ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁଁ ଭାରତ ମୋଟ ୨୩୧ ରନ କରିଥିଲା। ଅନ୍ୟପଟେ ଆଫ୍ରିକା ଦଳ କେବଳ ୨୦୧ ରନ କରିପାରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଟିମ୍ କିଛି ସମୟ ଧରି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଆସୁଛି ଏବଂ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଜିତିଛି ।
ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଭାରତୀୟ ଟିମ୍- ଟି-୨୦ କ୍ରିକେଟରେ ଘରୋଇ ମାଟିରେ ଏହା ଭାରତୀୟ ଦଳର ଲଗାତାର ନବମ ଦ୍ୱିପାକ୍ଷିକ ସିରିଜ ବିଜୟ। ଭାରତ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଏହି ସମସ୍ତ ସିରିଜ ଜିତି ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଛି । ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଟି-୨୦ କ୍ରିକେଟରେ ଘରୋଇ ମାଟିରେ ଲଗାତାର ଆଠ ଦ୍ୱିପାକ୍ଷିକ ସିରିଜ ଜିତିଛି। ଭାରତୀୟ ଦଳ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ଘରୋଇ ମାଟିରେ ସାତ ଦ୍ୱିପାକ୍ଷିକ ସିରିଜ ଜିତି ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛି ।
ଭାରତ ପକ୍ଷରୁ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରି ପ୍ରଥମ ଓ୍ବିକେଟ ପଡିବା ପର୍ଯ୍ୟନ୍ତ ୬୩ ରନ୍ କରିଥିଲେ । ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ତିଲକ ବର୍ମା ୭୩ ରନ କରିଥିଲେ। ପରେହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ୨୫ ବଲ୍ ରେ ୬୩ ରନ କରିଥିଲେ, ଯେଉଁଥିରେ ପାଞ୍ଚଟି ଚୌକା ଏବଂ ପାଞ୍ଚଟି ଛକା ସାମିଲ ଥିଲା। ଏହି ଖେଳାଳିମାନଙ୍କ ପାଇଁ ଦଳ ମୋଟ ୨୩୧ ରନରେ ପହଞ୍ଚିପାରିଥିଲା।


