାଥ ରାଉତ,ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିପିନଚନ୍ଦ୍ର ନାୟକ, ସାଙ୍ଗଠନିକ ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ, ଅଭ୍ୟର୍ଥନା ସମିତି ସଭାପତି ଶ୍ରୀନିବାସ ପ୍ରଧାନ, ଅଭ୍ୟର୍ଥନା ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରଦେଶ ଯୁବ ସଭାପତି ଆଲୋକ ପ୍ରଧାନ ପ୍ରମୁଖ ବିଭିନ୍ନ ଅଧିବେଶନରେ ଅତିଥି ଭାବରେ ଯୋଗଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାକିରି ଠାରେ ଆସନ୍ତା ମହାଧିବେଶନ ୩ ବର୍ଷ ପରେ ହେବ। ଏନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri