ଭାରତରେ ତ ଏତିକି ରହିଛି ପେଟ୍ରୋଲ-ଡିଜେଲ ଦର: ପଡ଼ୋଶୀ ଦେଶଙ୍କ ଅବସ୍ଥା ଦେଖିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୫: ଆଜି ମେ’ ୧୫ ତାରିଖରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସାଧାରଣ ପେଟ୍ରୋଲ ଦର ୯୪.୭୭ ଟଙ୍କାରୁ ବଢ଼ି ୯୭.୯୧ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୭.୬୭ ଟଙ୍କାରୁ ବୃଦ୍ଧି ପାଇ ୯୦.୭୮ ଟଙ୍କା ହୋଇଛି। ଏହି ଖବର ଆପଣଙ୍କୁ ନିଶ୍ଚିତ ଭାବେ ଝଟ୍‌କା ଦେଇଥାଇପାରେ, କିନ୍ତୁ ପଡ଼ୋଶୀ ଦେଶରେ ହାଲ୍‌ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ।

ଫେବୃଆରୀ ୨୦୨୬ରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତରେ ଏହା ହେଉଛି ପ୍ରଥମ ବଡ଼ ଧରଣର ଦର ବୃଦ୍ଧି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପଡ଼ୋଶୀ ଦେଶମାନଙ୍କରେ ପେଟ୍ରୋଲ-ଡିଜେଲ ଦର କେତେ ବଢ଼ିଛି? ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶରେ ସ୍ଥିତି କ’ଣ, ଆସନ୍ତୁ ଜାଣିବା।

ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ପାକିସ୍ତାନର ଅବସ୍ଥା ସବୁଠାରୁ ଶୋଚନୀୟ। ଗତ ୩ ମାସ ମଧ୍ୟରେ ସେଠାରେ ପେଟ୍ରୋଲ ୬୪% ଏବଂ ଡିଜେଲ ୬୧% ମହଙ୍ଗା ହୋଇଛି। ଯେଉଁଠି ପୂର୍ବରୁ ଲୋକଙ୍କୁ ୨୬୬ ଟଙ୍କା ଦେବାକୁ ପଡ଼ୁଥିଲା, ଏବେ ସେଠାରେ ୪୫୮.୮୬ ଟଙ୍କା ଦେବାକୁ ପଡ଼ୁଛି।
ସ୍ଥିତି ଏତେ ଗମ୍ଭୀର ଯେ ସରକାର ବିଜୁଳି ଓ ତେଲ ବଞ୍ଚାଇବା ପାଇଁ ସପ୍ତାହକୁ ୪ ଦିନିଆ କାର୍ଯ୍ୟ ଦିବସ ଏବଂ ସ୍କୁଲ ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

ନେପାଳ ଏବେ ଦକ୍ଷିଣ ଏସିଆର ସବୁଠାରୁ ମହଙ୍ଗା ପେଟ୍ରୋଲ ବିକୁଥିବା ଦେଶରେ ପରିଣତ ହୋଇଛି। ଏପ୍ରିଲ ୨୦୨୬ରେ ସେଠାରେ ଗୋଟିଏ ମାସରେ ଚାରି ଚାରିଥର ଦର ବଢ଼ାଯାଇଛି।
ଜାନୁଆରୀରେ ପେଟ୍ରୋଲ ଦର NPR ୧୩୭ ଥିବାବେଳେ ଏବେ ତାହା ବଢ଼ି NPR ୨୧୯ (ଭାରତୀୟ ମୁଦ୍ରାରେ ୧୨୩.୫୮ ଟଙ୍କା) ହୋଇଛି। ନେପାଳ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଉପରେ ନିର୍ଭର କରୁଥିବାରୁ, ପରିବହନ ଖର୍ଚ୍ଚ ବଢ଼ିବା ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷର ଦାମ ମଧ୍ୟ ଆକାଶଛୁଆଁ ହୋଇଛି।

ବାଂଲାଦେଶ ଆରମ୍ଭରୁ ଚେଷ୍ଟା କରିଥିଲା ଯେ ଯେପରି ଜନତାଙ୍କ ଉପରେ ଦର ବୃଦ୍ଧିର ବୋଝ ନ ପଡ଼େ, କିନ୍ତୁ ବଢୁଥିବା ସବସିଡି ଖର୍ଚ୍ଚ ସେମାନଙ୍କୁ ମଧ୍ୟ ଆଣ୍ଠୁ ମାଡ଼ିବାକୁ ବାଧ୍ୟ କରିଛି। ଏପ୍ରିଲ ୨୦୨୬ରେ ସେଠାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ୧୦% ରୁ ୧୬% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଇରାନ ଯୁଦ୍ଧ ପୂର୍ବରୁ କଞ୍ଚା ତେଲ ଯାହା ବ୍ୟାରେଲ ପିଛା ୭୦-୭୫ ଡଲାର ପାଖାପାଖି ଥିଲା, ଯୁଦ୍ଧ ପରେ ତାହା ୧୦୦ ଡଲାର ଅତିକ୍ରମ କରିଛି। ବାଂଲାଦେଶ ନିଜ ଆବଶ୍ୟକତାର ୯୫% ତେଲ ବାହାରୁ ଆମଦାନୀ କରିଥାଏ। ଏବେ ସ୍ଥିତି ଏପରି ହୋଇଛି ଯେ, ସେଠାକାର ଅନେକ ଜିଲ୍ଲାରେ ପେଟ୍ରୋଲ ପମ୍ପଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି, ଯେଉଁଥିପାଇଁ ଲୋକଙ୍କୁ ତେଲ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡ଼ୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?