ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ ନିଜ ପରିବାର ସହ ଦାଦନ ଖଟିବାକୁ ଯୁବତୀ ଜଣକ ତେଲେଙ୍ଗାନା ଯାଇଥିଲେ। ହେଲେ ତେଲେଙ୍ଗାନାର ଖମନ ପ୍ରକାଶ ନଗର , ନଦୀବ୍ରିଜ ତଳୁ ଶୁକ୍ରବାର ସକାଳରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ବଳାତ୍କାର ପରେ ତାଙ୍କୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଯୁବତୀ ଜଣକ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ କାଣ୍ଡପଡାର ଜେମାମଣି କାଣ୍ଡ (୧୯) ବୋଲି ଜଣାପଡିଛି।


