ଟ୍ରମ୍ପ୍‌ଙ୍କୁ ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ତାଇଓ୍ବାନ୍‌କୁ ବିବାଦୀୟ କଲେ ସ୍ଥିତି ଖରାପ ହେବ

ବେଜିଂ,୧୫।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ବୈଶ୍ୱିକ ସ୍ତରରେ ରାଜନୀତି ସରଗରମ ରହିଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସମିଟ୍‌ରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଶ୍ଚିମ ଏସିଆ ସ୍ଥିତି ଉପରେ ସବୁ ଦେଶର ନଜର ରହିବା ସହ ହର୍ମୁଜ୍‌ ପ୍ରଣାଳୀକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଲାଗି ବିଶ୍ୱର ପ୍ରମୁଖ ନେତାମାନେ ଉଦ୍ୟମ ଜାରି ରଖିଛନ୍ତି। ଏହାମଧ୍ୟରେ ଟ୍ରମ୍ପ୍‌ ଏବଂ ଶି’ଙ୍କ ଭେଟଘାଟ ଏହି ସମସ୍ୟାର ସମାଧାନ ଲାଗି କିଛି ବାଟ ଫିଟାଇବ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଚାଇନା ସମିଟ୍‌ ଆଲୋଚନାରେ ହର୍ମୁଜ୍‌ ସମସ୍ୟାର ସମାଧାନ ନେଇ ସେଭଳି କିଛି ଆଲୋଚନା ହୋଇନାହିଁ। ବରଂ ଚାଇନା ଆମେରିକାରୁ ଅଧିକ ତୈଳ କିଣିବାକୁ ଅଗ୍ରାଧିକାର ଦେଉ ବୋଲି ଟ୍ରମ୍ପ୍‌ ଶି’ଙ୍କୁ କହିଛନ୍ତି।

ଉଭୟ ନେତାଙ୍କ ମଧ୍ୟରେ କୂଟନୈତିକ ସ୍ତରରେ କେବଳ ବାଣିଜ୍ୟ କାରବାର, ଟାରିଫ୍‌, ଇନ୍ଧନ ଯୋଗାଣ ଏବଂ ତାଇଓ୍ବାନ୍‌କୁ ନେଇ ଭୂ-ରାଜନୈତିକ ସ୍ତରରେ ଉଦ୍‌ବେଗ ହ୍ରାସ ପାଇଁ ଆଲୋଚନା ହୋଇଥିବା ବିଭିନ୍ନ ଖବର ଏଜେନ୍ସି ସୂତ୍ରରୁ କୁହାଯାଇଛି। କିନ୍ତୁ ଏହି କ୍ରମରେ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଟ୍ରମ୍ପ୍‌ଙ୍କୁ ଚେତାବନୀ ଦେଇ ତାଇଓ୍ବାନ ବ୍ୟାପାରରେ ମୁଣ୍ଡ ନ ପୂରାଇବାକୁ କହିଛନ୍ତି। ତାଇଓ୍ବାନକୁ ବିବାଦୀୟ କଲେ ଚାଇନା ଏବଂ ଆମେରିକା ମଧ୍ୟରେ ବିବାଦ ବଢ଼ିବ ବୋଲି ସେ ସତର୍କ କରାଇଦେଇଛନ୍ତି। ସେପଟେ ଆମେରିକାରୁ ଅଧିକ ତୈଳ କିଣିବାକୁ ଟ୍ରମ୍ପ୍‌ ଜିନ୍‌ପିଙ୍ଗ୍‌ଙ୍କୁ କହିଥିଲେ ହେଁ ହର୍ମୁଜ୍‌ ପ୍ରଣାଳୀକୁ ସ୍ବାଭାବିକକରି ତୈଳ ଯୋଗାଣ ପ୍ରକ୍ରିୟାକୁ ନିୟମିତ କରିବାକୁ ଜିନ୍‌ପିଙ୍ଗ୍‌ ଗୁରୁତ୍ୱ ଦେଇଥିବା କୁହାଯାଇଛି। ଯୁଦ୍ଧ ବନ୍ଦ ପାଇଁ ଇରାନକୁ ବିଭିନ୍ନ ଦିଗରୁ ବୁଝାଇବା ସହ ଶାନ୍ତି ପ୍ରସ୍ତାବରେ ଏକମତ ହେବାକୁ ଟ୍ରମ୍ପ ଚାଇନାକୁ ପୂର୍ବରୁ କହିଥିଲେ ହେଁ ଏହି ଆଲୋଚନା ସମ୍ପର୍କରେ ସେଭଳି କିଛି ଆଲୋଚନା ହୋଇଥିବା ଜଣାପଡ଼ି ନାହିଁ।

ତେବେ ସବୁଠୁ ବଡ଼ କଥା ହେଲା ଟ୍ରମ୍ପ୍‌ ଚାଇନା ସମିଟ୍‌ ସମୟରେ ତାଙ୍କର ଅପ୍ରତ୍ୟାଶିତ ଅଭ୍ୟାସଜନିତ କୌଣସି ଆଚରଣ ଦେଖାଇନାହାନ୍ତି। ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫ୍‌, ବ୍ରସେଲ୍ସରେ ମଣ୍ଟେନିଗ୍ରୋ ପ୍ରଧାନମନ୍ତ୍ରୀ ଦୁସ୍କୋ ମାର୍କୋଭିକ୍‌ଙ୍କ ସହ ଆଲୋଚନାବେଳେ ଯେଭଳି ଆଚରଣ ଦେଖାଇଥିଲେ ତାହା ବୈଶ୍ୱିକ ସ୍ତରରେ ଆଲୋଚ୍ୟ ବିଷୟ ହୋଇଥିଲା। କିନ୍ତୁ ଏହି ସମିଟ୍‌ରେ ଜିନ୍‌ପିଙ୍ଗ୍‌ ଟ୍ରମ୍ପଙ୍କ ମୁହଁ ବନ୍ଦ କରିଦେଇଥିବା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri