Posted inଜାତୀୟ

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ ଆଉ ଅଦଳବଦଳ କରିଛନ୍ତି। ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂଆ ଦର ୧୬ ମେ ୨୦୨୬ ଅର୍ଥାତ ଆଜିଠାରୁ ଲାଗୁ ହେବ।

ପେଟ୍ରୋଲ ରପ୍ତାନି ଉପରେ ଏବେ ପ୍ରତି ଲିଟର ପିଛା ୩ ଟଙ୍କା SAED ଲାଗିବ। ଡିଜେଲ ଉପରେ ଏହି ଦର ପ୍ରତି ଲିଟର ପିଛା ୧୬.୫ ଟଙ୍କା ଏବଂ ATF ଅର୍ଥାତ ବିମାନ ଇନ୍ଧନ ଉପରେ ପ୍ରତି ଲିଟର ପିଛା ୧୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ତିନୋଟି ଯାକ କ୍ଷେତ୍ରରେ ରୋଡ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ସେସ (RIC) ଶୂନ ରହିଛି।

ଘରୋଇ ବଜାରରେ ବିକ୍ରି ହେଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସରକାର ପ୍ରତି ଦୁଇ ସପ୍ତାହରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଏବଂ ଇନ୍ଧନର ହାରାହାରି ମୂଲ୍ୟ ଆଧାରରେ ଏହି ଟ୍ୟାକ୍ସ ସ୍ଥିର କରନ୍ତି।

ଯେତେବେଳେ ବିଶ୍ୱ ବଜାରରେ ମୂଲ୍ୟ ବୃଦ୍ଧି ପାଏ, ସେତେବେଳେ ରିଫାଇନାରୀଗୁଡ଼ିକୁ ରପ୍ତାନିରେ ଅଧିକ ଲାଭ ଦେଖାଯାଏ ଏବଂ ସେମାନେ ଦେଶ ଭିତରେ ବିକ୍ରି କରିବା ଅପେକ୍ଷା ବାହାରକୁ ଅଧିକ ଇନ୍ଧନ ପଠାଇବାକୁ ଲାଗନ୍ତି। ଏହାଦ୍ୱାରା ଘରୋଇ ଯୋଗାଣ ପ୍ରଭାବିତ ହୋଇପାରେ।

SAED ରପ୍ତାନିକୁ ମହଙ୍ଗା କରି ଏହାକୁ ରୋକିଥାଏ। ଯେତେବେଳେ ମୂଲ୍ୟ ହ୍ରାସ ପାଏ, ସେତେବେଳେ SAED ମଧ୍ୟ କମାଇ ଦିଆଯାଏ।

ଏହି ବ୍ୟବସ୍ଥା ୨୭ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହୋଇଥିଲା, ଯେତେବେଳେ ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଘରୋଇ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରଥମ ଥର ପାଇଁ ଏହି ଶୁଳ୍କ ଲଗାଯାଇଥିଲା।

ଏପ୍ରିଲ ମାସରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରୁ ଅଧିକ ହୋଇଯାଇଥିଲା। ସେହି ସମୟରେ ସରକାର ଡିଜେଲ ଉପରେ SAED ବଢ଼ାଇ ୫୫.୫ ଟଙ୍କା ଏବଂ ATF ଉପରେ ୪୨ ଟଙ୍କା ପ୍ରତି ଲିଟର କରିଦେଇଥିଲେ। ମେ’ ୧ ତାରିଖରେ ଯେତେବେଳେ ଦର ସାମାନ୍ୟ କମିଲା, ସେତେବେଳେ ଡିଜେଲ ଉପରେ ଏହା ହ୍ରାସ ପାଇ ୨୩ ଟଙ୍କା ଏବଂ ATF ଉପରେ ୩୩ ଟଙ୍କା ହୋଇଥିଲା। ଏବେ ୧୬ ମେ’ରେ ଆଉ ଏକ ହ୍ରାସ ପରେ ଡିଜେଲ ୧୬.୫ ଟଙ୍କା ଏବଂ ATF ୧୬ ଟଙ୍କାକୁ ଚାଲିଆସିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?